Advertisment

ପଛରେ ତେଜ୍ ପ୍ରତାପ, ଭୋଜି ପାଇଁ ମାଛ ଧରି ପହଞ୍ଚିଲେ ଆରଜେଡି ସମର୍ଥକ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି। ଆରମ୍ଭରୁ ମହାମେଣ୍ଟ ଆଗରେ ଥିଲା ହେଲେ ଏବେ ଏନଡିଏ ଆଗରେ ରହିଛି। ଏନଡିଏ ସଂଖ୍ୟାଗରିଷ୍ଠତା ଛୁଇଁବାକୁ ଯାଉଛି। ଏବେର ଭୋଟ୍ ଗଣତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅନେକ ପ୍ରାର୍ଥୀ ଖରାପ ପ୍ରଦର୍ଶନ କରୁଛନ୍ତି। ହାସନପୁର ଆସନରେ ଆରଜେଡିର ପ୍ରମୁଖ ନେତା ତେଜ୍ ପ୍ରତାପ ପଛରେ ଚାଲିଥିବା ଜଣାପଡ଼ିଛି। ଏହି ଆସନରେ ସେ ଜେଡିୟୁର ରାଜ କୁମାର ରାୟଙ୍କୁ ସାମ୍ନା କରୁଛନ୍ତି। ତେଜ୍ ପ୍ରତାପ ଗତ […]

ଅଦ୍ୟତନ ହୋଇଛି
ପଛରେ ତେଜ୍ ପ୍ରତାପ, ଭୋଜି ପାଇଁ ମାଛ ଧରି ପହଞ୍ଚିଲେ ଆରଜେଡି ସମର୍ଥକ

rjd supporter with fish

Advertisment

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି। ଆରମ୍ଭରୁ ମହାମେଣ୍ଟ ଆଗରେ ଥିଲା ହେଲେ ଏବେ ଏନଡିଏ ଆଗରେ ରହିଛି। ଏନଡିଏ ସଂଖ୍ୟାଗରିଷ୍ଠତା ଛୁଇଁବାକୁ ଯାଉଛି। ଏବେର ଭୋଟ୍ ଗଣତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅନେକ ପ୍ରାର୍ଥୀ ଖରାପ ପ୍ରଦର୍ଶନ କରୁଛନ୍ତି। ହାସନପୁର ଆସନରେ ଆରଜେଡିର ପ୍ରମୁଖ ନେତା ତେଜ୍ ପ୍ରତାପ ପଛରେ ଚାଲିଥିବା ଜଣାପଡ଼ିଛି। ଏହି ଆସନରେ ସେ ଜେଡିୟୁର ରାଜ କୁମାର ରାୟଙ୍କୁ ସାମ୍ନା କରୁଛନ୍ତି। ତେଜ୍ ପ୍ରତାପ ଗତ ନିର୍ବାଚନରେ ​​ମହୁଆ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ଏଥର ସେ ନିଜ ଆସନ ବଦଳାଇଥିଲେ।

Advertisment

https://twitter.com/ANI/status/1326023074932695040

ତେବେ ଏହାରି ଭିତରେ ତେଜ୍ ପ୍ରତାପଙ୍କ ଦଳ ଆରଜେଡି ସମର୍ଥକ ମହାମେଣ୍ଟର ବିଜୟୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କିଛି ଆରଜେଡି ସମର୍ଥକ ତେଜ୍ ପ୍ରତାପଙ୍କ ସାନ ଭାଇ ତେଜସ୍ୱୀ ଯାଦବଙ୍କ ପାଇଁ ମାଛ ଧରି ତାଙ୍କ ଘର ଆଗରେ ପହଞ୍ଚିଥିବା ଜଣାପଡ଼ିଛି। ମାଛ ଦେଖି କୌଣସି ସ୍ଥାନକୁ ଗଲେ ଶୁଭ ବୋଲି ବିବେଚନା କରାଯାଏ। ତେଣୁ ମାଛ ଆଣି ସମର୍ଥକମାନେ ତେଜସ୍ୱୀଙ୍କ ଘର ଆଗକୁ ଆସିଛନ୍ତି। ଫଳାଫଳ ବାହାରିବା ପରେ ଭୋଜି ହେବ ବୋଲି ଜଣାପଡ଼ିଛି।

ବିହାର ନିର୍ବାଚନରେ ​​ଜେଡିୟୁର ଅନେକ ଭେଟେରାନ ନେତା ବିଜୟୀ ନେଇ ଆଶଙ୍କାରେ ରହିଛନ୍ତି। ରାଘୋପୁର ଆସନରେ ତେଜସ୍ୱୀ ଯାଦବ, ମାଧେପୁରା ବିଧାନସଭା ଆସନରେ ପପୁ ଯାଦବ ଏବଂ ପାର୍ସା ଆସନରେ ଚନ୍ଦ୍ରିକା ରାୟଙ୍କ ଭାଗ୍ୟ ନିର୍ଣ୍ଣୟ ହେବାକୁ ଯାଉଛି।

Advertisment

https://twitter.com/ANI/status/1326001330951839744

ବିହାରରେ ବିଧାନସଭା ନିର୍ବାଚନ ୨୮ ଅକ୍ଟୋବର, ୩ ନଭେମ୍ବର ଏବଂ ୭ ନଭେମ୍ବରରେ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଯଦି ଏନଡିଏ ବିଜୟୀ ହେବ ତାହେଲେ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ। ତେବେ ଏକଜିଟ୍ ପୋଲ୍ ଅନୁଯାୟୀ ମହାମେଣ୍ଟ ବିହାରରେ ବାଜି ମାରିବ।

ଜାଣନ୍ତୁ ନିର୍ଵାଚନର ଟିକିନିଖି ଖବର

Odia News Bihar Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe