Advertisment

ମହିଳା ପୁଲିସ୍‌ଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଅର୍ଣ୍ଣବଙ୍କ ନାଁରେ ଏଫଆଇଆର

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାଁରେ ପୁଲିସ୍‌ ଆଜି ପୁଣି ଗୋଟିଏ ନୂଆ ଏଫଆଇଆର କରିଛି। ଆଜି ତାଙ୍କୁ ଗିରଫ କରିବା ବେଳେ ସେ କୌଣସି ସହଯୋଗ କରି ନଥିଲେ ଓ ଜଣେ ମହିଳା ପୁଲିସ୍‌ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ତାଙ୍କ ନାଁରେ ଏଭଳି ଏଫଆଇଆର ହୋଇଛି। ଏନଏମ ଯୋଶୀ ପୁଲିସ୍‌ ଷ୍ଟେସନରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୫୩, ୫୦୪ ଓ ୫୦୪ ଅନୁଯାୟୀ ଏହି ଏଫଆଇଆର କରାଯାଇଥିବା ଜଣାପଡ଼ିଛି। […]

author-image
Hemant Lenka
ଅଦ୍ୟତନ ହୋଇଛି
ମହିଳା ପୁଲିସ୍‌ଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଅର୍ଣ୍ଣବଙ୍କ ନାଁରେ ଏଫଆଇଆର

df

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାଁରେ ପୁଲିସ୍‌ ଆଜି ପୁଣି ଗୋଟିଏ ନୂଆ ଏଫଆଇଆର କରିଛି। ଆଜି ତାଙ୍କୁ ଗିରଫ କରିବା ବେଳେ ସେ କୌଣସି ସହଯୋଗ କରି ନଥିଲେ ଓ ଜଣେ ମହିଳା ପୁଲିସ୍‌ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ତାଙ୍କ ନାଁରେ ଏଭଳି ଏଫଆଇଆର ହୋଇଛି। ଏନଏମ ଯୋଶୀ ପୁଲିସ୍‌ ଷ୍ଟେସନରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୫୩, ୫୦୪ ଓ ୫୦୪ ଅନୁଯାୟୀ ଏହି ଏଫଆଇଆର କରାଯାଇଥିବା ଜଣାପଡ଼ିଛି।

Advertisment

୨୦୧୮ ମସିହାର ଗୋଟିଏ ଆତ୍ମହତ୍ୟା ଘଟଣାରେ ଅଲୀବାଗ ପୁଲିସ୍‌ ଆଜି ସକାଳୁ ଅର୍ଣ୍ଣବଙ୍କୁ ଗିରଫ କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲା। ତେବେ ପୁଲିସ୍‌ ଟିମ୍‌ରେ ଥିବା ଜଣେ ମହିଳା ଅଧିକାରୀଙ୍କୁ ଏହି ସମୟରେ ଅର୍ଣ୍ଣବ ଦୁର୍ବ୍ୟବହାର କରିଥିବା ଏଫଆଇଆରରେ କୁହାଯାଇଛି। ଦୁର୍ବ୍ୟବହାର ଶିକାର ହୋଇଥିବା ମହିଳା ଅଧିକାରୀ ଜଣଙ୍କ ହିଁ ଏନଏମ ଯୋଶୀ ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରି ଏଫଆଇଆର ଦେଇଛନ୍ତି।
/>ଅନ୍ୟପକ୍ଷରେ ତାଙ୍କୁ ଗିରଫ କରିଥିବା ପୁଲିସ୍‌ ଟିମ୍‌ ଉପରେ ଅର୍ଣ୍ଣବ ପାଲଟା ଅଭିଯୋଗ ଆଣିଛନ୍ତି। ଗିରଫ କରିବା ବେଳେ ପୁଲିସ୍‌ ଟିମ୍‌ର ଅଧିକାରୀମାନେ ତାଙ୍କୁ ଠେଲାପେଲା କରିବା ସହ ତାଙ୍କ ଚୁଟି ଧରି ଘୋଷାରି ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ପୁଲିସ୍‌ର ଏଭଳି ଅମାନବୀୟ କାଣ୍ଡ ବିରୋଧରେ ରିପବ୍ଲିକ ଟିଭି ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ଓ ମହାରାଷ୍ଟ୍ର ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି।
https://twitter.com/i/status/1323867317533462528
ରିପବ୍ଲିକ ଟିଭି ପକ୍ଷରୁ କୁହାଯାଇଛି ଯେ ଏକ କପୋଳକଳ୍ପିତ ଓ ମିଥ୍ୟା ମାମଲାରେ ଅର୍ଣ୍ଣବଙ୍କୁ ଜାଣିଶୁଣି ଗିରଫ କରାଯାଇଛି। ଗିରଫ କରିବା ବେଳେ ତାଙ୍କୁ ଧକ୍କା ମରାଯିବା ସହ ମାଡ଼ ମଧ୍ୟ ମରାଯାଇଛି।