ଟେରର୍‌ ଫଣ୍ଡିଂ ମାମଲା: ୟାସିନ ମଲିକ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଟେରର୍‌ ଫଣ୍ଡିଂ ମାମଲାରେ କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏନ୍‌ଆଇଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ତାଙ୍କୁ କ’ଣ ଦଣ୍ଡ ମିଳିବ ସେନେଇ ଆସନ୍ତା ମେ’ ୨୫ ତାରିଖରେ ସ୍ଥିର ହେବ। ଦିଲ୍ଲୀର ଏକ କୋର୍ଟରେ ୟାସିନ ମଲିକ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଉଥିବା ମାମଲାରେ ତାଙ୍କ ନାଁରେ ହୋଇଥିବା ଅଭିଯୋଗକୁ ସ୍ୱୀକାର କରିଥିଲେ, ଯାହା ପରେ କୋର୍ଟ ଆଜି ମଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। […]

yasin-malik

Madhupriya Mistry
  • Published: Thursday, 19 May 2022
  • , Updated: 19 May 2022, 03:20 PM IST

ନୂଆଦିଲ୍ଲୀ: ଟେରର୍‌ ଫଣ୍ଡିଂ ମାମଲାରେ କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏନ୍‌ଆଇଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ତାଙ୍କୁ କ'ଣ ଦଣ୍ଡ ମିଳିବ ସେନେଇ ଆସନ୍ତା ମେ' ୨୫ ତାରିଖରେ ସ୍ଥିର ହେବ।

ଦିଲ୍ଲୀର ଏକ କୋର୍ଟରେ ୟାସିନ ମଲିକ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଉଥିବା ମାମଲାରେ ତାଙ୍କ ନାଁରେ ହୋଇଥିବା ଅଭିଯୋଗକୁ ସ୍ୱୀକାର କରିଥିଲେ, ଯାହା ପରେ କୋର୍ଟ ଆଜି ମଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୟାସିନ ମଲିକ ନିକଟରେ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିବା ନେଇ ଅତୀତରେ ନିଜେ ସ୍ୱୀକାର କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ୟାସିନ ମଲିକ ନିକଟରେ ୨୦୧୭ରେ କଶ୍ମୀର ଘାଟିରେ ଅଶାନ୍ତ ସୃଷ୍ଟି କରିବା ଏବଂ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସହ ଜଡିତ ଏକ ମାମଲାରେ ଦିଲ୍ଲୀ କୋର୍ଟରେ ହାଜର ହୋଇ ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ସ୍ୱୀକାର କରିଥିଲେ।

କୋର୍ଟରେ ୟାସିନ ମଲିକ କହିଛନ୍ତି, ସେ ୟୁଏପିଏର ଧାରା ୧୬, ୧୭, ୧୮, ୨୦ ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୦-ବି, ୧୨୪-ଏ ଜରିଆରେ ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗକୁ ସେ ଚ୍ୟାଲେଞ୍ଜ କରିବାକୁ ଚାହୁଁ ନାହାନ୍ତି। ସୂଚନା ମୁତାବକ, ଯେଉଁ ଧାରା ଅନୁଯାୟୀ ୟାସିନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି, ତାକୁ ଦୃଷ୍ଟିରେ ରଖି ତାଙ୍କୁ ସର୍ବାଧିକ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିପାରନ୍ତି କୋର୍ଟ।

ୟାସିନ ମଲିକ କଶ୍ମୀର ରାଜନୀତରେ ବେଶ୍‌ ସକ୍ରିୟ ଥିଲେ। ଯୁବପିଢ଼ିଙ୍କୁ ଭଡକାଇବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା। ୟାସିନ ମଲିକ ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ (JKLF) ସହିତ ଜଡିତ। ୨୦୧୯ରେ କେନ୍ଦ୍ର ସରକାର JKLF ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସେ ବର୍ତ୍ତମାନ ତିହାର ଜେଲରେ ରହିଛନ୍ତି। ୟାସିନ ମଲିକଙ୍କ ବିରୋଧରେ ୧୯୯୦ରେ ୪ଜଣ ବାୟୁସେନା କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି, ଯାହାକୁ ସେ ସ୍ୱୀକାର କରି ସାରିଛନ୍ତି। କେବଳ ସେତିକି ନୁହେଁ ୟାସିନଙ୍କ ନାଁରେ ମୁଫତି ମହମ୍ମଦ ସୟିଦଙ୍କ ଝିଅ ରୁବିଆ ସୟିଦଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି।

Related story