ମୌଲବୀଙ୍କୁ ସ୍ତ୍ରୀଙ୍କ ଧମକ- ଶୀଘ୍ର ଦାଢ଼ି କାଟ, ନହେଲେ...

ଲକ୍ଷ୍ନୌ: ଦାଢ଼ି ରଖିବା ହେଲା ମୌଲବୀଙ୍କ ପାଇଁ କାଳ। ରାଗିଗଲେ ଘରଣୀ। ରାଗିଯାଇ ମୌଲବୀ ସ୍ୱାମୀଙ୍କୁ ଧମକ ଦେଲେ ପତ୍ନୀ। କହିଲେ ଶୀଘ୍ର ଦାଢ଼ି କାଟ, ନହେଲେ ହେବ ବିବାହ ବିଚ୍ଛେଦ। ଏଭଳି କିଛି ଅଭିଯୋଗ ନେଇ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମୌଲବୀ। ଉତ୍ତରପ୍ରଦେଶ ଅଲିଗଡରେ ଘଟିଛି କିଛି ଏଭଳି ଘଟଣା। ଏଠାକାର ଜଣେ ମୌଲବୀଙ୍କ ପିତ୍ନୀ ଦାଢ଼ି ଯୋଗୁଁ ଛାଡପତ୍ର ଦେବା ପାଇଁ ଧମକ ଦେଇଛନ୍ତି। ମୁଁ ଜଣେ ମଡେଲ ଝିଅ, ମୋତେ ଦାଢ଼ି […]

Begum threatens Imam

Madhupriya Mistry
  • Published: Thursday, 25 November 2021
  • , Updated: 25 November 2021, 06:06 PM IST

ଲକ୍ଷ୍ନୌ: ଦାଢ଼ି ରଖିବା ହେଲା ମୌଲବୀଙ୍କ ପାଇଁ କାଳ। ରାଗିଗଲେ ଘରଣୀ। ରାଗିଯାଇ ମୌଲବୀ ସ୍ୱାମୀଙ୍କୁ ଧମକ ଦେଲେ ପତ୍ନୀ। କହିଲେ ଶୀଘ୍ର ଦାଢ଼ି କାଟ, ନହେଲେ ହେବ ବିବାହ ବିଚ୍ଛେଦ। ଏଭଳି କିଛି ଅଭିଯୋଗ ନେଇ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମୌଲବୀ।

ଉତ୍ତରପ୍ରଦେଶ ଅଲିଗଡରେ ଘଟିଛି କିଛି ଏଭଳି ଘଟଣା। ଏଠାକାର ଜଣେ ମୌଲବୀଙ୍କ ପିତ୍ନୀ ଦାଢ଼ି ଯୋଗୁଁ ଛାଡପତ୍ର ଦେବା ପାଇଁ ଧମକ ଦେଇଛନ୍ତି। ମୁଁ ଜଣେ ମଡେଲ ଝିଅ, ମୋତେ ଦାଢ଼ି ରଖିନଥିବା ସ୍ୱାମୀ ଦରକାର ଥିଲା ବୋଲି ମହିଳା ଜଣଙ୍କ କହିଛନ୍ତି। ଦାଢ଼ିକୁ ନେଇ ଆରମ୍ଭ ହୋଇଥିବା ବିବାଦ ଭିତରେ ମୌଲବୀ ସ୍ୱାମୀ ଏଏସ୍‌ପିଙ୍କ ଠାରେ ପତ୍ନୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ମୁତାବକ, ଗତବର୍ଷ ଇମାମ ଜଲାଲୁଦ୍ଦିନ୍‌ଙ୍କ ବିବାହ ହୋଇଥିଲା। ହେଲେ ବିବାହ କିଛି ଦିନ ପରେ ତାଙ୍କ ପତ୍ନୀ ତାଙ୍କୁ ଦାଢ଼ି କାଟି ଦେବାକୁ ଧମକ ଦେଇଥିଲେ। କାରଣ ସେ ଜଣେ ମଡେର୍ଣ୍ଣ ଝିଅ। କିନ୍ତୁ ସେ ଜଣେ ମୌଲବୀ ଥିବାରୁ ଦାଢ଼ି କାଟିପାରିବେ ନାହିଁ ବୋଲି ପତ୍ନୀଙ୍କୁ କହିଥିଲେ।

ବିବାହ ପରଠାରୁ ତାଙ୍କ ପତ୍ନୀ ଦାଢ଼ି କାଟିବାକୁ ନେଇ କ୍ରମାଗତ ଭାବେ ଯୁକ୍ତିତର୍କ କରୁଛନ୍ତି, ଏପରିକି ଲଗାତର ଝଗଡା ମଧ୍ୟ ହେୁଛି। ମୋର ପିତାମାତାଙ୍କ ସହ ମଧ୍ୟ ବିବାଦ ଲାଗି ରହିଛି। ଏପରିକି ତାଙ୍କ ପତ୍ନୀ ପରିବାର ଓ ତାଙ୍କ ବିରୋଧରେ ମିଛ ମାମଲା ମଧ୍ୟ ରୁଜୁ କରିଛନ୍ତି। କେବଳ ସେତିକି ନୁହେଁ ପତ୍ନୀ ବିବାହ ବିଚ୍ଛେଦ କରିବା ପାଇଁ ଧମକ ମଧ୍ୟ ଦେଇଥିବା ନେଇ ମୌଲବୀ ସ୍ୱାମୀ ଅଭିଯୋଗ ଆଣି ନିଜ ବ୍ୟଥା ବଖାଣିଛନ୍ତି।

ପୀଡିତ ଇମାମ କହିଛନ୍ତି, ଯୁକ୍ତି ଲାଗି  ମୁଁ ମୋ ପତ୍ନୀଙ୍କ ଉପରେ ଅତ୍ୟଧିକ ବିରକ୍ତ ହୋଇଗଲିଣି। ତାଙ୍କ ପତ୍ନୀ ଷଡଯନ୍ତ୍ର କରି ପୁଲିସ ଷ୍ଟେସନରେ ତାଙ୍କ ଏବଂ ତାଙ୍କ ପରିବାର ବିରୋଧରେ ତିନି ତଲାକ ଓ ଯୌତୁକ ନିର୍ଯାତନା ଭଳି ମିଛ ଅଭିଯୋଗ ଆଣିଛନ୍ତି।

ଇମାମ ଏସଏସପି କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି। ସେ ଲୋକମାନଙ୍କୁ ତାଙ୍କ ଦୁଃଖ ଜଣାଇଛନ୍ତି। ତେବେ ସେ ଏସଏସପିଙ୍କୁ ଭେଟି ପାରିନଥିଲେ ବି ନ୍ୟାୟ ଦାବି କରିଛନ୍ତି।

Related story