ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର କ୍ୟାବିନେଟରେ ବଡ଼ଧରଣର ଅଦଳବଦଳ ହେବାକୁ ଯାଉଛି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଟିମ୍ରେ ୪୩ ଜଣ ସଦସ୍ୟ ପଦ ଓ ଗୋପନୀୟତାର ଶପଥ କରିବେ।
ଏହାପୂର୍ବରୁ ଅନେକ ହେଭିୱେଟ ମନ୍ତ୍ରୀ ପଦ ଛାଡ଼ିବା ଆରମ୍ଭ କରିଛନ୍ତି। ଏହି ହେଭିୱେଟଙ୍କ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ, ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ, ଓଡ଼ିଶାର ପ୍ରତାପ ଷଡ଼ଙ୍ଗୀ ଓ ପରିବେଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଅଛନ୍ତି। ସେହିପରି କିଛି ରାଷ୍ଟ୍ରମନ୍ତ୍ରୀଙ୍କୁ ପଦୋନ୍ନତି ମଧ୍ୟ ମିଳିଛି।
କେଉଁମାନେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ଓ କାହାବୁ ବାଦ ଦିଆଗଲା
ବିଦା ହୋଇଥିବା ମନ୍ତ୍ରୀ
୧-ଡା ହର୍ଷବର୍ଦ୍ଧନ(ସ୍ୱାସ୍ଥ୍ୟମନ୍ତ୍ରୀ)
୨-ବାବୁଲ ସୁପ୍ରିଓ(ପରିବେଶ ରାଷ୍ଟ୍ରମନ୍ତ୍ରୀ)
୩-ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ( ଏମଏସ୍ଏମଇ ରାଷ୍ଟ୍ରମନ୍ତ୍ରୀ)
୪-ରମେଶ ପୋଖରିୟାଲ ନିଶଙ୍କ(ଶିକ୍ଷା ମନ୍ତ୍ରୀ)
୫-ସନ୍ତୋଷ ଗଙ୍ଗୱାର(ଶ୍ରମ ରାଷ୍ଟ୍ରମନ୍ତ୍ରୀ)
୬-ଥାୱରଚାନ୍ଦ ଗେହଲଟ(ସାମାଜିକ ନ୍ୟାୟ ମନ୍ତ୍ରୀ)
୭-ସଦାନନ୍ଦ ଗୌଡ଼ା(ସାର ଓ ରସାୟନ ମନ୍ତ୍ରୀ )
୮-ସଞ୍ଜୟ ଧୋତ୍ରେ(ଶିକ୍ଷା ରାଷ୍ଟ୍ରମନ୍ତ୍ରୀ)
୯-ରାଓ ସାହେବ ଧାନଭେ ପାଟିଲ( ଖାଉଟି ବ୍ୟାପର ରାଷ୍ଟ୍ରମନ୍ତ୍ରୀ)
୧୦-ଦେବଶ୍ରୀ ଚୌଧୁରୀ(ଶିଶୁ ଓ ମହିଳା ବିକାଶ ରାଷ୍ଟ୍ରମନ୍ତ୍ରୀ)
୧୧-ରତନ ଲାଲ କଟାରିଆ(ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ)
୧୨-ଅଶ୍ୱିନୀ କୁମାର ଚୌବେ(ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ)
କେଉଁମାନା ସାମିଲ ହେବେ
୧-ଜ୍ୟୋତିରାଦିତ୍ୟ ସିନ୍ଧିଆ
୨-ସର୍ବାନନ୍ଦ ସୋନୱାଲ
୩-ବିଶ୍ୱେଶ୍ୱର ଟୁଡୁ
୪-ଅଶ୍ୱିନୀ ବୈଷ୍ଣବ
୫-ନାରାୟଣ ରାଣେ
୬-ଅନୁପ୍ରିୟା ପଟେଲ
୭-କପିଲ ପଟେଲ
୮-ମୀନାକ୍ଷୀ ଲେଖି
୯-ଅଜୟ ଭଟ୍ଟ
୧୦-ଭୂପେନ୍ଦ୍ର ଯାଦବ
୧୧-ସୁନିତା ଦୁଗାଲ
୧୨-ପଶୁପତି ପାରସ
୧୩-ଭାରତୀ ପାୱର
୧୪-ଶୋଭା କାରାଣ୍ଡଲାଜେ
୧୫- ଏଲ ମୁରୁଗାନ
୧୬-ରାମନାଥ ଠାକୁର
୧୭-ପଙ୍କଜ ଚୌଧୁରୀ
୧୮-ଆରସିପି ସିଂହ
୧୯- ନିଶିତ ପରମାଣିକ
୨୦-ଜନ ବର୍ଲା
୨୧-ଶାନ୍ତୁନ ଠାକୁର
୨୨-ସୁଭାଷ ସରକାର
୨୩- ଚନ୍ଦ୍ରେଶ୍ୱର ପ୍ରସାଦ ଚନ୍ଦ୍ରବଂଶୀ
୨୪-ଦିଲେଶ୍ୱର କାମାତ
୨୫-ରାହୁଲ କସୱା
୨୬-ପ୍ରତିମା ଭୌମିକ
କେଉଁମାନେ ପାଇବେ ପଦୋନ୍ନତି
୧-ଅନୁରାଗ ଠାକୁର
୨-ଜି କିଶନ ରେଡ୍ଡୀ
୩-ପୁରୁଷୋତ୍ତମ ରୂପାଲ
୪-କିରଣ ରିଜ୍ଜିଜୁ
୫-ହରଦୀପ ସିଂହ ପୁରୀ
୬-ମନସୁଖ ମାଣ୍ଡଭିୟ