Advertisment

ଉଦୟପୁର ହତ୍ୟାକାଣ୍ଡ: ଆଉ ୨ ଅଭିଯୁକ୍ତ ଗିରଫ

ଜୟପୁର: ରାଜସ୍ଥାନ ଉଦୟପୁର କହ୍ନେୟାଲାଲ ହତ୍ୟାକାଣ୍ଡ ମାମଲାରେ ପୁଲିସକୁ ମିଳିଛି ଆଉ ଏକ ସଫଳତା। ଏହି ମାମଲାରେ ଗୁରୁବାର ବିଳମ୍ବିତ ରାତିରେ ଆଉ ୨ ଅଭିଯୁକ୍ତଙ୍କୁ ଏସ୍‌ଆଇଟି ଗିରଫ କରିଛି। ହତ୍ୟା ଷଡଯନ୍ତ୍ର ମାମାଲରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ନାଁ ମୋହସିନ ଓ ଆସିଫ। ଏହା ବ୍ୟତୀତ ଏହି ମାମଲାରେ ଅନ୍ୟ ୩ଜଣଙ୍କୁ ମଧ୍ୟ ପଚରାଉଚରା କରୁଛି ଏସଆଇଟି। ଏହାକୁ ମିଶାଇ ଏହି ମାମଲାରେ ଗିରଫ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ମୁଖ୍ୟ ଅଭିଯୁକ୍ତ […]

ଅଦ୍ୟତନ ହୋଇଛି
ଉଦୟପୁର ହତ୍ୟାକାଣ୍ଡ: ଆଉ ୨ ଅଭିଯୁକ୍ତ ଗିରଫ

udaipur-murder-case

Advertisment

ଜୟପୁର: ରାଜସ୍ଥାନ ଉଦୟପୁର କହ୍ନେୟାଲାଲ ହତ୍ୟାକାଣ୍ଡ ମାମଲାରେ ପୁଲିସକୁ ମିଳିଛି ଆଉ ଏକ ସଫଳତା। ଏହି ମାମଲାରେ ଗୁରୁବାର ବିଳମ୍ବିତ ରାତିରେ ଆଉ ୨ ଅଭିଯୁକ୍ତଙ୍କୁ ଏସ୍‌ଆଇଟି ଗିରଫ କରିଛି। ହତ୍ୟା ଷଡଯନ୍ତ୍ର ମାମାଲରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ନାଁ ମୋହସିନ ଓ ଆସିଫ। ଏହା ବ୍ୟତୀତ ଏହି ମାମଲାରେ ଅନ୍ୟ ୩ଜଣଙ୍କୁ ମଧ୍ୟ ପଚରାଉଚରା କରୁଛି ଏସଆଇଟି। ଏହାକୁ ମିଶାଇ ଏହି ମାମଲାରେ ଗିରଫ ସଂଖ୍ୟା ୪କୁ ବୃଦ୍ଧି ପାଇଛି।

Advertisment

ମୁଖ୍ୟ ଅଭିଯୁକ୍ତ ଗୋସ୍‌ ଓ ରିଆଜଙ୍କ ଠାରୁ ଅସ୍ତ୍ରଶସ୍ତ୍ର ମିଳିବା ମାମଳାରେ ଆର୍ମସ ଆକ୍ଟ ମଧ୍ୟ ରୁଜୁ କରିଛି। ଉଦୟପୁର ହତ୍ୟା ମାମଲାରେ ଉତ୍ତରପ୍ରଦେଶର କାନପୁରରେ ଦାୱତ-ଏ-ଇସଲାମିର ସଞ୍ଚାଳନ କରୁଥିବା ସରତାଜକୁ ପୁଲିସ ଖୋଜୁଛି। କାନପୁର-ଉଦୟପୁର ମାମଲାରେ ଦାୱତ-ଏ-ଇସଲାମିର ନାଁ ଆସିବା ପରେ କାନପୁର ପୁଲିସ ଆଲର୍ଟ ମୋଡରେ ଅଛି। ପ୍ରତ୍ୟେକ ସ୍ତରରେ ଘଟଣାର ତଦନ୍ତ କରାଯାଉଛି।

ଉଦୟପୁରରେ ଜଣେ ହିନ୍ଦୁ ଦରଜୀ କହ୍ନେୟାଲାଲଙ୍କୁ ଅତି ନିର୍ମମଭାବେ ହତ୍ୟା କରିବା ଘଟଣାକୁ ନେଇ ରାଜ୍ୟର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ସ୍ଥୋନରେ ପୋଡାଜଳା ମଧ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ଏହାରି ଭିତରେ ଆଜି ଉଦୟପୁର ରଥଯାତ୍ରା ଏବଂ ଜୁମାର ନମାଜ ପାଠକୁ ନେଇ ପୁଲିସ ପ୍ରଶାସନ ପୂରାପୁରି ସତର୍କ ରହିଛି। ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେଥିଲାଗି ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଇଣ୍ଟରନେଟ୍‌ ସେବା ଆଜି ସନ୍ଧ୍ୟା ଯାଏଁ ବନ୍ଦ ରଖାଯାଇଛି।

Advertisment
Udaipur Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe