Advertisment

ରେପ୍‌ ହୋଇଛି ନା ଗର୍ଭବତୀ ଥିଲେ: ପ୍ରଶ୍ନ କଲେ ମମତା

କୋଲକାତା: ଜଣେ ୧୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ମୃତ୍ୟୁ ଅଭିଯୋଗ ପଶ୍ଚିମବଙ୍ଗ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।  ଗତ ଏପ୍ରିଲ ୫ ତାରିଖରେ ନାଡିଆ ଜିଲ୍ଲାରେ ସମ୍ପୃକ୍ତ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା।  ମମତା ବାନାର୍ଜୀ କହିଛନ୍ତି ଯେ, ସମ୍ପୃକ୍ତ  ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା କୁହାଯାଉଛି। କିନ୍ତୁ ପ୍ରକୃତରେ ତାଙ୍କୁ ଦୁଷ୍କର୍ମ କରାଯାଇଛି କି ?  ପ୍ରେମ ବ୍ୟାପାରରୁ  ସେ ଗର୍ଭବତୀ ଥିଲେ […]

ଅଦ୍ୟତନ ହୋଇଛି
ଘର ବିଗାଡ଼ୁଛନ୍ତି ପୁତୁରା, ଟେନ୍‌ସନ୍‌ରେ ମମତା

Mamata

Advertisment

କୋଲକାତା: ଜଣେ ୧୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ମୃତ୍ୟୁ ଅଭିଯୋଗ ପଶ୍ଚିମବଙ୍ଗ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।  ଗତ ଏପ୍ରିଲ ୫ ତାରିଖରେ ନାଡିଆ ଜିଲ୍ଲାରେ ସମ୍ପୃକ୍ତ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା।  ମମତା ବାନାର୍ଜୀ କହିଛନ୍ତି ଯେ, ସମ୍ପୃକ୍ତ  ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା କୁହାଯାଉଛି। କିନ୍ତୁ ପ୍ରକୃତରେ ତାଙ୍କୁ ଦୁଷ୍କର୍ମ କରାଯାଇଛି କି ?  ପ୍ରେମ ବ୍ୟାପାରରୁ  ସେ ଗର୍ଭବତୀ ଥିଲେ କି?  ଏହାର କଣ ତଦନ୍ତ ହୋଇଛି ?  ଏହି ଘଟଣାରେ ଯାଞ୍ଚ ପାଇଁ ମୁଁ ପୁଲିସକୁ ନିର୍ଦ୍ଦେଶ ଦେଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ସମ୍ପୃକ୍ତ ଅଭିଯୁକ୍ତ ସହ ନାବାଳିକାର ପ୍ରେମ ସମ୍ପର୍କ ଥିବା ମୁଁ ଜାଣିବାକୁ  ପାଇଛି ବୋଲି ମମତା କହିଛନ୍ତି। ଜନ୍ମ ଉତ୍ସବକୁ ଯାଇଥିବା ବେଳେ ସମ୍ପୃକ୍ତ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ଏପ୍ରିଲ ୫ ତାରିଖରେ ନାବାଳିକାକାର ମୃତ୍ୟୁ ଘଟିଛି।  ହେଲେ ଏପ୍ରିଲ ୧୦ ତାରିଖରେ ପୁଲିସ ଜାଣିବାକୁ ପାଇଥିଲା।  ଯଦି ତାର ୫ ତାରିଖରେ ମୃତ୍ୟୁ ଘଟିଛି ତେବେ ଥାନାରେ ଅଭିଯୋଗ ହେବା କଥା ।  କିନ୍ତୁ ସେହି ଦିନ ପରିବାର ଲୋକେ କାହିଁକି ଥାନାକୁ ଯାଇ ନଥିଲେ ?  ସେମାନେ ମୃତ ଦେହକୁ ସଂସ୍କାର  କରିଦେଇଛନ୍ତି।  ପୁଲିସ କେମିତି ପ୍ରମାଣ ପାଇବ ବୋଲି ମମତା ପ୍ରଶ୍ନ କରିଛନ୍ତି।  ଏହା ପ୍ରେମ ବ୍ୟପାରଜନିତ ମୃତ୍ୟୁ ବୋଲି ମମତା ଅଭିଯୋଗ କରିଛନ୍ତି।

Advertisment

ଅନ୍ୟପଟେ ଏ ସମ୍ପର୍କରେ କାଲକାଟା ହାଇକୋର୍ଟରେ ଏକ ଜନ ସ୍ୱାର୍ଥ୍ୟ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ପରିବାର କହିଛନ୍ତି ଯେ, ମୃତ ଦେହକୁ ବିନା ବ୍ୟଚ୍ଛେଦରେ ଅନ୍ତିମ ସଂସ୍କାର କରାଯାଇଛି।  ସ୍ଥନାୟ ଟିଏମସି ନେତାଙ୍କ ଚାପରେ ପ୍ରଶାସନ ଏଭଳି କାମ କରିଛି । ଏହି ମାମଲାରେ ସମ୍ପୃକ୍ତ ଟିଏମସି ନେତାଙ୍କ ପୁଅ ବ୍ରଜ  ଗୋପାଳ  ମୁଖ୍ୟ ଅଭିଯୁକ୍ତ ଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପରେ ବିଜେପି ରାଣଘାଟଣେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା। ମୃତକଙ୍କୁ ନ୍ୟାୟ ଦାବି କରି ବିଜେପି ବନ୍ଦ ଡାକରା ଦେଇଥିଲା।ଅନ୍ୟପଟେ ପିଆଇଏଲ ମାମଲା ଶୁଣାଣି ନେଇ କୋର୍ଟ ଆବେଦନ ଗ୍ରହଣ କରିଛନ୍ତି। ଆସନ୍ତା କାଲି ମାମଲାର  ଶୁଣାଣି ରହିଛି।

Advertisment
Mamata Banerjee West Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe