Advertisment

ଟିକା ନେବାକୁ ନାରାଜ, ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ନଦୀକୁ ଡେଇଁ ପଡ଼ିଲେ ଗାଁ ଲୋକେ

ଲକ୍ଷ୍ନୌ: ମହାମାରୀ କରୋନାର ରକ୍ଷା କବଚ ହେଉଛି ଟିକା। ଏହି ଟିକାକୁ ନେବା ପାଇଁ ଲୋକମାନେ ଘଣ୍ଟାଘଣ୍ଟା ଧାଡ଼ିରେ ଛିଡ଼ା ହେଉଛନ୍ତି। ଟିକାର ତୁଳନାରେ ଲୋକଙ୍କ ସଂଖ୍ୟା ବଢ଼ିଯିବାରୁ ଅଧାରୁ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ମଧ୍ୟ କରାଯାଉଛି। ହେଲେ ଉତ୍ତର ପ୍ରଦେଶର ବାରବାଙ୍କି ଜିଲ୍ଲାର ଗୋଟିଏ ଗାଁରେ ଓଲଟା ଘଟଣା ଦେଖିବାକୁ ମିଳିଛି। ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ନ ହେବା ପାଇଁ ଏକାଧିକ ଗାଁ ଲୋକ ସୂର୍ଯ୍ୟା ନଦୀକୁ ଡେଇଁ ପଡ଼ିଛନ୍ତି। ସେମାନେ ନଦୀରେ ଆତ୍ମଗୋପନ କରିବା […]

author-image
Hemant Lenka
ଅଦ୍ୟତନ ହୋଇଛି
ଟିକା ନେବାକୁ ନାରାଜ, ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ନଦୀକୁ ଡେଇଁ ପଡ଼ିଲେ ଗାଁ ଲୋକେ

River

ଲକ୍ଷ୍ନୌ: ମହାମାରୀ କରୋନାର ରକ୍ଷା କବଚ ହେଉଛି ଟିକା। ଏହି ଟିକାକୁ ନେବା ପାଇଁ ଲୋକମାନେ ଘଣ୍ଟାଘଣ୍ଟା ଧାଡ଼ିରେ ଛିଡ଼ା ହେଉଛନ୍ତି। ଟିକାର ତୁଳନାରେ ଲୋକଙ୍କ ସଂଖ୍ୟା ବଢ଼ିଯିବାରୁ ଅଧାରୁ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ମଧ୍ୟ କରାଯାଉଛି ହେଲେ ଉତ୍ତର ପ୍ରଦେଶର ବାରବାଙ୍କି ଜିଲ୍ଲାର ଗୋଟିଏ ଗାଁରେ ଓଲଟା ଘଟଣା ଦେଖିବାକୁ ମିଳିଛି।

Advertisment

ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ନ ହେବା ପାଇଁ ଏକାଧିକ ଗାଁ ଲୋକ ସୂର୍ଯ୍ୟା ନଦୀକୁ ଡେଇଁ ପଡ଼ିଛନ୍ତି। ସେମାନେ ନଦୀରେ ଆତ୍ମଗୋପନ କରିବା ସହ ଟିକା ଦେବାକୁ ଆସିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ତୁରନ୍ତ ଫେରିଯିବାକୁ କହିଛନ୍ତି। ଲୋକଙ୍କ ଏଭଳି ଆଚରଣ ଦେଖି ସମସ୍ତେ ହତବାକ ହୋଇଛନ୍ତି।

ରାମନଗର ତହସିଲର ଏସ୍‌ଡିଏମ ରାଜୀବ କୁମାର ଶୁକ୍ଳା କହିଛନ୍ତି, ଏହି ଘଟଣା ଶନିବାର ଘଟିଥିଲା। ଗାଁକୁ ସ୍ୱାସ୍ଥ୍ୟକର୍ମୀମାନେ ଲୋକଙ୍କୁ ଟିକା ଦେବାକୁ ଯାଇଥିଲେ। ଟିକା ନେବାକୁ ପ୍ରଥମେ ଗାଁ ଲୋକ ମନା କରିଥିଲେ। ଅନେକ ବୁଝାସୁଝା କରିବା ପରେ ମାତ୍ର ୧୪ ଜଣ ଟିକା ନେବାକୁ ରାଜି ହୋଇଥିଲେ।

Advertisment

ଆଉ କିଛି ଲୋକ ଟିକାକରଣରୁ ବର୍ତ୍ତିବା ପାଇଁ ନଦୀକୁ ଡେଇଁ ପଡ଼ିଥିଲେ। ସେମାନେ ଏହାକୁ ଟିକା ନୁହେଁ ବରଂ ବିଷ ଭର୍ତ୍ତି ଇଞ୍ଜେକସନ ବୋଲି କହିଥିଲେ। ଏଥିପାଇଁ ସେମାନେ ନଦୀକୁ ଡେଇଁ ପଡ଼ିଥିଲେ। ଫଳରେ ସ୍ୱାସ୍ଥ୍ୟ ଅଧିକାରୀମାନେ କେବଳ ୧୪ ଜଣଙ୍କୁ ଟିକା ଦେଇ ଗାଁରୁ ଫେରିଥିଲେ। ଗାଁ ଲୋକଙ୍କୁ ବୁଝାଇବା ପାଇଁ ଆଉ ଥରେ ପ୍ରୟାସ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।

Uttar Pradesh Covid Vaccine