ନ୍ୟୁୟର୍କ: ପ୍ଲୁଟୋର ଅତି ନିକଟରୁ ଉଠାଯାଇଥିବା କିଛି ଫଟୋ ନାସା ପକ୍ଷରୁ ଜାରି କରାଯାଇଛି । ଫଟୋ ଚିତ୍ର ପ୍ଲୁଟୋର ଏକ ଭିଡିଓ ଜାରି କରିଛି ନାସା । ପ୍ଲୁଟୋର ଏଭଳି ହାଇ ରିଜୋଲେସନର ଫଟୋ ଆଗରୁ କେବେ ଦେଖିବାକୁ ମିଳି ନଥିଲା । ମହାକାଶ ଗବେଷଣ ସଂସ୍ଥା ନାସାର ନୂଆ ହୋରିଜନସ୍ ସ୍ପେଶକ୍ରାଫଟ୍ ପ୍ଲୁଟୋର ଏହି ଫଟୋ ଉଠାଇଛି। ଆଗ୍ନେୟଗିରିର ଜ୍ୱାଳାମୁଖ, ପାହାଡ, ପର୍ବତ, ବରଫାଦୃତ ସ୍ଥାନ ଆଦି ପ୍ଲୁଟୋରେ ଥିବା ଦେଖିବାକୁ ମିଳିଛି। ଏଭଳି ଫଟୋ ପାଇବା ପରେ ମହାକାଶ ବିଜ୍ଞାନୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ଏସବୁ ଫଟୋ ଗତ ଜୁଲାଇ ମାସରେ ଉଠାଯାଇଥିବା ବେଳେ ଏହା ପୃଥିବୀ ପୃଷ୍ଠରେ ପହଞ୍ଚିବାକୁ ୫ମାସରୁ ଅଧିକ ସମୟ ଲାଗିଥିଲା । ତେଣୁ ଆଗକୁ ଆହୁରି ଅନେକ ସ୍ପଷ୍ଟ ଚିତ୍ର ପ୍ଲୁଟୋରୁ ପୃଥିବୀକୁ ପ୍ରେରଣ ହେବ ବୋଲି ନାସା ପକ୍ଷରୁ ଆଶା ରଖାଯାଇଛି। ଏହାପୂର୍ବରୁ ମଧ୍ୟ ପୃଥିବୀ ନିକଟରେ ଥିବା ଶୁକ୍ର କିମ୍ୱା ମଙ୍ଗଳ ଗ୍ରହର ଏଭଳି ସ୍ପଷ୍ଟ ଚିତ୍ର ମିଳି ନ ଥିବା କୁହାଯାଇଛି।