ଜମ୍ମୁ ଓ କାଶ୍ମୀର: ସେନା କ୍ୟାମ୍ପରେ ଆତଙ୍କୀ ହମଲା, ଜଣେ ଯବାନ ସହିଦ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପାକିସ୍ତାନକୁ ଲାଗି ରହିଥିବା ନିୟନ୍ତ୍ରଣ ରେଖା ନିକଟରେ ବୁଧବାର ସକାଳେ ସେନାର ଏକ କ୍ୟାମ୍ପ୍ ଉପରେ ହୋଇଛି ଆତଙ୍କୀ ହମଲା। ଆତଙ୍କବାଦୀମାନେ କୁପୱାଡା ଜିଲ୍ଲା ଅନ୍ତର୍ଗତ ଟଙ୍ଗଧର ସେକ୍ଟରରେ ଥିବା ଗୋରଖା ରାଇଫଲ୍ସର ଏକ ପୋଷ୍ଟ୍ ଉପରେ ଆକ୍ରମଣ କରିବାରୁ ଜଣେ ଯବାନ ସହିଦ ହୋଇଯାଇଛନ୍ତି। ଯବାନମାନେ ବି ଆତଙ୍କୀଙ୍କୁ କଡ଼ା ଜବାବ ଦେଇଥିଲେ। ଆତଙ୍କୀମାନଙ୍କୁ ଧରିବା ପାଇଁ ଯବାନମାନେ ଆଖପାଖ ଜଙ୍ଗଲ ଅଞ୍ଚଳରେ କମ୍ବିଂ ଜାରି ରଖିଛନ୍ତି। ମିଳିଥିବା ସୂଚନା […]

indian-army

Rakesh Mallick
  • Published: Wednesday, 25 November 2015
  • , Updated: 25 November 2015, 06:18 AM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପାକିସ୍ତାନକୁ ଲାଗି ରହିଥିବା ନିୟନ୍ତ୍ରଣ ରେଖା ନିକଟରେ ବୁଧବାର ସକାଳେ ସେନାର ଏକ କ୍ୟାମ୍ପ୍ ଉପରେ ହୋଇଛି ଆତଙ୍କୀ ହମଲା। ଆତଙ୍କବାଦୀମାନେ କୁପୱାଡା ଜିଲ୍ଲା ଅନ୍ତର୍ଗତ ଟଙ୍ଗଧର ସେକ୍ଟରରେ ଥିବା ଗୋରଖା ରାଇଫଲ୍ସର ଏକ ପୋଷ୍ଟ୍ ଉପରେ ଆକ୍ରମଣ କରିବାରୁ ଜଣେ ଯବାନ ସହିଦ ହୋଇଯାଇଛନ୍ତି। ଯବାନମାନେ ବି ଆତଙ୍କୀଙ୍କୁ କଡ଼ା ଜବାବ ଦେଇଥିଲେ। ଆତଙ୍କୀମାନଙ୍କୁ ଧରିବା ପାଇଁ ଯବାନମାନେ ଆଖପାଖ ଜଙ୍ଗଲ ଅଞ୍ଚଳରେ କମ୍ବିଂ ଜାରି ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ବେଳେ ସେନାର ଏକ ତେଲ ଡିପୋରେ ନିଆଁ ଲାଗିଯାଇଥିଲା। ଅନେକ ଗାଡ଼ିମୋଟର ଏହି ନିଆଁର କବଜାକୁ ଆସି ଜଳି ଯାଇଛି।

ସେନାର ଏହି ପୋଷ୍ଟଟି ପାକିସ୍ତାନକୁ ଲାଗି ରହିଥିବା ନିୟନ୍ତ୍ରଣ ରେଖାର ଖୁବ୍ ନିକଟରେ ଅବସ୍ଥିତ। ତେଣୁ ଆତଙ୍କବାଦୀମାନେ ରାତିରେ ସୀମା ପାର ହୋଇ ଆକ୍ରମଣ କରିଥିବା ଆଶଙ୍କା କରାଯାଉଛି।

Related story