ଖ୍ରୀଷ୍ଟମାସ ଉତ୍ସବ ବେଳେ ଧର୍ମାନ୍ତରଣକୁ ନେଇ ହମ୍‌ଲା, ୬ ଗିରଫ

ଡେରାଡୁନ: ଖ୍ରୀଷ୍ଟମାସ ଉତ୍ସବ ବେଳେ ଧର୍ମ ପରିବର୍ତ୍ତନ। ପ୍ରାୟ ୩୦ ଜଣଙ୍କ ଧର୍ମ ପିବର୍ତ୍ତନ କରାଯିବାକୁ ନେଇ ଆକ୍ରମଣ ହୋଇଛି । ଏହି ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଉତ୍ତରାଖଣ୍ଡର ଏକ ଗାଁରେ ବଡଦିନ ଉତ୍ସବ ପାଳନ ଅବସରରେ ଘଟିଛି ଏଭଳି କିଛି ଘଟଣା। ପୁଲିସ ସୂଚନା ମୁତାବକ, ଉତ୍ତରାଖଣ୍ଡର ପୁରୋଲା ଗାଁରେ ଏହି ଘଟଣା ଘଟିଛି। ଶୁକ୍ରବାର ଏଠାରେ ଖ୍ରୀଷ୍ଟମାସ ପାର୍ଟି ଚାଲିଥିଲା । ଏତିକି ବେଳେ ଏହି ଗାଁରେ ଧର୍ମାନ୍ତରଣ କରାଯାଉଥିବା […]

Attack

Madhupriya Mistry
  • Published: Sunday, 25 December 2022
  • , Updated: 25 December 2022, 08:19 AM IST

ଡେରାଡୁନ: ଖ୍ରୀଷ୍ଟମାସ ଉତ୍ସବ ବେଳେ ଧର୍ମ ପରିବର୍ତ୍ତନ। ପ୍ରାୟ ୩୦ ଜଣଙ୍କ ଧର୍ମ ପିବର୍ତ୍ତନ କରାଯିବାକୁ ନେଇ ଆକ୍ରମଣ ହୋଇଛି । ଏହି ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଉତ୍ତରାଖଣ୍ଡର ଏକ ଗାଁରେ ବଡଦିନ ଉତ୍ସବ ପାଳନ ଅବସରରେ ଘଟିଛି ଏଭଳି କିଛି ଘଟଣା।

ପୁଲିସ ସୂଚନା ମୁତାବକ, ଉତ୍ତରାଖଣ୍ଡର ପୁରୋଲା ଗାଁରେ ଏହି ଘଟଣା ଘଟିଛି। ଶୁକ୍ରବାର ଏଠାରେ ଖ୍ରୀଷ୍ଟମାସ ପାର୍ଟି ଚାଲିଥିଲା । ଏତିକି ବେଳେ ଏହି ଗାଁରେ ଧର୍ମାନ୍ତରଣ କରାଯାଉଥିବା ଅଭିଯୁକ୍ତମାନେ ସୂଚନା ପାଇଥିଲେ । ଏହା ପରେ ହମ୍‌ଲା କରିଥିବା ନେଇ ସେମାନେ ପୁଲିସକୁ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ପୁଲିସ ପରେ ଏହି ମାମଲାରେ ୬ ଜଣଙ୍କୁ ଅଟକ କରିଛି। ଅଟକ ବ୍ୟକ୍ତିଙ୍କ ମଧ୍ୟରେ ପାଦ୍ରି ଳାଜର କୁରନେଲିୟୁସ ଓ ତାଙ୍କ ପତ୍ନୀ ମଧ୍ୟ ସାମିଲ ଥିଲେ। ତେବେ ପଚରାଉଚରା ଓ ତଦନ୍ତ ପରେ ଉଭୟଙ୍କୁ ପୁଲିସ ଛାଡି ଦେଇଛି।

ଏହି ମାମଲାର ତଦନ୍ତ କରୁଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଶାନ୍ତିପୂର୍ଣ୍ଣ ଭାବେ ମାମଲାର ସମାଧାନ କରିବା ପରେ ହିଁ ଉଭୟ ପାଦ୍ରି ଓ ତାଙ୍କ ପତ୍ନୀଙ୍କୁ ଛଡାଯାଇଛି। ଅଭିଯୁକ୍ତମାନେ ଗାଁର ହୋପ୍ ଓ ଲାଇଫ ସେଣ୍ଟର ଉପରେ ଆକ୍ରମଣ କରିଥିଲେ। ଯେଉଁ ପାଦ୍ରିଙ୍କ ଉପରେ ଆକ୍ରମଣ ହୋଇଥିଲା ତାଙ୍କର ୟୁନିୟନ ଚର୍ଚ୍ଚ ମସୁରି ସହ ଲିଙ୍କ ରହିଛି।

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ଉତ୍ତରାଖଣ୍ଡର ବିଜେପି ସରକାର ରାଜ୍ୟରେ ଧର୍ମାନ୍ତରଣ ବିରୋଧରେ ଏକ ବିଲ୍ ପାସ୍ କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଅଳ୍ପସଂଖ୍ୟକଙ୍କ ଉପରେ ଏହି ପ୍ରକାରର ଆକ୍ରମଣ ପୂର୍ବରୁ ମଧ୍ୟ ହୋଇ ଆସୁଛି।

Related story