Advertisment

ଭାରତର ମୋଷ୍ଟ ୱାଣ୍ଟେଡ ପାର୍ଟ-୨, ଅର୍ଣ୍ଣବଙ୍କ ଗିରଫଦାରୀକୁ ନେଇ ଏମିତି କହିଲେ ମନ୍ତ୍ରୀ

ମୁମ୍ବାଇ: ୨୦୧୮ ମସିହାରେ ଜଣଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଇବା ଅଭିଯୋଗରେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପୁଲିସ୍‌ ଗିରଫ କରିଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମହାରାଷ୍ଟ୍ର ସରକାର ପ୍ରତିଶୋଧ ପରାୟଣ ହୋଇ ଅର୍ଣ୍ଣବଙ୍କୁ ଏପରି ଢଙ୍ଗରେ ଗିରଫ କରିଛନ୍ତି ବୋଲି ରିପବ୍ଲିକ ଟିଭି ପକ୍ଷରୁ ଅଭିଯୋଗ କରାଯାଇଛି। ଏସବୁ ଭିତରେ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲିକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଅର୍ଣ୍ଣବ ଗୋସ୍ୱାମୀଙ୍କ […]

author-image
Hemant Lenka
ଅଦ୍ୟତନ ହୋଇଛି
ଭାରତର ମୋଷ୍ଟ ୱାଣ୍ଟେଡ ପାର୍ଟ-୨, ଅର୍ଣ୍ଣବଙ୍କ ଗିରଫଦାରୀକୁ ନେଇ ଏମିତି କହିଲେ ମନ୍ତ୍ରୀ

fh

ମୁମ୍ବାଇ: ୨୦୧୮ ମସିହାରେ ଜଣଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଇବା ଅଭିଯୋଗରେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପୁଲିସ୍‌ ଗିରଫ କରିଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମହାରାଷ୍ଟ୍ର ସରକାର ପ୍ରତିଶୋଧ ପରାୟଣ ହୋଇ ଅର୍ଣ୍ଣବଙ୍କୁ ଏପରି ଢଙ୍ଗରେ ଗିରଫ କରିଛନ୍ତି ବୋଲି ରିପବ୍ଲିକ ଟିଭି ପକ୍ଷରୁ ଅଭିଯୋଗ କରାଯାଇଛି।

Advertisment

ଏସବୁ ଭିତରେ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲିକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀ ଭାରତର ମୋଷ୍ଟ ୱାଣ୍ଟେଡ ପାର୍ଟ-୨। ଦିନେ ଟିଭିରେ ଗୋଟିଏ ଶୋ’ ପ୍ରସାରିତ ହେଉଥିଲା, ଯାହାର ନାଁ ଥିଲା ଭାରତର ମୋଷ୍ଟ ୱାଣ୍ଟେଡ। ଆଙ୍କର ଜଣଙ୍କ ହତ୍ୟା ଓ ଆତ୍ମହତ୍ୟା ସମ୍ପର୍କରେ କହୁଥିଲେ। କିନ୍ତୁ ଦିନେ ସେହି ଆଙ୍କର ଜଣଙ୍କ ତାଙ୍କ ପତ୍ନୀଙ୍କ ହତ୍ୟାରେ ସଂପୃକ୍ତ ଥିବା ଜଣାପଡ଼ିଥିଲା।

ଏବେ ଭାରତର ମୋଷ୍ଟ ୱାଣ୍ଟେଡ ପାର୍ଟ-୨ ଦେଖିବାକୁ ମିଳିଛି। ଯେଉଁ ଆଙ୍କର ଆତ୍ମହତ୍ୟା ସମ୍ପର୍କରେ କହୁଥିଲେ, ଆଜି ସେ ଆତ୍ମହତ୍ୟା ପାଇଁ ଉସକାଇବା ଘଟଣାରେ ଗିରଫ ହୋଇଛନ୍ତି ବୋଲି ସେ କହିଛନ୍ତି।

Advertisment

ସେହିପରି ଶିବସେନାର ସାଂସଦ ସଞ୍ଜୟ ରାଉତ କହିଛନ୍ତି, ଗତବର୍ଷ କ୍ଷମତାକୁ ଆସିବା ପରଠାରୁ ମହାରାଷ୍ଟ୍ର ବିକାଶ ଅଗାଡ଼ି ସରକାର କେବେ ହେଲେ କାହା ବିରୋଧରେ ପ୍ରତିଶୋଧ ପରାୟଣ ହୋଇ କାର୍ଯ୍ୟ କରିନାହିଁ। ମହାରାଷ୍ଟ୍ରରେ ସମସ୍ତ ପ୍ରକାରର ଆଇନକୁ ପାଳନ କରାଯାଇଛି।

ଯଦି କାହା ବିରୋଧରେ ପ୍ରମାଣ ରହିଛି, ତା’ହେଲେ ପୁଲିସ୍‌ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିପାରିବ। ରାଜ୍ୟ ସରକାର କେବ ହେଲେ ପ୍ରତିଶୋଧ ନେବାକୁ କାର୍ଯ୍ୟ କରିନାହାନ୍ତି। ଆଜି ମିଡିଆ ପାଇଁ କଳାଦିନ ନୁହେଁ। ସାମ୍ବାଦିକମାନେ ସମସ୍ତ ପ୍ରକାରର ଏଥିକ୍ସ ପାଳନ କରିବା ଦରକାର।

ମିଡିଆ କୌଣସି ତଦନ୍ତକାରୀ ସଂସ୍ଥା ବା କୋର୍ଟ ନୁହେଁ। ଆମେ ସମସ୍ତେ ସାମ୍ବାଦିକ। ତେଣୁ ଯିଏ ଭୁଲ କରିବ, ତାଙ୍କୁ ନିଶ୍ଚିତ ଭାବେ ଆଇନ ଅନୁଯାୟୀ ଦଣ୍ଡ ମିଳିବ। ରାଜ୍ୟ ସରକାର କିମ୍ବା କୌଣସି ରାଜନୀତିକ ଦଳର ଏହି ଗିରଫଦାରୀ ପଛରେ କୌଣସି ହାତ ନାହିଁ ବୋଲି ସେ କହିଛନ୍ତି।

ଆଗକୁ ପଢ଼ନ୍ତୁ : ମହିଳା ପୁଲିସ୍‌ଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଅର୍ଣ୍ଣବଙ୍କ ନାଁରେ ଏଫଆଇଆର

Arnab Goswami