Advertisment

‘କଶ୍ମୀରଠୁ ପଞ୍ଜାବ ସ୍ଥିତି ଅଧିକ ଗମ୍ଭୀର, ହୋଇପାରେ ଆତଙ୍କୀ ହମଲା’

ନୂଆଦିଲ୍ଲୀ: ପଞ୍ଜାବରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଧୀରେ ଧୀରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏବେ ସୁରକ୍ଷିତ ନାହିଁ ପଞ୍ଜାବ। ଯେକୌଣସି ମୂହୁର୍ତ୍ତରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ। ଏପରିକି ପଞ୍ଜାବ ସ୍ଥିତି କଶ୍ମୀର ସ୍ଥିତିଠୁ ବି ଅଧିକ ସାଂଘାତିକ ବୋଲି ଚେତାଇ ଦେଇଛି କେନ୍ଦ୍ରୀୟ ସୁରକ୍ଷା ବଳ। କେନ୍ଦ୍ରୀୟ ସୁରକ୍ଷା ବଳର ଜଣେ ବରିଷ୍ଠ ଅଧିକାରୀଙ୍କ ସୁଚନାନୁଯାୟୀ, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ ସୋଶାଲ ମିଡିଆ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। […]

ଅଦ୍ୟତନ ହୋଇଛି
‘କଶ୍ମୀରଠୁ ପଞ୍ଜାବ ସ୍ଥିତି ଅଧିକ ଗମ୍ଭୀର, ହୋଇପାରେ ଆତଙ୍କୀ ହମଲା’

court-blast

Advertisment

ନୂଆଦିଲ୍ଲୀ: ପଞ୍ଜାବରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଧୀରେ ଧୀରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏବେ ସୁରକ୍ଷିତ ନାହିଁ ପଞ୍ଜାବ। ଯେକୌଣସି ମୂହୁର୍ତ୍ତରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ। ଏପରିକି ପଞ୍ଜାବ ସ୍ଥିତି କଶ୍ମୀର ସ୍ଥିତିଠୁ ବି ଅଧିକ ସାଂଘାତିକ ବୋଲି ଚେତାଇ ଦେଇଛି କେନ୍ଦ୍ରୀୟ ସୁରକ୍ଷା ବଳ।

Advertisment

କେନ୍ଦ୍ରୀୟ ସୁରକ୍ଷା ବଳର ଜଣେ ବରିଷ୍ଠ ଅଧିକାରୀଙ୍କ ସୁଚନାନୁଯାୟୀ, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ ସୋଶାଲ ମିଡିଆ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ପଞ୍ଜାବ ଉପରେ ଆତଙ୍କବାଦୀ ହାମଲା ଆଶଙ୍କା ଥିବାରୁ ଏନେଇ ପୂର୍ବରୁ ରାଜ୍ୟ ପୁଲିସ୍‌କୁ ସତର୍କ କରାଇ ଦିଆଯାଇଛି। ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଏନେଇ ରାଜ୍ୟ ପୁଲିସ୍‌ ଓ ସ୍ଥାନୀୟ ସୁରକ୍ଷା ଏଜେନ୍ସି ସହ ନିୟମିତ ଭାବେ ଯୋଗାଯୋଗରେ ରହୁଛନ୍ତି। ରାଜ୍ୟର ସୁରକ୍ଷା ଏଜେନ୍ସି ଅଧିକାରୀଙ୍କ ସହ ବୈଠକ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି। ଏପରିକି କଶ୍ମୀରଠୁ ପଞ୍ଜାବ ସ୍ଥିତି ଅଧିକ ଗମ୍ଭୀର ହୋଇଯାଇଥିବା ସେ କହିଛନ୍ତି।

Advertisment

ଏଥିସହ ସେ କହିଛନ୍ତି, କିଛି ମାସ ପୂର୍ବରୁ ବର୍ଡର ଏରିଆରେ ଏକ ଡ୍ରୋନ ପଇଁତରା ମାରୁଥିବାର ଦେଖିବାକୁ ମିଳିଥିଲା। ତାହାଦ୍ୱାରା ଭାରତୀୟ ସୀମାରେ ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ପକାଯାଇଥିଲା। ରାଜ୍ୟରେ ଅସ୍ଥିରତା ଆଣିବାକୁ ଏପରି କରାଯାଇଥିବା ସନ୍ଦେହ କରାଯାଉଛି।

ଏହାପରେ ଗତ ୨୦ ତାରିଖରେ ପଞ୍ଜାବର ଗୁରୁଦାସପୁର ସେକ୍ଟର ନିକଟବର୍ତ୍ତୀ ଅନ୍ତଃରାଷ୍ଟ୍ରୀୟ ସୀମାରେ ଏକ ଡ୍ରୋନ ଦେଖାଯାଇଥିଲା। ବିଏସଏଫ ଯବାନ  ଡ୍ରୋନକୁ ଟାର୍ଗେଟ କରି ୫ ରାଉଣ୍ଡ ଗୁଳି ଚାଳନା କରିଥିଲେ ବି ତାହା ପାକିସ୍ତାନ ସୀମାକୁ ଚାଲି ଯାଇଥିଲା। କେବଳ ସେତିକି ନୁହେଁ, ଗୁରୁଦାସପୁର ସେକ୍ଟରରେ ଭାରତ-ପାକ୍‌ ସୀମାରେ ବିଏସ୍‌ଏଫ୍‌ ପକ୍ଷରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିଙ୍କୁ ମାରି ଦିଆଯାଇଛି। ହେଲେ ତାଙ୍କ ପରିଚୟ ମିଳିପାରିନି। ଗତକାଲି ଲୁଧିଆନା କୋର୍ଟରେ ବିସ୍ଫୋରଣ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ରାଜ୍ୟଠାରୁ ଏହା ଉପରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି।

Terrorist Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe