'ଟୁର୍ ଅଫ୍ ଡ୍ୟୁଟି ପୂରଣ କରୁଥିବା ବ୍ୟକ୍ତିଙ୍କୁ ଚାକିରି ଦେବ ମହିନ୍ଦ୍ରା'

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଅଟୋମାବାଇଲ କମ୍ପାନୀ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ବଡ଼ ଘୋଷଣା କରିଛନ୍ତି। ଯେଉଁମାନେ ସେନାରେ ତିନି ବର୍ଷ ପାଇଁ ଟୁର୍ ଅଫ୍ ଡ୍ୟୁଟି କରି ଫେରିବେ ସେମାନଙ୍କୁ ତାଙ୍କ କମ୍ପାନୀ ଚାକିରୀ ଦେବ ବୋଲି ସେ ଘୋଷଣା କରିଛନ୍ତି। ଏ ନେଇ ସେ ଭାରତୀୟ ସେନାକୁ ଚିଠି ଲେଖି ଜଣାଇଛନ୍ତି। ସେ ଲେଖିଛନ୍ତି, “ମୁଁ ଜାଣିବାକୁ ପାଇଲି ଭାରତ ସରକାର ଟୁର୍ ଅଫ୍ ଡ୍ୟୁଟି ବାବଦରେ ଚିନ୍ତା କରୁଛନ୍ତି। ଏହାଦ୍ୱାରା ଦେଶର […]

anand mahindra

Subhransu Sekhar
  • Published: Saturday, 16 May 2020
  • , Updated: 16 May 2020, 05:48 PM IST

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଅଟୋମାବାଇଲ କମ୍ପାନୀ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ବଡ଼ ଘୋଷଣା କରିଛନ୍ତି। ଯେଉଁମାନେ ସେନାରେ ତିନି ବର୍ଷ ପାଇଁ ଟୁର୍ ଅଫ୍ ଡ୍ୟୁଟି କରି ଫେରିବେ ସେମାନଙ୍କୁ ତାଙ୍କ କମ୍ପାନୀ ଚାକିରୀ ଦେବ ବୋଲି ସେ ଘୋଷଣା କରିଛନ୍ତି। ଏ ନେଇ ସେ ଭାରତୀୟ ସେନାକୁ ଚିଠି ଲେଖି ଜଣାଇଛନ୍ତି।

ସେ ଲେଖିଛନ୍ତି, “ମୁଁ ଜାଣିବାକୁ ପାଇଲି ଭାରତ ସରକାର ଟୁର୍ ଅଫ୍ ଡ୍ୟୁଟି ବାବଦରେ ଚିନ୍ତା କରୁଛନ୍ତି। ଏହାଦ୍ୱାରା ଦେଶର ସାଧାରଣ ନାଗରିକ ମଧ୍ୟ ସ୍ୱେଚ୍ଛାକୃତ ଭାବରେ ସେନାରେ ସାମିଲ୍ ହୋଇପାରିବ। ଯଦି ସରକାର ଏଭଳି କରିବାକୁ ଯାଉଛନ୍ତି, ତା’ହେଲେ ଏହି ବ୍ୟକ୍ତିମାନେ ମିଲିଟାରୀ ଟ୍ରେନିଂ ନେଇ ଯେତେବେଳେ ଫେରିବେ ଏମାନଙ୍କୁ ମୁଁ ମହିନ୍ଦ୍ରା ଗ୍ରୁପରେ ଚାକିରି ଦେବାକୁ ଚିନ୍ତା କରିବି”।

ସୂଚନାଯୋଗ୍ୟ, ଭାରତୀୟ ସେନା ସାଧାରଣ ନାଗରିକଙ୍କୁ ସେନାରେ ସାମିଲ କରିବାକୁ ପ୍ରସ୍ତାବ ରଖିଛି। ଏହି ପ୍ରସ୍ତାବର ନାମ ଟୁର୍ ଅଫ୍ ଡ୍ୟୁଟି ରହିଛି। ତିନି ବର୍ଷ ଏହି ଟୁରର ଅବଧି ରହିବ। ପରୀକ୍ଷାମୂଳକ ଭାବରେ ୧୦୦ ଅଫିସର, ହଜାରେ ସୈନିକଙ୍କୁ ୩ ବର୍ଷ କାର୍ଯ୍ୟକାଳରେ ରଖିବା ପାଇଁ ଯୋଜନା କରିଛି ସେନା। ଯେଉଁମାନେ ପାଠ ପଢ଼ି ବେକାର ଅଛନ୍ତି ସେମାନଙ୍କୁ ଏଭଳି ନିଯୁକ୍ତ ଦେଇ କାମରେ ଲଗାଇବା ପାଇଁ ସେନାର ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି। ତେବେ ସେନାରେ ଯେଉଁମାନେ ଭର୍ତ୍ତି ହୁଅନ୍ତି ସେମାନଙ୍କୁ ୧୦ ବର୍ଷ ରହିବାକୁ ହେବ। ତିନି ବର୍ଷ ପାଇଁ ଚାକିରି ସୁବିଧା ସେନାରେ ନଥିବାରୁ ଏ ନେଇ କୌଣସି ମତ ପ୍ରକାଶ ପାଇନି। ଆଗାମୀ ଦିନରେ ସେନା ଏବାବଦରେ ବିଚାର ବିମର୍ଶ କରି କହିବ ବୋଲି ଜଣାପଡ଼ିଛି।

Related story