ଫିକା ପଡ଼ିଗଲାଣି ରମଣଙ୍କ ରଙ୍ଗ! ନିର୍ବାଚନ ଜିତିବାକୁ ବିଧାନସଭାରେ ତନ୍ତ୍ରପୂଜା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ନଭେମ୍ବର ମାସରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ନେତୃତ୍ୱାଧୀନ ସରକାରଙ୍କ କାର୍ଯ୍ୟକାଳ ସରୁଛି। ତେଣୁ ତା’ ପୂର୍ବରୁ ରାଜ୍ୟରେ ନିର୍ବାଚନ ହେବ। ତେବେ ଛତିଶଗଡ଼ ବିଧାନସଭା ଓ ରାଜ୍ୟ ସରକାର ଏବେ ଭିନ୍ନ ଏକ କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଗୁରୁବାର ଦିନ ବିଧାନସଭା ପରିସରରେ ତନ୍ତ୍ରପୂଜା କରାଯାଇଥିଲା। ଶାସକ ବିଜେପି ପକ୍ଷରୁ ଜଣେ ତାନ୍ତ୍ରିକଙ୍କୁ ସେଠାକୁ ଡକାଯାଇଥିଲା। ସେହି ତାନ୍ତ୍ରିକଙ୍କ ନାଁ ରାମଲାଲ କାଶ୍ୟପ। ସେ ଗେରୁଆ ବସ୍ତ୍ର […]

jogi

jogi

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 04:19 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ନଭେମ୍ବର ମାସରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ନେତୃତ୍ୱାଧୀନ ସରକାରଙ୍କ କାର୍ଯ୍ୟକାଳ ସରୁଛି। ତେଣୁ ତା’ ପୂର୍ବରୁ ରାଜ୍ୟରେ ନିର୍ବାଚନ ହେବ। ତେବେ ଛତିଶଗଡ଼ ବିଧାନସଭା ଓ ରାଜ୍ୟ ସରକାର ଏବେ ଭିନ୍ନ ଏକ କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଗୁରୁବାର ଦିନ ବିଧାନସଭା ପରିସରରେ ତନ୍ତ୍ରପୂଜା କରାଯାଇଥିଲା। ଶାସକ ବିଜେପି ପକ୍ଷରୁ ଜଣେ ତାନ୍ତ୍ରିକଙ୍କୁ ସେଠାକୁ ଡକାଯାଇଥିଲା। ସେହି ତାନ୍ତ୍ରିକଙ୍କ ନାଁ ରାମଲାଲ କାଶ୍ୟପ। ସେ ଗେରୁଆ ବସ୍ତ୍ର ପିନ୍ଧିଥିଲେ। ମୁଣ୍ଡରେ ଲାଲ୍ ରଙ୍ଗ ବୋଳିଥିଲେ। ତାଙ୍କ ବେକରେ ବିଭିନ୍ନ ପ୍ରକାର ମାଳ ଝୁଲୁ ଥିଲା। ସେ ପିନ୍ଧିଥିବା ମାଳଗୁଡ଼ିକ ଓଜନ ପ୍ରାୟ ୧୦ କେଜି ହେବ। ହାତରେ ମଧ୍ୟ ଏକାଧିକ ମାଳି ଗୁଡ଼ାଇ ଥିଲେ।

111

ବିଧାନସଭା ପରିସରରେ ପୂଜା କରିବା ପରେ ତାନ୍ତ୍ରିକ ଜଣଙ୍କ ସ୍ଥାନୀୟ ଗଣମାଧ୍ୟମକୁ କହିଥିଲେ ଯେ ତନ୍ତ୍ର ବଳରେ ସେ ବିଧାନସଭାକୁ ବାନ୍ଧି ଦେଇଛନ୍ତି। ରାଜ୍ୟରେ ପୁଣି ଥରେ ବିଜେପି ସରକାର ଗଠନ କରିବ।

ରାମଲାଲ କାଶ୍ୟପ ଆହୁରି କହିଥିଲେ ଯେ ସେ ବିଧାନସଭା ପରିସରରୁ ମୁଠାଏ ମାଟି ସଂଗ୍ରହ କରିଛନ୍ତି। ସେ ଏହି ମାଟିକୁ ନେଇ ଅମରନାଥ ଯିବେ ଓ ଏହାକୁ ନଦୀରେ ବିସର୍ଜନ ଦେବେ। ଏହା ରମଣ ସିଂହଙ୍କ ନେତୃତ୍ୱାଧୀନ ସରକାରକୁ ନିର୍ବାଚନରେ ପୁଣି ଥରେ ବିଜୟୀ କରାଇବା ସୁନିଶ୍ଚିତ କରିବ।

ପୂଜା ପରେ ସେ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ବାଚସ୍ପତି ଗୌରିଶଙ୍କର ଅଗ୍ରୱାଲଙ୍କୁ ବି ଭେଟିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ବାମଗଡ଼ ବିଧାୟକ ଅମ୍ବେଶ ଜାଗଡ଼େ ତାନ୍ତ୍ରିକ ରାମଲାଲଙ୍କୁ ଆଣିଥିଲେ ବୋଲି କୁହାଯାଉଛି।

ଏହାକୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ଜୋର୍‌ଦାର ବିରୋଧ କରିଛନ୍ତି। ବିକାଶର ରାଜନୀତିରୁ ହଟି ତନ୍ତ୍ରମନ୍ତ୍ର ଜରିଆରେ ବିଜେପି ନିର୍ବାଚନ ଜିତିବାକୁ ଚାହୁଁଛି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।

ବିଧାନସଭା ପରିସରରେ ସରକାରଙ୍କୁ କାହିଁକି ତନ୍ତ୍ରପୂଜା କରିବାକୁ ପଡ଼ିଲା? ଏ ନେଇ ସରକାରଙ୍କ ତରଫରୁ କିଛି କୁହାଯାଇନାହିଁ। ତେବେ ତାନ୍ତ୍ରିକଙ୍କ ମନ୍ତବ୍ୟକୁ ଯଦି ସତ ବୋଲି ଧରାଯାଏ, ତା’ହେଲେ କ’ଣ ବିଜେପି ସତରେ ତନ୍ତ୍ରମନ୍ତ୍ର ମାଧ୍ୟମରେ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି? ଲଗାତାର ତିନି ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ରମଣ ସିଂହଙ୍କ ରଙ୍ଗ କ’ଣ ଫିକା ପଡ଼ିଗଲାଣି? ତାଙ୍କୁ ଓ ଦଳକୁ ଲାଗୁଛି କି ଯେ ସେମାନେ ଏଥର ହାରିଯିବେ?

ଗତଥର ନିର୍ବାଚନ ବେଳେ ଫଳାଫଳ ପୂରା ସ୍ପଷ୍ଟ ନହେଲା ପର୍ଯ୍ୟନ୍ତ ରମଣ ସିଂହ ବାହାରକୁ ଆସି ନଥିଲେ କି କିଛି କହି ନଥିଲେ।  କାରଣ ଗତଥର କଂଗ୍ରେସ ସହିତ ତାଙ୍କର କଡ଼ା ଟକ୍କର ହୋଇଥିଲା। ୨୦୦୩ ଓ ୨୦୦୮ ନିର୍ବାଚନ ତୁଳନାରେ ସେ ୨୦୧୩ରେ ତାଙ୍କ ଦଳ ଗୋଟିଏ ଆସନ କମ୍ ପାଇଥିଲା। ୨୦୦୩ ଓ ୨୦୦୮ରେ ବିଜେପି ରାଜ୍ୟରେ ୫୦ଟି ଆସନରେ ବିଜୟୀ ହୋଇଥିଲା। ଗତ ନିର୍ବାଚନରେ ଦଳକୁ ୪୯ଟି ଆସନ ମିଳିଥିଲା। କଂଗ୍ରେସର କିନ୍ତୁ ଆସନ ବଢ଼ିଥିଲା। ୨୦୦୮ରେ କଂଗ୍ରେସ ୩୮ଟି ଆସନରେ ଜିତି ଥିବା ବେଳେ ୨୦୧୩ରେ ୩୯ଟି ଆସନରେ ଜିତିଥିଲା। ୨୦୦୩ରେ କଂଗ୍ରେସକୁ ମିଳିଥିଲା ୩୭ଟି ଆସନ। ଗତ ତିନି ଥରର ନିର୍ବାଚନ ଫଳାଫଳକୁ ଦେଖିଲେ ଲାଗୁନି କଂଗ୍ରେସ ବହୁ ପଛରେ ପଡ଼ିଛି। ତେବେ କଂଗ୍ରେସ ଅବସ୍ଥା ଆଉ ୨୦୧୩ ଭଳି ହୋଇ ନ ପାରେ। କାରଣ ଇତି ମଧ୍ୟରେ ରାଜ୍ୟରେ ଆଉ ଏକ ଦଳ ଗଢ଼ି ଉଠିଛି। ପୂର୍ବତନ କଂଗ୍ରେସ ନେତା ତଥା ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ଏକ ନୂଆ ଦଳ ଗଠନ କରିଛନ୍ତି। ଏହାର ନାଁ ଛତିଶଗଡ଼ ଜନତା କଂଗ୍ରେସ। ଏହା କଂଗ୍ରେସର ଭୋଟ୍‌ର ବିଭାଜନ କରିପାରେ। ତେବେ ବିଜେପି ଭୋଟ୍‌ର ବି କିଛି ଭାଗ ଛତିଶଗଡ଼ ଜନତା କଂଗ୍ରେସ ଆଡ଼କୁ ଚାଲିଯିବ ବୋଲି ରମଣ ସିଂହ ଭାବୁଛନ୍ତି କି? ଲଗାତାର ତିନି ଥର ଶାସନ ଗାଦିରେ ଥିବାରୁ ଏଥର ସରକାର ବିରୋଧୀ ହାୱା ଚାଲିପାରେ ବୋଲି ରମଣ ସିଂହ ଆଶଙ୍କା କରୁଛନ୍ତି କି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story