ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ଧୁମ୍‌ ପିଟିଲେ, ସ୍ୱାମୀ ସମତେ ୫ ଗିରଫ

ପାଟନା: ମହିଳାଙ୍କୁ ଗାଁ ମଝିରେ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ପିଟିଲେ। ହାତ ଧରି ବାହା ହୋଇଥିବା ସାତ ଜନ୍ମର ସ୍ୱାମୀ ହୋଇଗଲା ପର। ୩ଟି ଛୁଆର ମା’କୁ ଖୋଦ୍‌ ତା’ ସ୍ୱାମୀ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ ମାରିଲା ।ଏଭଳି କିଛି ଅଭାବନିୟ ଘଟଣା ସାମ୍ନାକୁ ଆସିଛି ବିହାର ରୋହତାସ ଚେନାର ଅଞ୍ଚଳର ସିଙ୍ଘପୁର ଗାଁରୁ। ସୂଚନା ମୁତାବକ, ହିଳା ଜଣଙ୍କର ଅନ୍ୟ କାହାସହ ପ୍ରେମ ସମ୍ପର୍କ ଥିବା ନେଇ ଖୋଦ ତାଙ୍କ ସ୍ୱାମୀ ଅଭିଯୋଗ ଆଣିଥିଲେ। […]

beaten-up

Madhupriya Mistry
  • Published: Sunday, 01 May 2022
  • , Updated: 01 May 2022, 01:08 PM IST

ପାଟନା: ମହିଳାଙ୍କୁ ଗାଁ ମଝିରେ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ପିଟିଲେ। ହାତ ଧରି ବାହା ହୋଇଥିବା ସାତ ଜନ୍ମର ସ୍ୱାମୀ ହୋଇଗଲା ପର। ୩ଟି ଛୁଆର ମା'କୁ ଖୋଦ୍‌ ତା' ସ୍ୱାମୀ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ ମାରିଲା ।ଏଭଳି କିଛି ଅଭାବନିୟ ଘଟଣା ସାମ୍ନାକୁ ଆସିଛି ବିହାର ରୋହତାସ ଚେନାର ଅଞ୍ଚଳର ସିଙ୍ଘପୁର ଗାଁରୁ।

ସୂଚନା ମୁତାବକ, ହିଳା ଜଣଙ୍କର ଅନ୍ୟ କାହାସହ ପ୍ରେମ ସମ୍ପର୍କ ଥିବା ନେଇ ଖୋଦ ତାଙ୍କ ସ୍ୱାମୀ ଅଭିଯୋଗ ଆଣିଥିଲେ। ଏନେଇ ମାମଲା ଥାନାରେ ମଧ୍ୟ ପହଞ୍ଚିଥିଲା। ତେବେ ପୁଲିସ ଉଭୟ ପକ୍ଷର କଥା ଶୁଣିବା ପରେ ଉକ୍ତ ମାମଲାକୁ ଶେଷ କରି ଉଭୟଙ୍କୁ ବୁଝାସୁଝା କରି ଘରକୁ ଫେରାଇ ଦେଇଥିଲା। କିନ୍ତୁ ଗାଁରେ ପହଞ୍ଚିବା ପରେ ସ୍ୱାମୀ ଏବଂ ତାଙ୍କ ପରିବାର ସଦସ୍ୟ ମିଶି ଉକ୍ତ ମହିଳାଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଗ୍ରାମବାସୀଙ୍କ ଉପସ୍ଥିତିରେ ପିଟିବା ଆରମ୍ଭ କରି ଦେଇଥିଲେ। ଏହି ପୂରା ଘଟଣା ମାମଲା ସୋଶାଲ ମିଡିଆରେ ଭାଇରାଲ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ।

ଏହି ମାମଲାରେ ପୁଲିସ ମହିଳାଙ୍କ ସ୍ୱାମୀ ଦୀପକ ରାମ, ଶ୍ୱଶୁର ଶିବପୂଜନ ରାମ ସମେତ ୫ ଜଣଙ୍କୁ ଗିରଫ କରିଛି। କୁହାଯାଉଛି ଯେ, ମହିଳା ଜଣଙ୍କୁ ତାଙ୍କ ଘରର କବାଟରେ ପାଖରେ ଥିବା ଏକ ଇଲେକ୍ଟ୍ରିକ୍ ପୋଲରେ ବାନ୍ଧି ପରିବାର ଲୋକେ ମାଡ଼ ମାରିଥିଲେ।

ରୋହତସ ଏସପି ଆଶିଷ ଭାରତୀ କହିଛନ୍ତି, 'ମହିଳା ଜଣଙ୍କୁ ଖୁଣ୍ଟରେ ବାନ୍ଧି ମାଡ ମରାଯାଉଥିବା ଖବର ମିଳିବା ପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଉକ୍ତ ମହିଳାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ମହିଳାଙ୍କୁ ଏଭଳି ଅତ୍ୟାଚାର କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।'

Related story