ଜେଏନ୍‌‌‍ୟୁରେ ଦେଶ ବିରୋଧୀ ନାରା ପ୍ରସଙ୍ଗ: ଥାନାରେ ଆଉ ଜଣେ ଛାତ୍ର ହାଜର

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌‌‍ୟୁ)ରେ ଦେଶ ବିରୋଧୀ ନାରାବାଜି କରିବା ମାମଲାରେ ଶନିବାର ଦିଲ୍ଲୀ ପୋଲିସ୍ ନିକଟରେ ଆଉ ଜଣେ ଛାତ୍ର ହାଜର ହୋଇଛନ୍ତି। ତାଙ୍କ ନାଁ ଆଶୁତୋଷ। ସେ ଛାତ୍ର ସଂସଦର ପୂର୍ବତନ ସଭାପତି ଥିଲେ। ତାଙ୍କୁ ବି ପୋଲିସ୍ ଖୋଜୁଥିଲା। ଥାନାରେ ହାଜର ହେବାକୁ ଗତକାଲି ରାତିରେ ପୋଲିସ୍ ତାଙ୍କୁ ସମନ ଜାରି କରିଥିଲା। ସମନ ପାଇବା ପରେ ଆଜି ସେ ଆର୍‌କେ ପୁରମ୍ ପୋଲିସ ଷ୍ଟେସନ୍‌ରେ ହାଜର ହୋଇଥିଲେ। ହାଜର ହେବା ପରେ […]

ashutosh_

Rakesh Mallick
  • Published: Saturday, 27 February 2016
  • , Updated: 27 February 2016, 07:39 AM IST

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌‌‍ୟୁ)ରେ ଦେଶ ବିରୋଧୀ ନାରାବାଜି କରିବା ମାମଲାରେ ଶନିବାର ଦିଲ୍ଲୀ ପୋଲିସ୍ ନିକଟରେ ଆଉ ଜଣେ ଛାତ୍ର ହାଜର ହୋଇଛନ୍ତି। ତାଙ୍କ ନାଁ ଆଶୁତୋଷ। ସେ ଛାତ୍ର ସଂସଦର ପୂର୍ବତନ ସଭାପତି ଥିଲେ। ତାଙ୍କୁ ବି ପୋଲିସ୍ ଖୋଜୁଥିଲା। ଥାନାରେ ହାଜର ହେବାକୁ ଗତକାଲି ରାତିରେ ପୋଲିସ୍ ତାଙ୍କୁ ସମନ ଜାରି କରିଥିଲା। ସମନ ପାଇବା ପରେ ଆଜି ସେ ଆର୍‌କେ ପୁରମ୍ ପୋଲିସ ଷ୍ଟେସନ୍‌ରେ ହାଜର ହୋଇଥିଲେ। ହାଜର ହେବା ପରେ ତାଙ୍କୁ ପଚରାଉଚରା କରାଯାଉଛି। ସେହି ଥାନାରେ ବିଶ୍ୱବିଦ୍ୟାଳୟର ଅନ୍ୟ ଦୁଇ ଛାତ୍ର ଉମର ଖାଲିଦ ଓ ଅନିର୍ବାଣଙ୍କୁ ମଧ୍ୟ ଜେରା କରାଯାଉଛି। ଏହି ଦୁଇ ଜଣ ପୂର୍ବରୁ ଆତ୍ମସମର୍ପଣ କରିବା ପରେ ଦିଲ୍ଲୀ ପୋଲିସ୍ ଦ୍ୱାରା ଗିରଫ ହୋଇଥିଲେ।

ଉମର ଖାଲିଦ ଓ ଅନିର୍ବାଣ ଭଟ୍ଟାଚାର୍ଯ୍ୟଙ୍କ ସହିତ ଯେଉଁ ୫ ଜଣ ଗତ ରବିବାର ଜେଏନୟୁ କ୍ୟାମ୍ପସକୁ ଫେରି ଆସିଥିଲେ ସେମାନଙ୍କ ମଧ୍ୟରେ ଆଶୁତୋଷ ମଧ୍ୟ ଥିଲେ। କ୍ୟାମ୍ପସକୁ ଫେରିବାର ଗୋଟିଏ ଦିନ ପରେ ଉମର ଓ ଅନିର୍ବାଣ ପୋଲିସ୍ ନିକଟରେ ଆତ୍ମସମର୍ପଣ କରି ଥିଲେ। ଏହି ୫ ଜଣଙ୍କ ମଧ୍ୟରୁ ଆଉ ଦୁଇ ଜଣ ଛାତ୍ର ରାମ ନାଗ ଓ ଅନନ୍ତ କୁମାରଙ୍କୁ ପୋଲିସ୍ ଏ ପର୍ଯ୍ୟନ୍ତ ସମନ ଜାରି କରି ନାହିଁ। ପୂର୍ବରୁ ଏ ସମସ୍ତ ୫ ଜଣ ପୋଲିସକୁ ଲିଖିତ ଭାବେ ଜଣାଇଥିଲେ ଯେ ସେମାନେ ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି।

ଦେଶଦ୍ରୋହ ମାମଲାରେ ଫେବୃଆରୀ ୧୨ ତାରିଖରେ ଜେଏନ୍‌‌‍ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କୁ ଗିରଫ କରାଯିବା ପରେ ଏହି ୫ ଜଣଙ୍କୁ ପୋଲିସ୍‌ ଖୋଜୁଥିଲା। ତେବେ ସେମାନେ ଫେରାର ହୋଇଯାଇଥିଲେ।

ଗତକାଲି ପୋଲିସ୍‌ ପ୍ରଥମ ଥର ପାଇଁ କହ୍ନେୟା, ଉମର ଖାଲିଦ ଓ ଅନିର୍ବାଣଙ୍କୁ ଏକାଠି ବସାଇ ଜେରା କରି ଥିଲା।

ସୂଚନାଯୋଗ୍ୟ, ଫେବୃଆରୀ ୯ରେ ଜେଏନୟୁ କ୍ୟାମ୍ପସ୍ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଂସଦ ଆକ୍ରମଣ କରି ଫାଶୀ ପାଇଥିବା ଅଫଜଲ୍‌ ଗୁରୁ ସମର୍ଥନରେ ଏହି ଛାତ୍ରମାନେ ନାରାବାଜି କରିବା ସହିତ ଭାରତ ବିରୋଧୀ ସ୍ଲୋଗାନ୍ ମଧ୍ୟ ଦେଇଥିଲେ। ଆଶୁତୋଷ, ଉମର ଖାଲିଦ, ଅନିର୍ବାଣ ଓ ଆଉ କିଛି ଛାତ୍ର ଏହାର ଆୟୋଜକ ଥିଲେ ବୋଲି ଅଭିଯୋଗ ହୋଇଛି। ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଥିବା ୨୨ ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ୍ ଚିହ୍ନଟ କରି ସାରିଛି।

Related story