କରୋନା ମୁକାବିଲାରେ ହୋମିଓପ୍ୟାଥିକ ସହାୟକ!

ନୂଆଦିଲ୍ଲୀ: କରୋନା ଭାଇରସ-୧୯ର ମୁକାବିଲା ପାଇଁ ସାରା ବିଶ୍ୱ ଏବେ ଭ୍ୟାକିସନ ଏବଂ ଔଷଧ ଉପରେ ଗୁରୁତ୍ୱ ଦେଉଛନ୍ତି। ମୁଖ୍ୟତଃ ଏହି ସବୁ ଗବେଷଣା ଆଲୋପ୍ୟାଥିକ। ହେଲେ ଏହି ଚିକିତ୍ସା ବିଜ୍ଞାନର ଆଉ ଏକ ମାଧ୍ୟମ ହୋମିଓପ୍ୟାଥିକ ମଧ୍ୟ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଛି। ହୋମିଓପ୍ୟାଥିକ ଔଷଧ ଜରିଆରେ କରୋନାକୁ ରୋକିହେବ ବୋଲି ଦେଶର ଅଗ୍ରଣୀ ନଇମି ନାଥ ହୋମିଓପ୍ୟାଥିକ କଲେଜ ଏବଂ ହସ୍ପିଟାଲର ପ୍ରନସିପାଲ ଡକ୍ଟର ପ୍ରଦୀପ ଗୁପ୍ତା କହିଛନ୍ତି। ସେ କରୋନାକୁ ନେଇ […]

corona test

corona test

Subhransu Sekhar
  • Published: Thursday, 21 May 2020
  • Updated: 21 May 2020, 04:38 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସ-୧୯ର ମୁକାବିଲା ପାଇଁ ସାରା ବିଶ୍ୱ ଏବେ ଭ୍ୟାକିସନ ଏବଂ ଔଷଧ ଉପରେ ଗୁରୁତ୍ୱ ଦେଉଛନ୍ତି। ମୁଖ୍ୟତଃ ଏହି ସବୁ ଗବେଷଣା ଆଲୋପ୍ୟାଥିକ। ହେଲେ ଏହି ଚିକିତ୍ସା ବିଜ୍ଞାନର ଆଉ ଏକ ମାଧ୍ୟମ ହୋମିଓପ୍ୟାଥିକ ମଧ୍ୟ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଛି। ହୋମିଓପ୍ୟାଥିକ ଔଷଧ ଜରିଆରେ କରୋନାକୁ ରୋକିହେବ ବୋଲି ଦେଶର ଅଗ୍ରଣୀ ନଇମି ନାଥ ହୋମିଓପ୍ୟାଥିକ କଲେଜ ଏବଂ ହସ୍ପିଟାଲର ପ୍ରନସିପାଲ ଡକ୍ଟର ପ୍ରଦୀପ ଗୁପ୍ତା କହିଛନ୍ତି। ସେ କରୋନାକୁ ନେଇ ବିକଶିତ କରିବା ଔଷଧ ଅଧିକ ମାତ୍ରାରେ ସଫଳ ହୋଇଛି ବୋଲି କହିଛନ୍ତି।

ଏବେ କରୋନା ମୁକାବିଲା ପାଇଁ ତାଙ୍କ ଦ୍ୱାରା ବିକଶିତ ହୋଇଥିବା ଔଷଧ ଜରିଆରେ ଚିକିତ୍ସା କରିବା ପାଇଁ ସରକାରଙ୍କୁ ଅନୁମତି ମାଗିଥିବା ଜଣାପଡ଼ିଛି।

ସେ ଆହୁରି କହିଛନ୍ତି, ଆଇସିଏମଆରର ଅନୁମତିକ୍ରମେ ହସ୍ପିଟାଲରେ ୪୪ କରୋନା ଆକ୍ରାନ୍ତଙ୍କୁ ମେ’ ୫ରେ ଭର୍ତ୍ତି କରାଯାଇଥିଲା। ଗୋଟିଏ ଗ୍ରୁପରେ ୨୨ ଜଣଙ୍କୁ ରଖାଯାଇ ଚିକିତ୍ସା କରାଯାଇଥିଲା। ଗୋଟିଏ ଗ୍ରୁପଙ୍କୁ ହୋମିଓପ୍ୟାଥିକ ଚିକିତ୍ସା କରାଯାଇଥିଲା। ଚିକିତ୍ସା ଆରମ୍ଭ ହେବାର ୩ ଦିନ ପରେ ସେମାନେ କରୋନା ମୁକ୍ତ ହୋଇଥିଲେ। ୭ ଦିନ ପରେ ସେମାନଙ୍କର ଆଉ ଥରେ ଟେଷ୍ଟ ହୋଇଥିଲା ରେଜଲ୍ଟ ନେଗେଟିଭ୍ ଆସିଥିଲା। ଅନ୍ୟ ଗ୍ରୁପ ମଧ୍ୟ ଏବେ ଚିକିତ୍ସାଧୀନ ରହିଛନ୍ତି ସେମାନେ ଆରୋଗ୍ୟ ହେଉଛନ୍ତି।

ଭାରତରେ ୫ ଲକ୍ଷ ହୋମିଓପ୍ୟାଥିକ ଚିକିତ୍ସା କେନ୍ଦ୍ର ରହିଛି। ଏଗୁଡ଼ିକରେ ଲକ୍ଷଲକ୍ଷ ରୋଗୀ ଚିକିତ୍ସିତ ହୋଇପାରିବେ। କଣ୍ଟେନମେଣ୍ଟ ଜୋନର ମଧ୍ୟ ଏହି କରୋନା ଔଷଧ ମାଗଣାରେ ବାଣ୍ଟି ହେବ। ଏହି ଔଷଧ ବୁହୁତ ପୁରୁଣା। ଯେତେପର୍ଯ୍ୟନ୍ତ ଭ୍ୟାକସିନ୍ ବାହାରିନି ସେଯାଏ ଏହି ଔଷଧକୁ ବ୍ୟବହାର କରିବାରେ ଅସୁବିଧା କ’ଣ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos