ନୂଆଦିଲ୍ଲୀ: କିଭଳି ହୋଇଥିଲା ନେପାଳ ବିମାନ ଦୁର୍ଘଟଣା, ସାମ୍ନାକୁ ଆସିଲା ଦୁର୍ଘଟଣା ପୂର୍ବରୁ ଶେଷ ଭିଡିଓ। ଏହି ଭିଡିଓକୁ ଜଣେ ଯାତ୍ରୀ ନିଜ ମୋବାଇଲ କ୍ୟାମେରାରେ କଏଦ୍ କରିଛନ୍ତି। ଏହି ଦୃଶ୍ୟ ହୁଏତ ଆପଣଙ୍କୁ ବିଚଳିତ କରିପାରେ। ଦୁର୍ଘଟଣାର କିଛି ସମୟ ପୂର୍ବରୁ ଫେସ୍ବୁକରେ ଭିଡିଓ ଲାଇଭ୍ କରୁଥିଲେ।
ଉତ୍ତରପ୍ରଦେଶର ଜଣେ ଯୁବକ ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଉତ୍ତରପ୍ରଦେଶ ଗାଜିପୁରର ୪ ଜଣ ଯୁବକ। ସୋନୁ ଜୈସୱାଲ, ଅନୀଲ ରାଜଭର, ବିଶାଳ ଶର୍ମା ଓ ଅଭିଷେକ ସିଂ ଖୁସଓ୍ୱାଲ୍। ତ୍ତରପ୍ରଦେଶର ସୋନୁ ଜୈସୱାଲ ତାଙ୍କର ଫେସବୁକର ଲାଇଭ କରୁଥିଲେ। ଏହି ଭିଡିଓ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଳେ ଦେଶର କିଛି ବଡ଼ ବଡ଼ ସାମ୍ବାଦିକ ଭିଡିଓକୁ ନେଇ ଟ୍ୱିଟ୍ କରିଛନ୍ତି।
https://twitter.com/MikeCrispiNJ/status/1614690287607058434?s=20&t=rhTMmYzVfSgYEKpVv_UBAA
ଉତ୍ତରପ୍ରଦେଶ ଗାଜିପୁରର ୪ ଜଣ ଯୁବକ ଗତ ୧୩ ତାରିଖରେ କାଠମାଣ୍ଡୁ ପଶୁପତିନାଥ ମନ୍ଦିରରୁ ପୂଜା କରି ପୋଖରା ଯାଉଥିଲେ। ପାରା ଗ୍ଲାଇଡିଂ କରିବାକୁ ପୋଖରା ଏୟାପୋର୍ଟରେ ବିମାନ ଅବତରଣ କରିବା ପୂର୍ବରୁ ସୋନୁ ଫେସବୁକ ଭିଡିଓ ଲାଇଭ୍ କରୁଥିଲେ।
ଏହି ଭିଡିଓରେ ସୋନୁଙ୍କୁ ଦେଖିବାକୁ ମିଳୁଛି। ସେମାନେ କହୁଛନ୍ତି ମୌଜ କର୍ ଦି ଅର୍ଥାତ୍ ମଜା ଆସିଗଲା। ହେଲେ ଠିକ୍ ସେତିକି ବେଳେ ଭାରସାମ୍ୟ ହରାଇ ଖସିପଡ଼ୁଛି ବିମାନ। ଶୁଭୁଛି ଆର୍ତ୍ତ ଚିତ୍କାର। ବିମାନରେ ନିଆଁ ଲାଗିବା ପରେ ସେହି ଦୃଶ୍ୟ ମଧ୍ୟ ମୋବାଇଲ କ୍ୟାମେରାରେ କଏଦ ହୋଇଯାଇଛି। ଏହି ଦେଢ଼ ମିନିଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ତଳକୁ ଖସି ପଡିବା ସହ ସମ୍ପୂର୍ଣ୍ଣ ଜଳିଯାଇଥିଲା। ହୁତୁ ହୁତୁ ହୋଇ ଜଳି ଯାଇଥିଲା ବିମାନ। ବିମାନ ଜଳିବାବେଳେ ଆକାଶ ଧୁଆଁମୟ ହୋଇ ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ମିଶାଇ ପ୍ରାୟ ୭୨ଜଣଙ୍କ ଜୀବନ ଚାଲିଯାଇଛି।