ଲଦାଖ ପ୍ରସଙ୍ଗରେ ରାହୁଲଙ୍କ ଅଭିଯୋଗର ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ଲଦାଖର ଗଲୱାନ ଉପତ୍ୟକାରେ ଚୀନ୍ ଏବଂ ଭାରତ ମଧ୍ୟରେ ହୋଇଥିବା ହିଂସାକୁ ନେଇ ସରକାର ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍ କରି ପ୍ରଶ୍ନ କରିଛନ୍ତି, ପାଟ୍ରୋଲିଂ କରିବାକୁ ଯାଇଥିବା ଯବାନଙ୍କୁ ବିନା ଅସ୍ତ୍ରରେ କାହିଁକି ପଠାଗଲା? ଏହାର ଉତ୍ତରରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ, ସୀମାରେ ଥିବା ସମସ୍ତ ଯବାନ ସର୍ବଦା ପାଖରେ ଅସ୍ତ୍ରଶସ୍ତ୍ର ରଖିଥାନ୍ତି। Let us get the facts straight. All […]

rahul-gandhi

Subhransu Sekhar
  • Published: Thursday, 18 June 2020
  • , Updated: 19 June 2020, 01:27 AM IST

ନୂଆଦିଲ୍ଲୀ: ଲଦାଖର ଗଲୱାନ ଉପତ୍ୟକାରେ ଚୀନ୍ ଏବଂ ଭାରତ ମଧ୍ୟରେ ହୋଇଥିବା ହିଂସାକୁ ନେଇ ସରକାର ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍ କରି ପ୍ରଶ୍ନ କରିଛନ୍ତି, ପାଟ୍ରୋଲିଂ କରିବାକୁ ଯାଇଥିବା ଯବାନଙ୍କୁ ବିନା ଅସ୍ତ୍ରରେ କାହିଁକି ପଠାଗଲା? ଏହାର ଉତ୍ତରରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ, ସୀମାରେ ଥିବା ସମସ୍ତ ଯବାନ ସର୍ବଦା ପାଖରେ ଅସ୍ତ୍ରଶସ୍ତ୍ର ରଖିଥାନ୍ତି।

https://twitter.com/DrSJaishankar/status/1273564859704266756

ରାହୁଲଙ୍କ ଟୁଇଟ୍ ଉପରେ ଜୟଶଙ୍କର ଆହୁରି କହିଛନ୍ତି, ସୀମାରେ ଥିବା ସମସ୍ତ ଯବାନ ଅସ୍ତ୍ରଶସ୍ତ୍ର ନେଇ ନିଜ କ୍ୟାମ୍ପରୁ ବାହାରକୁ ଯାଆନ୍ତି। ୧୫ ଜୁନ୍ ରେ ମଧ୍ୟ ପାଟ୍ରୋଲିଂ କରିବାକୁ ଯାଇଥିବା ବେଳେ ସେନାମାନେ ଅସ୍ତ୍ରଶସ୍ତ୍ର ରଖିଥିଲେ। ତେବେ ୧୯୯୬ ଏବଂ ୨୦୦୫ ଚୁକ୍ତିନାମା ଅନୁଯାୟୀ ମୁହାଁମୁହିଁ ବେଳେ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ହେବ ନାହିଁ। ଏହାକୁ ନଜରରେ ରଖି ଭାରତୀୟ ଯବାନ ଅସ୍ତ୍ରଶସ୍ତ୍ର ବ୍ୟବହାର କରିନଥିଲେ ବୋଲି ସେ କହିଛନ୍ତି। ରାହୁଲ୍ ଗାନ୍ଧୀ ଟୁଇଟ୍ କରି କହିଥିଲେ ଯେ, ଯବାନମାନେ ଅସ୍ତ୍ରଶସ୍ତ୍ର ଧରି ନଥିବାରୁ ଶହୀଦ ହୋଇଛନ୍ତି।

ସୂଚନାଯୋଗ୍ୟ, ୧୫-୧୬ ଜୁନ୍ ରାତିରେ ଗାଲଓ୍ୱାନ ଉପତ୍ୟକାରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଯେଉଁଥିରେ ୨୦ ଜଣ ଯବାନ ନିହତ ହୋଇଛନ୍ତି। ଏବେ ଏହାକୁ ନେଇ ସାରା ଦେଶ ଚୀନ୍ ବିରୋଧରେ ଏକ ବାତାବରଣ ସୃଷ୍ଟି ହୋଇଛି।

Related story