Advertisment

‘ମୋତେ କହିଲେ ହିଜାବ ବାହାର କର, ମୁଁ ଇସ୍ତଫା ଦେଇଦେଲି’

ବେଙ୍ଗାଲୁରୁ: ହିଜାବ ବିବାଦକୁ ନେଇ ଗତକାଲି  କର୍ଣ୍ଣାଟକର ଜଣେ ଇଂଲିସ ପ୍ରଫେସର ଇସ୍ତଫା ଦେଇଛନ୍ତି। ନିଜ ଆତ୍ମସମ୍ମାନ ପାଇଁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। କାରଣ ହିଜାବ ପରିଧାନ କରିଥିବାରୁ ତାଙ୍କୁ କଲେଜରେ ପ୍ରବେଶକୁ ଅନୁମତି ଦିଆଯାଇ ନଥିଲା। ଚାନ୍ଦିନୀ ନାମ୍ନୀ ଜଣେ ଅଧ୍ୟାପିକା ତୁମାକୁରର ଜୈନ ପିୟୁ କଲେରେ ଶିକ୍ଷାଦାନ କରନ୍ତି। ସେ ଉକ୍ତ କଲେଜରେ ୩ ବର୍ଷ ଧରି କାମ କରିଆସୁଥିଲେ ।  କିନ୍ତୁ ପ୍ରଥମଥର ପାଇଁ ତାଙ୍କୁ ହିଜାବ ବାହାର କରିବାକୁ କୁହାଯାଇଥିଲା। […]

ଅଦ୍ୟତନ ହୋଇଛି
‘ମୋତେ କହିଲେ ହିଜାବ ବାହାର କର, ମୁଁ ଇସ୍ତଫା ଦେଇଦେଲି’

io1

Advertisment

ବେଙ୍ଗାଲୁରୁ: ହିଜାବ ବିବାଦକୁ ନେଇ ଗତକାଲି  କର୍ଣ୍ଣାଟକର ଜଣେ ଇଂଲିସ ପ୍ରଫେସର ଇସ୍ତଫା ଦେଇଛନ୍ତି। ନିଜ ଆତ୍ମସମ୍ମାନ ପାଇଁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। କାରଣ ହିଜାବ ପରିଧାନ କରିଥିବାରୁ ତାଙ୍କୁ କଲେଜରେ ପ୍ରବେଶକୁ ଅନୁମତି ଦିଆଯାଇ ନଥିଲା। ଚାନ୍ଦିନୀ ନାମ୍ନୀ ଜଣେ ଅଧ୍ୟାପିକା ତୁମାକୁରର ଜୈନ ପିୟୁ କଲେରେ ଶିକ୍ଷାଦାନ କରନ୍ତି। ସେ ଉକ୍ତ କଲେଜରେ ୩ ବର୍ଷ ଧରି କାମ କରିଆସୁଥିଲେ ।  କିନ୍ତୁ ପ୍ରଥମଥର ପାଇଁ ତାଙ୍କୁ ହିଜାବ ବାହାର କରିବାକୁ କୁହାଯାଇଥିଲା।

Advertisment

ଚାନ୍ଦିନୀ କହିଛନ୍ତି ଯେ, ଜୈନ ପିୟୁ କଲେଜରେ ଗତ ୩ ବର୍ଷ ଧରି ଅଧ୍ୟାପନା କରି ଆସୁଥିଲେ। ଏ ପର୍ଯ୍ୟନ୍ତ କୌଣସି ଅସୁବିଧାର ସେ ସମ୍ମୁଖୀନ ହୋଇ ନଥିଲେ। କିନ୍ତୁ ଗତକାଲି ପ୍ରିନ୍ସପାଲ ତାଙ୍କୁ ଡାକି ମୋତେ ହିଜାବ ପରିଧାନ କରିବାକୁ ବାରଣ କରିଥିଲେ।   କଲେଜରେ ଶିକ୍ଷାଦାନ ବେଳେ କୌଣସି ଧାର୍ମିକ ପ୍ରତୀକକୁ ଅନୁମିତି ଦିଆଯିବ ନାହିଁ ବୋଲି ପ୍ରିନ୍ସପାଲ କହିଥିଲେ। କିନ୍ତୁ  ଗତ ୩ ବର୍ଷ ଧରି କଲେଜରେ ହିଜାବ ପିନ୍ଧି ଅଧ୍ୟାପନା କରି ଆସୁଛି। ଏହି ନୂଆ ନିୟମ ମୋର ଆତ୍ମସମ୍ମାନ ଉପରେ ଆଞ୍ଚ ଆଣିଛି। ତେଣୁ କଲେଜରୁ ଇସ୍ତଫା ଦେବା ପାଇଁ ମୁଁ ନିଷ୍ପତ୍ତି ନେଲି ବୋଲି ଚାନ୍ଦିନୀ କହିଛନ୍ତି । ସେପଟେ କଲେଜର ପ୍ରିନ୍ସପାଲ କେ.ଟି. ମଞ୍ଜୁନାଥନ ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ , ସେ କିମ୍ବା କଲେଜ ପରିଚାଳକ ତାଙ୍କୁ କେହି ହିଜାବ ବାହାର କରିବାକୁ କହିନାହାନ୍ତି । ହିଜାବକୁ ନେଇ କର୍ଣ୍ଣାଟକର କଲେଜ ଏବଂ ସ୍କୁଲରେ ଟେନ୍‌ସନ୍ ଲାଗି ରହିଛି। ବିକ୍ଷୋଭ ଏବଂ ନାରାବାଜି ଲାଗି ରହିଛି। ସେପଟେ ମାମଲାକୁ ନେଇ କର୍ଣ୍ଣାଟକ ହାଇକୋର୍ଟରେ ମୁଧ୍ୟ ଶୁଣାଣି ଜାରି ରହିଛି। ଅନ୍ୟାଦେଶ ନ ଆସିବା ପର୍ଯ୍ୟନ୍ତ କର୍ଣ୍ଣାଟକରେ ଧାର୍ମିକ ସଙ୍କେତ ଥିବା ପୋଷାକ ଉପରେ ବାରଣ କରାଯାଇଛି।

Advertisment
Hijab Controversy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe