ଟିକା ନେବାକୁ ବାଧ୍ୟ କରିପାରିବେନି ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏଣିକି କରୋନା ଟିକା ବାଧ୍ୟତାମୂଳକ ନୁହେଁ। ଏହି ଟିକା ନେବାକୁ ସରକାର କୌଣସି ବି ବ୍ୟକ୍ତିଙ୍କୁ ବାଧ୍ୟ କରିପାରିବେ ନାହିଁ। କରୋନା ଟିକାକୁ ନେଇ ଆଜି ଏଭଳି ଏକ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ କହିବା ଅନୁଯାୟୀ, କୌଣସି ବି ବ୍ୟକ୍ତିଙ୍କୁ ଟିକା ନେବାକୁ ବାଧ୍ୟ କରାଯାଇପାରିବ ନାହିଁ। କିନ୍ତୁ ସରକାର ମହାମାରୀ ଭଳି ଗମ୍ଭୀର ସମସ୍ୟାର ମୁକାବିଲା ଓ ଜନସାଧାରଣଙ୍କ ମଙ୍ଗଳ ଏବଂ ସ୍ୱାସ୍ଥ୍ୟ ହିତ ପାଇଁ ନୀତି ପ୍ରସ୍ତୁତ କରି କିଛି […]

vaccine

Madhupriya Mistry
  • Published: Monday, 02 May 2022
  • , Updated: 02 May 2022, 01:21 PM IST

ନୂଆଦିଲ୍ଲୀ: ଏଣିକି କରୋନା ଟିକା ବାଧ୍ୟତାମୂଳକ ନୁହେଁ। ଏହି ଟିକା ନେବାକୁ ସରକାର କୌଣସି ବି ବ୍ୟକ୍ତିଙ୍କୁ ବାଧ୍ୟ କରିପାରିବେ ନାହିଁ। କରୋନା ଟିକାକୁ ନେଇ ଆଜି ଏଭଳି ଏକ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟଙ୍କ କହିବା ଅନୁଯାୟୀ, କୌଣସି ବି ବ୍ୟକ୍ତିଙ୍କୁ ଟିକା ନେବାକୁ ବାଧ୍ୟ କରାଯାଇପାରିବ ନାହିଁ। କିନ୍ତୁ ସରକାର ମହାମାରୀ ଭଳି ଗମ୍ଭୀର ସମସ୍ୟାର ମୁକାବିଲା ଓ ଜନସାଧାରଣଙ୍କ ମଙ୍ଗଳ ଏବଂ ସ୍ୱାସ୍ଥ୍ୟ ହିତ ପାଇଁ ନୀତି ପ୍ରସ୍ତୁତ କରି କିଛି ସର୍ତ୍ତ ଲାଗୁ କରିପାରିବେ। ଶାରୀରିକ ସ୍ୱାୟତତା କ୍ଷେତ୍ରରେ ସରକାର ନିୟମ କରିପାରିବେ। ତେବେ ସାମ୍ପ୍ରତିକ ଟିକାକରଣ ନୀତିକୁ ଅନୁଚିତ ବୋଲି କୁହାଯାଇପାରିବ ନାହିଁ।

କରୋନା ଟିକାର ଦୁଃଷ୍ପରିଣାମ ପ୍ରକାଶିତ କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଲାଗୁ ହୋଇଥିବା କୋଭିଡ ଭ୍ୟାକସିନ ନୀତି ଅନୁଚିତ କିମ୍ବା ମନମାନି ନୁହେଁ।  ଏଥିସହ କରୋନା ଟିକାକୁ ବାଧ୍ୟତାମୂଳକ ବୋଲି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ମହାମାରୀ ବେଳେ କରୋନା ଟିକା ଜରୁରୀ ଥିଲା।  ବୈଜ୍ଞାନିକ ପ୍ରମାଣ ଉପରେ ନିଷ୍ପତ୍ତି ନେବାକୁ କୋର୍ଟର ଅଭିଜ୍ଞତା ନାହିଁ। ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ ଏବଂ ଜଷ୍ଟିସ୍ ବି.ଆର ଗାୱାଇଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ଟିକାକୁ ନେଇ ହସ୍ତକ୍ଷେପ କରିବାକୁ କୋର୍ଟ ଇଚ୍ଛୁକ ନୁହଁନ୍ତି। ବିଶେଷଜ୍ଞଙ୍କ ମତରେ ସରକାର ଗ୍ରହଣ କରିଥିବା ନୀତିଗତ ନିଷ୍ପତ୍ତିରେ ନ୍ୟାୟିକ ସମୀକ୍ଷାର ପରିସର ସୀମିତ ଅଟେ।

Related story