ୟୁରୋପରେ ଆକ୍ରମଣ କରିବାକୁ ଆଇଏସ୍ ୪୦୦ ଆତଙ୍କୀଙ୍କୁ ଦେଇଛି ତାଲିମ

ପ୍ୟାରିସ୍: ୟୁରୋପରେ ଆକ୍ରମଣ କରିବାକୁ ଆତଙ୍କବାଦୀ ସଂଗଠନ ଆଇଏସ୍‌ ୪୦୦ ଜଣ ଯୋଦ୍ଧାଙ୍କୁ ପ୍ରଶିକ୍ଷଣ ଦେଇଛି। ଆକ୍ରମଣ ପାଇଁ ସ୍ଥାନ ସ୍ଥିର କରିବା, ସମୟ ଧାର୍ଯ୍ୟ କରିବା ଓ ଅଧିକରୁ ଅଧିକ କ୍ଷୟକ୍ଷତି ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି। ୟୁରୋପ ଓ ଇରାକର ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି ଯେ ପଶ୍ଚିମ ରାଷ୍ଟ୍ରଗୁଡ଼ିକରେ ଆକ୍ରମଣ କରିବା ପାଇଁ ଆଇଏସ୍‌ ପ୍ରାୟ ୪୦୦ ଯୋଦ୍ଧାଙ୍କୁ ତାଲିମ ଦେଇଛି। ସେମାନଙ୍କୁ ସିରିଆ ଓ […]

isis

Rakesh Mallick
  • Published: Thursday, 24 March 2016
  • , Updated: 04 May 2017, 03:44 PM IST

ପ୍ୟାରିସ୍: ୟୁରୋପରେ ଆକ୍ରମଣ କରିବାକୁ ଆତଙ୍କବାଦୀ ସଂଗଠନ ଆଇଏସ୍‌ ୪୦୦ ଜଣ ଯୋଦ୍ଧାଙ୍କୁ ପ୍ରଶିକ୍ଷଣ ଦେଇଛି। ଆକ୍ରମଣ ପାଇଁ ସ୍ଥାନ ସ୍ଥିର କରିବା, ସମୟ ଧାର୍ଯ୍ୟ କରିବା ଓ ଅଧିକରୁ ଅଧିକ କ୍ଷୟକ୍ଷତି ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି।

ୟୁରୋପ ଓ ଇରାକର ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି ଯେ ପଶ୍ଚିମ ରାଷ୍ଟ୍ରଗୁଡ଼ିକରେ ଆକ୍ରମଣ କରିବା ପାଇଁ ଆଇଏସ୍‌ ପ୍ରାୟ ୪୦୦ ଯୋଦ୍ଧାଙ୍କୁ ତାଲିମ ଦେଇଛି। ସେମାନଙ୍କୁ ସିରିଆ ଓ ଇରାକର ବିଭିନ୍ନ ସ୍ଥାନରେ ତାଲିମ ଦିଆଯାଇଛି।

ଗତବର୍ଷ ନଭେମ୍ବର ୧୩ ତାରିଖରେ ପ୍ୟାରିସ୍‌ ଆକ୍ରମଣ ବେଳେ ପୋଲିସ୍ ଗୁଳିରେ ପ୍ରାଣ ହରାଇବା ପୂର୍ବରୁ ଜଣେ ଆତଙ୍କୀ ଦାବି କରିଥିଲେ ଯେ ୯୦ ଜଣ ଆତଙ୍କୀ ବିଭିନ୍ନ ଗ୍ରୁପ୍‌ରେ ଭାଗ ହୋଇ ୟୁରୋପରେ ପ୍ରବେଶ କରିଛନ୍ତି।

Related story