ବିିରିୟାନୀ କମାଉଛି ପୁରୁଷଙ୍କ ଯୌନ ଶକ୍ତି! ଦୋକାନ ବନ୍ଦ କଲେ ଟିଏମ୍‌ସି ନେତା

କୋଲକାତା: ‘ବିରିୟାନୀ ପାଇଁ କମୁଛି ପୁରୁଷଙ୍କ ପୁରୁଷତ୍ୱ। ହ୍ରାସ ପାଉଛି ସେମାନଙ୍କ ଯୌନ ଶକ୍ତି।’ ଏଭଳି କିଛି ଅଜବ ଅଭିଯୋଗ କରି ଜୋରଜବରଦସ୍ତି ଦୁଇଟି ବିରିୟାନୀ ଦୋକାନକୁ ବନ୍ଦ କରିଛନ୍ତି ଜଣେ ତ୍ରୁଣମୂଳ କଂଗ୍ରେସ ନେତା। ମସଲାଯୁକ୍ତ ବିରିୟାନୀର ପୁରୁଷଙ୍କ ଠାରେ ପ୍ରଜନନ କ୍ଷମତା ହ୍ରାସ କରୁଛି ବୋଲି ଟିଏମ୍‌ସି ନେତା ମମତା ବାନାର୍ଜୀଙ୍କ ସରକାରରେ ପୂର୍ବତନ ମନ୍ତ୍ରୀ ଥିବା ରବୀନ୍ଦ୍ର ଘୋଷ ଦାବି କରିଛନ୍ତି। ଏଥିପାଇଁ ପଶ୍ଚିମବଙ୍ଗ କୁଚବିହାରରେ ଥିବା ଦୁଇଟି ବିରିୟାନୀ ଦୋକାନକୁ ସେ […]

chiken biryani

chiken biryani

Madhupriya Mistry
  • Published: Monday, 24 October 2022
  • Updated: 24 October 2022, 02:12 PM IST

କୋଲକାତା: ‘ବିରିୟାନୀ ପାଇଁ କମୁଛି ପୁରୁଷଙ୍କ ପୁରୁଷତ୍ୱ। ହ୍ରାସ ପାଉଛି ସେମାନଙ୍କ ଯୌନ ଶକ୍ତି।’ ଏଭଳି କିଛି ଅଜବ ଅଭିଯୋଗ କରି ଜୋରଜବରଦସ୍ତି ଦୁଇଟି ବିରିୟାନୀ ଦୋକାନକୁ ବନ୍ଦ କରିଛନ୍ତି ଜଣେ ତ୍ରୁଣମୂଳ କଂଗ୍ରେସ ନେତା।

ମସଲାଯୁକ୍ତ ବିରିୟାନୀର ପୁରୁଷଙ୍କ ଠାରେ ପ୍ରଜନନ କ୍ଷମତା ହ୍ରାସ କରୁଛି ବୋଲି ଟିଏମ୍‌ସି ନେତା ମମତା ବାନାର୍ଜୀଙ୍କ ସରକାରରେ ପୂର୍ବତନ ମନ୍ତ୍ରୀ ଥିବା ରବୀନ୍ଦ୍ର ଘୋଷ ଦାବି କରିଛନ୍ତି। ଏଥିପାଇଁ ପଶ୍ଚିମବଙ୍ଗ କୁଚବିହାରରେ ଥିବା ଦୁଇଟି ବିରିୟାନୀ ଦୋକାନକୁ ସେ ବନ୍ଦ କରିଦେଇଛନ୍ତି।

ଗତ କିଛିଦିନ ହେଲା ଉକ୍ତ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି ଯେ ବିରିୟାନୀରେ କେଉଁ ମସଲା ବ୍ୟବହାର କରାଯାଉଛି ସେମାନେ ଜାଣିପାରୁ ନାହାନ୍ତି। ଏଥିରେ ବ୍ୟବହାର ହେଉଥିବା ମସଲା ପୁରୁଷଙ୍କ ପ୍ରଜନନ କ୍ଷମତା କମାଉଛି ବୋଲି ଅଭିଯୋଗ ଆସିଥିବା ଟିଏମ୍‌ସି ନେତା କହିଛନ୍ତି।

ଏହି ଘଟଣାକୁ ନେଇ କୁଚ ବିହାରର ମ୍ୟୁନିସିପାଲଟି ଅଧ୍ୟକ୍ଷ ରବୀନ୍ଦ୍ରନାଥ କହିଛନ୍ତି ଉତ୍ତର ପ୍ରଦେଶ ଓ ବିହାରରୁ ଲୋକ ଆସି ଏଠାରେ ବିରିୟାନୀ ବିକ୍ରି କରୁଛନ୍ତି। ବିନା ଲାଇସେନ୍ସରେ ଏଠାରେ ଦୋକାନ ଖୋଲାଯାଉଛି। ଏନେଇ ଅନେକ ଅଭିଯୋଗ ହେବା ପରେ ଆମେ ଏଠାକୁ ଆସିଥିଲୁ। ଦୋକାନ ୨ଟିର ବ୍ୟବସାୟୀକ ଲାଇସେନ୍ସ ନଥିବାରୁ ତାଙ୍କ ଦୋକାନକୁ ବନ୍ଦ କରିଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos