Advertisment

ଧାର୍ମିକ ଶୋଭାଯାତ୍ରା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଧାର୍ମିକ ଶୋଭାଯାତ୍ରା ବେଳେ ଦେଶର ବିଭିନ୍ନ ପ୍ରାନ୍ତରେ ହିଂସାକାଣ୍ଡ ଘଟୁଥିବାର ଖବର ଆସିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ରାତିରେ ଗୋଟିଏ ଜରୁରୀ ବୈଠକ କରିଥିଲେ। ଏହି ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଧାର୍ମିକ ଶୋଭାଯାତ୍ରା ସମ୍ପର୍କରେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆସନ୍ତାମାସରେ ଇଦ୍‌ ଓ ଅକ୍ଷମ ତୃତୀୟା ପ୍ରାୟ ସମାନ ତାରିଖରେ […]

ଅଦ୍ୟତନ ହୋଇଛି
ଧାର୍ମିକ ଶୋଭାଯାତ୍ରା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କଲେ ଯୋଗୀ ଆଦିତ୍ୟନାଥ

yogi

Advertisment

ଲକ୍ଷ୍ନୌ: ଧାର୍ମିକ ଶୋଭାଯାତ୍ରା ବେଳେ ଦେଶର ବିଭିନ୍ନ ପ୍ରାନ୍ତରେ ହିଂସାକାଣ୍ଡ ଘଟୁଥିବାର ଖବର ଆସିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ରାତିରେ ଗୋଟିଏ ଜରୁରୀ ବୈଠକ କରିଥିଲେ। ଏହି ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଧାର୍ମିକ ଶୋଭାଯାତ୍ରା ସମ୍ପର୍କରେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି।

Advertisment

ଆସନ୍ତାମାସରେ ଇଦ୍‌ ଓ ଅକ୍ଷମ ତୃତୀୟା ପ୍ରାୟ ସମାନ ତାରିଖରେ ପଢ଼ିବାର ଯଥେଷ୍ଟ ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ପୂର୍ବ ଅନୁମତି ବିନା ରାଜ୍ୟରେ କୌଣସି ପ୍ରକାରର ଧାର୍ମିକ ସମାବେଶ କିମ୍ବା ଶୋଭାଯାତ୍ରା କରାଯାଇ ପାରିବ ନାହିଁ। ଅନୁମତି ନେବା ବେଳେ ଆୟୋଜକମାନେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟୀ ରଖିବେ ବୋଲି ଗୋଟିଏ ଲିଖିତ ପ୍ରତିଶ୍ରୁତି ଦେବେ।

ପ୍ରଶାସନ ପକ୍ଷରୁ କେବଳ ପାରମ୍ପରିକ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିବ। କୌଣସି ପ୍ରକାରର ନୂଆ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯିବନି। ନୂଆ ସ୍ଥାନରେ କେହି ବି ମାଇକ୍ରୋଫୋନ ବ୍ୟବହାର କରିପାରିବେ। ପୂର୍ବରୁ ଯେଉଁ ସବୁ ସ୍ଥାନରେ ଲାଉଡସ୍ପିକର ବ୍ୟବହାର ହେଉଛି, ସେଠାରେ ଏହାକୁ ବଜାଇବା ପାଇଁ ଅନୁମତି ମିଳିବ। ତେବେ ଏହି ସାଉଣ୍ଡ ଯେମିତି କାହାକୁ ଡିଷ୍ଟର୍ବ କରିବ ନାହିଁ, ସେକଥାକୁ ଆୟୋଜକ ନିଶ୍ଚିତ କରିବେ।

Advertisment

ଧାର୍ମିକ କାର୍ଯ୍ୟକ୍ରମ କେବଳ ଅନୁମୋଦନ ପ୍ରାପ୍ତ ସ୍ଥାନ ଗୁଡ଼ିକରେ କରାଯିବ। କୌଣସି ରାସ୍ତା କିମ୍ବା ଟ୍ରାଫିକକୁ ବନ୍ଦ କରି କେହି ବି ଶୋଭାଯାତ୍ରା କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।


ଅନ୍ୟପକ୍ଷରେ ଦେଶର ବିଭିନ୍ନ ପ୍ରାନ୍ତରେ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହେଉଥିବାରୁ ଉତ୍ତର ପ୍ରଦେଶ ସରକାର ମେ’ ୪ ତାରିଖ ଯାଏ ସମସ୍ତ ପୁଲିସ୍‌ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ସେହିପରି ଛୁଟିରେ ଥିବା କର୍ମଚାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ପୁଲିସ୍ ଷ୍ଟେସନର ଅଧିକାରୀଙ୍କ ଠାରୁ ଆରମ୍ଭ କରି ଏଡିଜି ପାହ୍ୟାର ଅଫିସରମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସମସ୍ତ ଅଧିକାରୀ ଶାନ୍ତି ବଜାୟୀ ରଖିବା ପାଇଁ ଧାର୍ମିକ ନେତାମାନଙ୍କ ସହ ନିୟମିତ ଭାବେ ଆଲୋଚନା କରିବେ। କେହି ଯେମିତି ହିଂସା ସୃଷ୍ଟି ନ କରିବେ, ତା’କୁ ନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି।

Uttar Pradesh Yogi Aditya Nath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe