ଅର୍ଦ୍ଧସାମରିକ ବାହିନୀର ଏୟାର ଲିଫ୍ଟ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ: ସିଆରପିଏଫ୍‌ ଯବାନଙ୍କ ସମେତ ସମସ୍ତ ସେଣ୍ଟ୍ରାଲ ଆର୍ମଡ୍ ପାରାମିଲିଟାରୀ ଫୋର୍ସ (ସିଏପିଏଫ୍‌)ଙ୍କୁ ବିମାନଯୋଗେ ଗନ୍ତବ୍ୟସ୍ଥଳକୁ ନିଆଯିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ ଅନୁମୋଦନ ମିଳିଛି। ଦିଲ୍ଲୀ-ଶ୍ରୀନଗର, ଶ୍ରୀନଗର-ଦିଲ୍ଲୀ, ଜମ୍ମୁ-ଶ୍ରୀନଗର ଏବଂ ଶ୍ରୀନଗର-ଜମ୍ମୁ ମାର୍ଗରେ ଏହି ସମସ୍ତ ଯବାନଙ୍କୁ ନିଆଯିବାର ଅନୁମତି ମିଳିଛି। ପୂର୍ବରୁ, କେବଳ ଅଧିକାରୀମାନଙ୍କୁ ଏସବୁ କ୍ଷେତ୍ରରେ ବିମାନରେ ଯିବାକୁ ଅନୁମତି ମିଳିଥିଲା। ଏହି ଏୟାର ଟ୍ରାଭେଲ ଉଭୟ କାର୍ଯ୍ୟକ୍ଷେତ୍ରକୁ ଆସିବା ଏବଂ ଘରକୁ ଫେରିବା ପାଇଁ ଉଦ୍ଦିଷ୍ଟ। ସିଏପିଏଫ୍‌ର କନ୍‌ଷ୍ଟେବଲ୍‌, ହେଡ୍‌ କନ୍‌ଷ୍ଟେବଲ୍‌ ଏବଂ […]

airlift

Subrat Kumar Nayak
  • Published: Thursday, 21 February 2019
  • , Updated: 21 February 2019, 04:35 PM IST

ନୂଆଦିଲ୍ଲୀ: ସିଆରପିଏଫ୍‌ ଯବାନଙ୍କ ସମେତ ସମସ୍ତ ସେଣ୍ଟ୍ରାଲ ଆର୍ମଡ୍ ପାରାମିଲିଟାରୀ ଫୋର୍ସ (ସିଏପିଏଫ୍‌)ଙ୍କୁ ବିମାନଯୋଗେ ଗନ୍ତବ୍ୟସ୍ଥଳକୁ ନିଆଯିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ ଅନୁମୋଦନ ମିଳିଛି। ଦିଲ୍ଲୀ-ଶ୍ରୀନଗର, ଶ୍ରୀନଗର-ଦିଲ୍ଲୀ, ଜମ୍ମୁ-ଶ୍ରୀନଗର ଏବଂ ଶ୍ରୀନଗର-ଜମ୍ମୁ ମାର୍ଗରେ ଏହି ସମସ୍ତ ଯବାନଙ୍କୁ ନିଆଯିବାର ଅନୁମତି ମିଳିଛି। ପୂର୍ବରୁ, କେବଳ ଅଧିକାରୀମାନଙ୍କୁ ଏସବୁ କ୍ଷେତ୍ରରେ ବିମାନରେ ଯିବାକୁ ଅନୁମତି ମିଳିଥିଲା। ଏହି ଏୟାର ଟ୍ରାଭେଲ ଉଭୟ କାର୍ଯ୍ୟକ୍ଷେତ୍ରକୁ ଆସିବା ଏବଂ ଘରକୁ ଫେରିବା ପାଇଁ ଉଦ୍ଦିଷ୍ଟ।

ସିଏପିଏଫ୍‌ର କନ୍‌ଷ୍ଟେବଲ୍‌, ହେଡ୍‌ କନ୍‌ଷ୍ଟେବଲ୍‌ ଏବଂ ଏଏସ୍‌ଆଇ ଆଦି ପାହ୍ୟାର ୭,୮୦,୦୦୦ ଯବାନମାନେ ମଧ୍ୟ ବର୍ତ୍ତମାନ ଉପକୃତ ହେବେ ଯେଉଁମାନେ ପୂର୍ବରୁ ଏୟାର୍ ଟ୍ରାଭେଲ୍ ତାଲିକାରେ ସାମିଲ ହେଉନଥିଲେ।

ଜୈଶ-ଇ-ମହମ୍ମଦ ଆକ୍ରମଣରେ ଫେବୃଆରୀ ୧୪ରେ ୪୦ ଜଣ ସିଆରପିଏଫ୍‌ ଯବାନ ସହିଦ ହେବାପରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି। ୨୫୦୦ ଯବାନଙ୍କୁ ନେଇଯାଉଥିବା ୭୮ଟି ଗାଡ଼ିର କନ୍‌ଭୟକୁ ଟାର୍ଗେଟ୍‌ କରି ଜୈଶ ଏ ମହମ୍ମଦ ଏହି ଆତ୍ମଘାତୀ ଆକ୍ରମଣ ରଚିଥିଲା।

ପୂର୍ବରୁ ମଧ୍ୟ ଗୃହମନ୍ତ୍ରଣାଳୟ ପକ୍ଷରୁ ସମୟ ବଞ୍ଚାଇବାପାଇଁ ଏୟାର କୁରିଅର ସେବା ଯୋଗାଇ ଦିଆଯାଉଥିଲା, କିନ୍ତୁ ଏହି ନୂତନ ନିର୍ଦ୍ଦେଶନାମା ଜାରି ହେବାପରେ ଏହି ସୁବିଧାର ପରିସର ଆହୁରି ବ୍ୟାପକ ହୋଇଯାଇଛି। ତେବେ ଜରୁରୀକାଳୀନ ପରିସ୍ଥିତିରେ ବା ଆବଶ୍ୟକତାସ୍ଥଳେ ବାୟୁସେନାର ବିମାନର ସହାୟତା ମଧ୍ୟ ନିଆଯିବ।

Related story