ଇରାକ: ଆତ୍ମଘାତୀ ବିସ୍ଫୋରଣରେ ୬୦ ମୃତ, ୫୦ ଆହତ

ବାଗଦାଦ୍‌: ଇରାକର ଦକ୍ଷିଣ ବାଗଦାଦ୍‌ରେ ଆତ୍ମଘାତୀ ବିସ୍ଫୋରଣରେ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍ ଏଥିପାଇଁ ନିଜକୁ ଦାୟୀ କରିଛି। ଏକ ବିସ୍ଫୋରକ ବୋଝେଇ ଟ୍ରକ୍ ଯୋଗେ ଏହି ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା। ଏହି ବିସ୍ଫୋରଣରେ ପ୍ରାୟ ୫୦ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟରେ ଥିବା କିଛି ବଡ଼ ବଡ଼ କୋଠା ସହିତ ୧୨ରୁ ଅଧିକ କାର୍ ନଷ୍ଟ ହୋଇଯାଇଛି।

explosion

Rakesh Mallick
  • Published: Sunday, 06 March 2016
  • , Updated: 04 May 2017, 03:44 PM IST

ବାଗଦାଦ୍‌: ଇରାକର ଦକ୍ଷିଣ ବାଗଦାଦ୍‌ରେ ଆତ୍ମଘାତୀ ବିସ୍ଫୋରଣରେ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍ ଏଥିପାଇଁ ନିଜକୁ ଦାୟୀ କରିଛି। ଏକ ବିସ୍ଫୋରକ ବୋଝେଇ ଟ୍ରକ୍ ଯୋଗେ ଏହି ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା।

ଏହି ବିସ୍ଫୋରଣରେ ପ୍ରାୟ ୫୦ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟରେ ଥିବା କିଛି ବଡ଼ ବଡ଼ କୋଠା ସହିତ ୧୨ରୁ ଅଧିକ କାର୍ ନଷ୍ଟ ହୋଇଯାଇଛି।

Related story