ଆଇଏସ୍‌ର ରାସାୟନିକ ଅସ୍ତ୍ରଭଣ୍ଡାର ଧ୍ୱଂସ

ୱାଶିଂଟନ୍: ଏକ ଆତଙ୍କବାଦୀର ସୂଚନାକୁ ଆଧାର କରି ଆମେରିକା ନେତୃତ୍ୱାଧୀନ ମିଳିତ ସେନା ଇସଲାମିକ୍ ଷ୍ଟେଟ୍‌ର ରାସାୟନିକ ଅସ୍ତ୍ରଶସ୍ତ୍ର ଥିବା ସ୍ଥାନରେ ପ୍ରଥମ ଥର ପାଇଁ ଆକ୍ରମଣ କରିଛି। ଏହି ଆକ୍ରମଣରେ ଆଇଏସ୍‌ର ରାସାୟନିକ ଅସ୍ତ୍ରଭଣ୍ଡାର ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଛି। ଫଳରେ ଆଇଏସ୍‌ର ବଡ଼ ଧରଣର କ୍ଷତି ହୋଇଥିବା ଜଣାପଡ଼ିଛି। ପେଣ୍ଟାଗନ୍‌ର ପ୍ରେସ୍‌ ସଚିବ ପିଟର କୁକ୍ କହିଛନ୍ତି, ‘କାବୁ କରାଯାଇଥିବା ଆତଙ୍କବାଦୀ ସୁଲେମାନ୍ ଦାଉଦ୍ ଅଲ୍ ବକ୍କର୍ ଓରଫ୍ ଅବୁ ଦାଉଦ୍ ନିକଟରୁ ଆଇଏସ୍‌ […]

chemical

Rakesh Mallick
  • Published: Friday, 11 March 2016
  • , Updated: 04 May 2017, 03:44 PM IST

ୱାଶିଂଟନ୍: ଏକ ଆତଙ୍କବାଦୀର ସୂଚନାକୁ ଆଧାର କରି ଆମେରିକା ନେତୃତ୍ୱାଧୀନ ମିଳିତ ସେନା ଇସଲାମିକ୍ ଷ୍ଟେଟ୍‌ର ରାସାୟନିକ ଅସ୍ତ୍ରଶସ୍ତ୍ର ଥିବା ସ୍ଥାନରେ ପ୍ରଥମ ଥର ପାଇଁ ଆକ୍ରମଣ କରିଛି। ଏହି ଆକ୍ରମଣରେ ଆଇଏସ୍‌ର ରାସାୟନିକ ଅସ୍ତ୍ରଭଣ୍ଡାର ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଛି। ଫଳରେ ଆଇଏସ୍‌ର ବଡ଼ ଧରଣର କ୍ଷତି ହୋଇଥିବା ଜଣାପଡ଼ିଛି।

ପେଣ୍ଟାଗନ୍‌ର ପ୍ରେସ୍‌ ସଚିବ ପିଟର କୁକ୍ କହିଛନ୍ତି, ‘କାବୁ କରାଯାଇଥିବା ଆତଙ୍କବାଦୀ ସୁଲେମାନ୍ ଦାଉଦ୍ ଅଲ୍ ବକ୍କର୍ ଓରଫ୍ ଅବୁ ଦାଉଦ୍ ନିକଟରୁ ଆଇଏସ୍‌ ରାସାୟନିକ ଅସ୍ତ୍ରଶସ୍ତ୍ର ରଖୁଥିବା ଗୁପ୍ତ ସ୍ଥାନର ସୂଚନା ମିଳିଥିଲା। ଏହାକୁ ଆଧାର କରି ଆଇଏସ୍‌ର ଉକ୍ତ ସ୍ଥାନ ଉପରେ ବାୟୁସେନା ପକ୍ଷରୁ ବୋମା ମାଡ଼ କରାଯାଇଥିଲା। ସୁଲେମାନ୍ ଦାଉଦ୍ ଆଇଏସ୍‌ ସଂଗଠନରେ ରାସାୟନିକ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିଲା। ପଚରାଉଚରା ସମୟରେ ସୁଲେମାନ୍ ରାସାୟନିକ ଅସ୍ତ୍ରଶସ୍ତ୍ର କ୍ଷମତା ସମ୍ପର୍କରେ ବହୁ ସୂଚନା ଦେଇଛି।

Related story