ଜମ୍ମୁ ଓ କାଶ୍ମୀର: ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ, ଜଣେ ବାଳକ ମୃତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ବାରମୁଲ୍ଲା ଜିଲ୍ଲାର ସୋପୋରରେ ଆଜି ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀମାନଙ୍କ ମଧ୍ୟରେ ସଂଘର୍ଷ ହେବା ଫଳରେ ଜଣେ ୧୫ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ଆତଙ୍କବାଦୀ ବୁରହାନି ୱନି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେବା ପରେ ଆରମ୍ଭ ହୋଇଥିବା ହିଂସାରେ ବର୍ତ୍ତମାନ ସୁଦ୍ଧା ଘାଟିରେ ୬୯ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସୋପରର ଲୋଦୋରାରେ ଆଜି ବିକ୍ଷୋଭକାରୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ଼ କରିଥିଲେ। ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ। […]

army

Rakesh Mallick
  • Published: Wednesday, 31 August 2016
  • , Updated: 02 September 2016, 11:39 AM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ବାରମୁଲ୍ଲା ଜିଲ୍ଲାର ସୋପୋରରେ ଆଜି ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀମାନଙ୍କ ମଧ୍ୟରେ ସଂଘର୍ଷ ହେବା ଫଳରେ ଜଣେ ୧୫ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ଆତଙ୍କବାଦୀ ବୁରହାନି ୱନି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେବା ପରେ ଆରମ୍ଭ ହୋଇଥିବା ହିଂସାରେ ବର୍ତ୍ତମାନ ସୁଦ୍ଧା ଘାଟିରେ ୬୯ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

ସୋପରର ଲୋଦୋରାରେ ଆଜି ବିକ୍ଷୋଭକାରୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ଼ କରିଥିଲେ। ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ। ଏଥିରେ ୧୫ ବର୍ଷୀୟ ବାଳକ ଦାନୀଶ ମଞ୍ଜୁରଙ୍କ ସମେତ ୭ ଜଣ ଆହତ ହୋଇଥିଲେ। ଆହତ ଦାନୀଶଙ୍କୁ ସୋପୋର ସ୍ଥିତ ଏକ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଜମ୍ମୁ ଓ କାଶ୍ମୀରର ସମସ୍ତ ଅଞ୍ଚଳରୁ କର୍ଫ୍ୟୁ ଉଠାଇ ନିଆଯାଇଥିବା ସତ୍ତ୍ୱେ ଆଜି ଏହି ସଂଘର୍ଷ ଘଟିଛି।

ହିଜବୁଲ୍ ମୁଜାହିଦ୍ଦିନ୍‌ର କମାଣ୍ଡର ବୁରହାନି ୱନି ଜୁଲାଇ ୮ରେ ଏକ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିଲା।

Related story