୧୮,୦୦୦ କର୍ମଚାରୀଙ୍କ ଛଟେଇ କରିବ ଆମାଜନ୍‌

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ୍‌ର କର୍ମଚାରୀଙ୍କ ଉପରେ ପଡିବ ଚଡକ। ପ୍ରାୟ ୧୮ ହଜାରରୁ ଅଧିକ କର୍ମଚାରୀଙ୍କ ଛଟେଇ କରିବ ଆମାଜନ୍। ଅର୍ଥନୈତିକ ଅନିଶ୍ଚିତତା କାରଣ ଦର୍ଶାଇ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ବୁଧବାର ଦିନ ଏହି ଇ-କମର୍ସ କମ୍ପାନୀ ଘୋଷଣା କରିଛି। ଆମାଜନ୍ ସିଇଓ ଆଣ୍ଡି ଜେସି କହିଛନ୍ତି, ନଭେମ୍ବରରେ ହୋଇଥିବା ଛଟେଇ ବିଷୟରେ ଆଜି ଆମେ ଆପଣଙ୍କୁ ଅବଗତ କରାଉଛୁ। କମ୍ପାନୀ ନଭେମ୍ବର ମାସରେ ୧୦ ହଜାର କର୍ମଚାରୀଙ୍କ ଛଟେଇ କରିବ […]

Amazon

Madhupriya Mistry
  • Published: Thursday, 05 January 2023
  • , Updated: 05 January 2023, 12:01 PM IST

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ୍‌ର କର୍ମଚାରୀଙ୍କ ଉପରେ ପଡିବ ଚଡକ। ପ୍ରାୟ ୧୮ ହଜାରରୁ ଅଧିକ କର୍ମଚାରୀଙ୍କ ଛଟେଇ କରିବ ଆମାଜନ୍। ଅର୍ଥନୈତିକ ଅନିଶ୍ଚିତତା କାରଣ ଦର୍ଶାଇ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ବୁଧବାର ଦିନ ଏହି ଇ-କମର୍ସ କମ୍ପାନୀ ଘୋଷଣା କରିଛି।

ଆମାଜନ୍ ସିଇଓ ଆଣ୍ଡି ଜେସି କହିଛନ୍ତି, ନଭେମ୍ବରରେ ହୋଇଥିବା ଛଟେଇ ବିଷୟରେ ଆଜି ଆମେ ଆପଣଙ୍କୁ ଅବଗତ କରାଉଛୁ। କମ୍ପାନୀ ନଭେମ୍ବର ମାସରେ ୧୦ ହଜାର କର୍ମଚାରୀଙ୍କ ଛଟେଇ କରିବ ବୋଲି ଘୋଷଣା କରିଥିଲା। ଏବେ ୧୮ ହଜାରରୁ ଅଧିକ କର୍ମଚାରୀଙ୍କ ଛଟେଇ କରିବାକୁ ଯୋଜନା ହୋଇଛି।

https://twitter.com/amazonnews/status/1610804219178541057?s=20&t=qPZLX8FvvJW7muOWLOzrRg

ଜେସି କହିଛନ୍ତି, ଛଟେଇ ଯୋଗୁଁ ଲୋକଙ୍କୁ ଅସୁବିଧା ହେବ ବୋଲି କମ୍ପାନିର ନେତୃତ୍ୱ ସଚେତନ ଅଛନ୍ତି। ସେଥିପାଇଁ, ଖାମଖିଆଲି ଭାବେ ଆମେ ଏ ନିଷ୍ପତ୍ତି ଗ୍ରହଣ କରିନାହୁଁ। ପ୍ରଭାବିତ ହେଉଥିବା କର୍ମଚାରୀମାନଙ୍କୁ ସାହାଯ୍ୟ କରିବା ଲାଗି ଆମେ ସେପାରେସନ୍ ପେମେଣ୍ଟ, ଟ୍ରାଞ୍ଜିସ୍‌ନାଲ୍ ହେଲ୍‌ଥ୍ ଇନ୍‌ସ୍ୟୁରାନ୍‌ସ ଏବଂ ଏକ୍ସଟର୍‌ନାଲ୍ ଜବ୍ ପ୍ଲେସ୍‌ମେଣ୍ଟ୍ ସପୋର୍ଟ ଆଦି ପ୍ୟାକେଜ୍ ଯୋଗାଇ ଦେବୁ। ପ୍ରସ୍ତାବିତ ଛଟେଇ ସଂକ୍ରାନ୍ତରେ ଜାନୁଆରୀ ୧୮ ତାରିଖରୁ କର୍ମଚାରୀମାନଙ୍କୁ ସୂଚନା ଦିଆଯିବା ଆରମ୍ଭ ହେବ।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ଶେଷ ସୁଦ୍ଧା ବିଶ୍ୱବ୍ୟାପୀ ଆମାଜନ୍‌ ଗ୍ରୁପ୍‌ର ୧.୫୪ ନିୟୁତ କର୍ମଚାରୀ ଥିଲେ। ଏବେ କିନ୍ତୁ ଏହି ସଂଖ୍ୟା ହ୍ରାସ ପାଇଛି । ବାସ୍ତବରେ ଆମାଜନ୍ କମ୍ପାନୀର ଅଭିବୃଦ୍ଧି ଦ୍ରୁତ ଗତିରେ ହ୍ରାସ ପାଉଛି। ଯେଉଁଥିପାଇଁ ହଜାର ହଜାର କର୍ମଚାରୀଙ୍କୁ କଷ୍ଟ ସହିବାକୁ ପଡିପାରେ ।

Related story