ଶେଷରେ ଚୀନ ମାନିଲା; ନିହତ ହୋଇଛନ୍ତି କମାଣ୍ଡିଂ ଅଫିସ୍‌ରଙ୍କ ସମେତ ଦୁଇ ଅଧିକାରୀ

ନୂଆଦିଲ୍ଲୀ: ଲଦାଖର ଗଲୱାନ ଉପତ୍ୟକାରେ ଭାରତୀୟ ସେନା ସହିତ ହୋଇଥିବା ସଂଘର୍ଷରେ ଚୀନର ଦୁଇ ଜଣ ଅଧିକାରୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କମାଣ୍ଡିଂ ଅଫିସର (ସିଓ) ହୋଇଥିବା ବେଳେ ଅନ୍ୟ ଜଣେ ପିଏଲ୍‌ଏର ଅଧିକାରୀ। ଚୀନ ନିଜେ ଏହା ସ୍ପଷ୍ଟ କରିଛି। ତେବେ ଏହି ସଂଘର୍ଷରେ ତା’ର ମୋଟ କେତେ ଯବାନ ନିହତ ହୋଇଛନ୍ତି, ସେ ନେଇ ଚୀନ୍ କିଛି କହି ନାହିଁ। ଚୀନ୍‌ ଯୁକ୍ତି ବାଢ଼ିଛି ଯେ ନିହତ ଯବାନଙ୍କ ସଂଖ୍ୟା ସାମ୍ନାକୁ […]

China loses WTO dispute

China loses WTO dispute

Jitendra Garnayak
  • Published: Tuesday, 23 June 2020
  • Updated: 23 June 2020, 08:11 AM IST

Sports

Latest News

ନୂଆଦିଲ୍ଲୀ: ଲଦାଖର ଗଲୱାନ ଉପତ୍ୟକାରେ ଭାରତୀୟ ସେନା ସହିତ ହୋଇଥିବା ସଂଘର୍ଷରେ ଚୀନର ଦୁଇ ଜଣ ଅଧିକାରୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କମାଣ୍ଡିଂ ଅଫିସର (ସିଓ) ହୋଇଥିବା ବେଳେ ଅନ୍ୟ ଜଣେ ପିଏଲ୍‌ଏର ଅଧିକାରୀ। ଚୀନ ନିଜେ ଏହା ସ୍ପଷ୍ଟ କରିଛି। ତେବେ ଏହି ସଂଘର୍ଷରେ ତା’ର ମୋଟ କେତେ ଯବାନ ନିହତ ହୋଇଛନ୍ତି, ସେ ନେଇ ଚୀନ୍ କିଛି କହି ନାହିଁ। ଚୀନ୍‌ ଯୁକ୍ତି ବାଢ଼ିଛି ଯେ ନିହତ ଯବାନଙ୍କ ସଂଖ୍ୟା ସାମ୍ନାକୁ ଆସିଲେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବ।

ଜୁନ୍ ୧୫ ତାରିଖରେ ଚୀନ ଓ ଭାରତର ଯବାନଙ୍କ ମଧ୍ୟରେ ଗଲୱାନରେ ଲାଇନ୍‌ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍‌ (ଏଲ୍‌ଏସି) ନିକଟରେ ସଂଘର୍ଷ ହୋଇଥିଲା। ପ୍ରଥମେ ଚୀନ୍‌ର ଯବାନମାନେ ଆକ୍ରମଣ କରିଥିଲେ। ଏହା ପରେ ଦୁଇ ପକ୍ଷ ମଧ୍ୟରେ ପ୍ରାୟ ୩ ଘଣ୍ଟା ଧରି ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୫ ଜଣ ସୈନିକ ମୃତାହତ ହୋଇଥିବା କୁହାଯାଉଛି। ଭାରତର ସହିଦ ଯବାନଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ ଅଛନ୍ତି। ତାଙ୍କ ନାଁ ସନ୍ତୋଷ ବାବୁ। ସେ ୧୬ ବିହାର ରେଜିମେଣ୍ଟରେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos