ଜୟପୁର/ଜମ୍ମୁ: ରାଜସ୍ଥାନର ମାଉଣ୍ଟ ଆବୁରେ ସିମ୍ଲା ଫିଲିଂ ବରଫରେ ଆଛାଦିତ ରାସ୍ତାଘାଟ, ଘର ଦ୍ୱାର ଏବଂ ଆସବାବପତ୍ର। ତାପମାତ୍ରା ମାଇନସ୍ ୬ ଡିଗ୍ରୀରେ ପହଞ୍ଚି ଥିବା ବେଳେ ନଦୀ ନାଳ ସବୁ ବରଫ ପାଲଟି ଯାଇଛି । ଘାସ ଗାଲିଚା ଓ ଗାଡ଼ି ଉପରେ ବରଫର ମୋଟା ଆସ୍ତରଣ ପଡ଼ିଥିବା ଦେଖିବାକୁ ମିଳୁଛି । ଏଠାକୁ ଆସିଥିବା ପର୍ଯ୍ୟଟକମାନେ ଏହାର ମଜା ନେଉଛନ୍ତି। ସେପଟେ କଶ୍ମୀର ଶ୍ରୀନଗରରେ ପାଇପରୁ ବାହାରୁଛି ବରଫ। ଯେଉଁ ପାଇପରୁ ପାଣି ବାହାରୁଥିଲା, ଯେଉଁ ପାଇପରୁ ପିଇବା ପାଣି ଲୋକେ ନେଉଥିଲେ ଏବେ ସେଠୁ ବାହାରୁଛି ବରଫ ।
ଥଣ୍ଡା ଏତେ ଯେ, ପାନୀୟ ଜଳ ଯୋଗାଣ ହେଉଥିବା ପାଇପରୁ ବାହାରୁଛି ବରଫ। ପାଣି ପାଇଁ ସ୍ଥାନୀୟ ଲୋକେ ପାଇପକୁ ଗରମ କରୁଛନ୍ତି । ପାଇପ୍ ତଳେ ନିଆଁ ଜାଳି ବରଫରୁ ପାଣି ବାହାର କରୁଛନ୍ତି । ପ୍ରସିଦ୍ଧ ଡାଲ୍ ହ୍ରଦ ବି ବରଫ ପାଲଟି ଯାଇଛି । ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକଙ୍କ ଯାଆସ ପାଇଁ ପ୍ରମୁଖ ମାଧ୍ୟମ ହେଉଛି ଡାଲ୍। ହେଲେ ବରଫ ଭିତରେ ଡଙ୍ଗା ଚଲାଇବା ଏବେ ହୋଇପଡ଼ିଛି ମୁସ୍କିଲ । ଗତ ମାସେ ଧରି କଶ୍ମୀରର ଅନେକ ସହରରେ ମାଇନସ୍ ଡିଗ୍ରୀ ତଳେ ରହିଛି ପାରଦ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବିଷ ବଳୟରେ ରାଜଧାନୀ; ‘ସିଭିୟର’ ସ୍ଥିତିରେ ବାୟୁ ପ୍ରଦୂଷଣ
ରବିବାର ଦିନ ୩ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୬ରେ ପହଞ୍ଚିଛି। ୧୬ ଡିସେମ୍ବର ରାତିରୁ ଲାଗୁ ହୋଇଛି ଗ୍ରାପ-୪ କଟକଣା।
National
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ମୁବାରକ୍ ଅଲ୍-କବୀର’ ପ୍ରଦାନ କରାଯାଇଛି। ଏହା ହେଉଛି କୌଣସି ଦେଶ ଦ୍ୱାରା ମୋଦିଙ୍କୁ ପ୍ରଦାନ କରାଯାଇଥିବା ୨୦ଶ ଅନ୍ତର୍ଜାତୀୟ ସମ୍ମାନ।
Politics
ପ୍ରିୟଙ୍କା ଗାନ୍ଧିଙ୍କ ସଦସ୍ୟତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ
ପ୍ରିୟଙ୍କା ଗାନ୍ଧି ନାମାଙ୍କନ ପତ୍ରରେ ସମ୍ପତ୍ତିର ସବିଶେଷ ତଥ୍ୟ ଦେଇନଥିବା ଅଭିଯୋଗ। କେରଳ ହାଇକୋର୍ଟରେ ପିଟିସନ ଦାଖଲ କଲେ ୱାୟନାଡ ଉପନିର୍ବାଚନରେ ପରାଜିତ ବିଜେପି ନେତ୍ରୀ।
National
ଘର ଲୋକ କେତେ ଭଲ ପାଆନ୍ତି? ନିଜକୁ ନିଜେ ଅପହରଣ କରି ବନ୍ଧା ହେଲା ଯୁବକ
ଡିସେମ୍ବର ୨୦ରେ ପୁଲିସ୍ର ୧୧୨ ହେଲ ନମ୍ବରକୁ ଗୋଟିଏ ଫୋନ କଲ ଆସିବା ପରେ ପୂରା କାହାଣୀ ଆରମ୍ଭ ହୋଇଥିଲା।
Politics
ନିର୍ବାଚନ ନିୟମରେ ସଂଶୋଧନ: ବ୍ୟବସ୍ଥିତ ଷଡ଼ଯନ୍ତ୍ର କଥା କହି କେନ୍ଦ୍ରକୁ ଟାର୍ଗେଟ କଲେ ଖଡଗେ
କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କ ସ୍ୱାଧୀନତାରେ ବୁଝମଣା କରିବାରେ ଲାଗିଛନ୍ତି ଓ ଏପରି ସଂଶୋଧନ ସମ୍ବିଧାନ ଓ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ଖଡଗେ ଅଭିଯୋଗ କରିଛନ୍ତି।