Advertisment

ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ପେଗାସସ୍‌ ବିବୃତି ଛଡ଼ାଇ ନେଇ ଚିରିଦେଲେ ସାଂସଦ

ନୂଆଦିଲ୍ଲୀ: ପେଗାସସ୍‌ ରିପୋର୍ଟକୁ ନେଇ କ୍ରମାଗତ ତୃତୀୟ ଦିନ ପାଇଁ ସଂସଦର ଉଭୟ ସଦନରେ ହଙ୍ଗାମା ଦେଖିବାକୁ ମିଳିଛି। ଆଜି ରାଜ୍ୟସଭାରେ ପେଗାସସ୍‌ ବିବାଦକୁ ନେଇ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିବୃତି ରଖିବାର ଥିଲା। ସେ ବିରୋଧୀଙ୍କ ନାରାବାଜୀ ଭିତରେ ପେଗାସସ୍‌କୁ ନେଇ ସରକାର ପ୍ରସ୍ତୁତ ବିବୃତି ପଢ଼ିଥିଲେ। ହେଲେ ଟିଏମସିର ଜଣେ ସାଂସଦ ତାଙ୍କ ହାତରୁ ଏହି ବିବୃତି ପେପରକୁ ଛଡ଼ାଇ ନେଇ ଚିରି ଦେଇଛନ୍ତି। ଏହାକୁ ନେଇ ରାଜ୍ୟସଭାରେ ଏକ ଅପ୍ରୀତିକର ପରିସ୍ଥିତି […]

ଅଦ୍ୟତନ ହୋଇଛି
ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ପେଗାସସ୍‌ ବିବୃତି ଛଡ଼ାଇ ନେଇ ଚିରିଦେଲେ ସାଂସଦ

Ashwini-Vaishnaw

Advertisment

ନୂଆଦିଲ୍ଲୀ: ପେଗାସସ୍‌ ରିପୋର୍ଟକୁ ନେଇ କ୍ରମାଗତ ତୃତୀୟ ଦିନ ପାଇଁ ସଂସଦର ଉଭୟ ସଦନରେ ହଙ୍ଗାମା ଦେଖିବାକୁ ମିଳିଛି। ଆଜି ରାଜ୍ୟସଭାରେ ପେଗାସସ୍‌ ବିବାଦକୁ ନେଇ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିବୃତି ରଖିବାର ଥିଲା। ସେ ବିରୋଧୀଙ୍କ ନାରାବାଜୀ ଭିତରେ ପେଗାସସ୍‌କୁ ନେଇ ସରକାର ପ୍ରସ୍ତୁତ ବିବୃତି ପଢ଼ିଥିଲେ। ହେଲେ ଟିଏମସିର ଜଣେ ସାଂସଦ ତାଙ୍କ ହାତରୁ ଏହି ବିବୃତି ପେପରକୁ ଛଡ଼ାଇ ନେଇ ଚିରି ଦେଇଛନ୍ତି।

Advertisment

ଏହାକୁ ନେଇ ରାଜ୍ୟସଭାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ବିଗିଡ଼ିବାରୁ ରାଜ୍ୟସଭାକୁ ଆସନ୍ତାକାଲି ଯାଏ ମୁଲତବୀ ଘୋଷଣା କରିଛନ୍ତି।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ। ଏଥିପାଇଁ ରାଜ୍ୟସଭାକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଇଥିଲା। ମଧ୍ୟାହ୍ନ ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସବୁ ଭିତରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱଳ୍ପ ସମୟରେ ପେଗାସସ୍‌ ରିପୋର୍ଟକୁ ନେଇ ନିଜର ବିବୃତି ରଖିଥିଲେ।

Advertisment

ସେ ଛିଡ଼ା ହୋଇ ବିବୃତି ପଢ଼ିଥିଲେ। କିନ୍ତୁ ଏହି ସମୟରେ ଟିଏମସି ସାଂସଦ ଶାନ୍ତନୁ ସେନ ତାଙ୍କ ଠାରୁ ପେପର ଛଡ଼ାଇ ନେଇ ଚିରି ଦେଇଥିଲେ। ଏହାକୁ ସେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କ ଆଡ଼କୁ ଫୋପାଡ଼ିଥିଲେ। ଫଳରେ ଅଶ୍ୱିନୀ ବୈଷ୍ଣବ ବିବୃତି ପଢ଼ିବା ପରିବର୍ତ୍ତେ ଏହାକୁ ଗୃହରେ ଉପସ୍ଥାପନ କରାଗଲା ବୋଲି କହିଥିଲେ। ଗୃହରେ ଏହାକୁ ନେଇ ତମ୍ଭିତୋଫାନ ହେବାରୁ ଆସନ୍ତାକାଲି ଯାଏ ମୁଲତବୀ ଘୋଷଣା କରାଯାଇଥିଲା।

ସ୍ୱଳ୍ପ ସମୟର ଭାଷରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶର ଗଣତନ୍ତ୍ରକୁ କ୍ଷୁଣ୍ଣ କରିବାକୁ ଏପରି ରିପୋର୍ଟ ମୌସୁମୀ ଅଧିବେଶନ ପୂର୍ବରୁ ଲିକ୍‌ କରାଯାଇଛି। ଏଥିସହ ସେ ଲୋକସଭାରେ ଯାହା କହିଥିଲେ, ରାଜ୍ୟସଭାରେ ମଧ୍ୟ ସମାନ କଥା ଦୋହରାଇଛନ୍ତି।

ଆରଜେଡି ସାଂସଦ ମନୋଜ ଝା କହିଛନ୍ତି, ଆଇଟି ମନ୍ତ୍ରୀଙ୍କ ଆଭିମୁଖ୍ୟ ଦୁର୍ଭାଗ୍ୟଜନକ। ନାରାବାଜୀ ଭିତରେ ଆଇଟି ମନ୍ତ୍ରୀ ଯେଉଁଭଳି ଭାବେ ବିବୃତି ରଖିଲେ, ସେଥିରୁ ସ୍ପଷ୍ଟ ହେଉଛି ଯେ ସରକାର ପେଗାସସ୍‌ ପ୍ରସଙ୍ଗର ମଜାକ ଉଡ଼ାଇବାକୁ ଚେଷ୍ଟା କରୁଛନ୍ତି।
ଅନ୍ୟପକ୍ଷରେ ଲୋକସଭାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିବାରୁ ଗୃହକୁ ବାରମ୍ବାର ମୁଲତବୀ କରାଯାଇଛି।

Pegasus Spyware Ashwini Vaishnav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe