ଏକଜିଟ୍ ପୋଲ୍ ସତ ହେଲେ ଏନଡିଏରୁ ଓହରିବେ ନୀତୀଶ!

ପାଟନା: ମଙ୍ଗଳବାର ପ୍ରକାଶ ପାଇବ ବିହାର ବିଧାନସଭା ନିର୍ବାଚନର ଫଳାଫଳ। ତେବେ ଭୋଟ୍ ଗଣତି ପୂର୍ବରୁ ଆସିଥିବା ଏକଜିଟ୍ ପୋଲ୍ ବିହାରର ଶାସକ ଦଳ ଏନଡିଏ (ବିଜେପି, ଜେଡିୟୁ ଏବଂ ଅନ୍ୟାନ୍ୟ)ର ନିଦ ହଜାଇ ଦେଇଛି। ଏନଡିଏ ବିଜୟୀ ହେଲେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ବିଜେପି ନେତା କହିଛନ୍ତି। ହେଲେ ଫଳାଫଳ ଯଦି ଏକଜିଟ୍ ପୋଲ ଅନୁସାରେ ହୁଏ ତାହେଲେ ନୀତୀଶ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା କମ୍। କାରଣ ଏକଜିଟ୍ ପୋଲ ଅନୁଯାୟୀ […]

Modi Nitish

Subhransu Sekhar
  • Published: Monday, 09 November 2020
  • , Updated: 09 November 2020, 07:18 PM IST

ପାଟନା: ମଙ୍ଗଳବାର ପ୍ରକାଶ ପାଇବ ବିହାର ବିଧାନସଭା ନିର୍ବାଚନର ଫଳାଫଳ। ତେବେ ଭୋଟ୍ ଗଣତି ପୂର୍ବରୁ ଆସିଥିବା ଏକଜିଟ୍ ପୋଲ୍ ବିହାରର ଶାସକ ଦଳ ଏନଡିଏ (ବିଜେପି, ଜେଡିୟୁ ଏବଂ ଅନ୍ୟାନ୍ୟ)ର ନିଦ ହଜାଇ ଦେଇଛି। ଏନଡିଏ ବିଜୟୀ ହେଲେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ବିଜେପି ନେତା କହିଛନ୍ତି। ହେଲେ ଫଳାଫଳ ଯଦି ଏକଜିଟ୍ ପୋଲ ଅନୁସାରେ ହୁଏ ତାହେଲେ ନୀତୀଶ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା କମ୍। କାରଣ ଏକଜିଟ୍ ପୋଲ ଅନୁଯାୟୀ ବିହାରରେ କ୍ଷମତାରେ ରହିବାକୁ ହେଲେ ଏନଡିଏରୁ ବାହାରି ବିଦ୍ରୋହୀ ସାଜିଥିବା ଏଲଜେପିକୁ ସାଙ୍ଗରେ ଆଣିବାକୁ ହେବ।

ଯଦିଓ ଏକଜିଟ୍ ପୋଲ ଅନୁୟାୟୀ ବିହାରରେ ଏଲଜେପି ଏତେ ସଂଖ୍ୟାରେ ବିଜୟୀ ହେବନି ହେଲେ କିଙ୍ଗ୍ ମେକର ଭୂମିକା ନେବ ବୋଲି ଜଣାପଡ଼ିଛି। ଏଲଜେପି ନେତା ଚିରାଗ ପାଶଓ୍ୱାନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନିର୍ବାଚନୀ ପ୍ରଚାରରେ ଅନେକ ଥର ସମାଲୋଚନା କରିସାରିଛନ୍ତି। ତେଣୁ ଏଲଜେପି ଏନଡିଏ ମେଣ୍ଟକୁ ଫେରିଲେ ଚିରାଗ କେବେ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ସହମତି ପ୍ରକାଶ କରିବେନି।

ଏଲଜେପି କିନ୍ତୁ ବିଜେପିର କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ରାଜି ହେବେ ବୋଲି ଆକଳନ କରାଯାଉଛି। କାରଣ ନିର୍ବାଚନୀ ପ୍ରଚାରରେ ସେ ମୋଦି, ଶାହଙ୍କୁ ଅନେକ ପ୍ରଶଂସା କରିଛନ୍ତି। ଯେଉଁଠି ଏଲଜେପି ପ୍ରାର୍ଥୀ ନାହାନ୍ତି ସେଠି ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଚିରାଗ ଆହ୍ୱାନ କରିଥିଲେ। ଆଉ ଏଲଜେପି ମଧ୍ୟ ଜେଡିୟୁର ଭୋଟ୍ କାଟିବା ପାଇଁ ଜେଡିୟୁର ସମସ୍ତ ଆସନରେ ଏଲଜେପି ପ୍ରାର୍ଥୀ ଦେଇଥିଲା।

ନିକଟରେ ଏଲଜେପିର ପ୍ରତିଷ୍ଠାତା ତଥା କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶଓ୍ୱାନଙ୍କର ଦେହାନ୍ତ ହୋଇଛି। ଏହାବାଦ୍ ଆଉ କିଛି ବିଭାଗର ମନ୍ତ୍ରୀଙ୍କ ଦେହାନ୍ତ ପରେ ଅନେକ ମନ୍ତ୍ରୀ ପଦ ଖାଲି ପଡ଼ିଛି। ତେଣୁ ଏଲଜେପିକୁ ବିହାରରେ ମେଣ୍ଟକୁ ଫେରାଇ ଆଣି କେନ୍ଦ୍ର କ୍ୟାବିନେଟର କୌଣସି ବଡ଼ ପଦବୀରେ ଚିରାଗଙ୍କୁ ମନ୍ତ୍ରୀ ପଦ ଦେଇପାରେ ବିଜେପି।

ତେଣେ ଏଲଜେପି ସମର୍ଥନରେ ଯଦି ବିହାରରେ ଏନଡିଏ ସରକାର ଗଢ଼ିବ ଏବଂ ନୀତୀଶ ମୁଖ୍ୟମନ୍ତ୍ରୀ ଆସନରେ ନ ବସିବେ ତାହେଲେ ନୀତୀଶ କୁମାରଙ୍କୁ ମଧ୍ୟ ବିଜେପି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ୍ କରି ବିହାର ସରକାରର ନେତୃତ୍ୱ ଦେବା ପାଇଁ ବିଜେପି ଗୋଟି ଚଳାଇପାରେ।

ଆଉ ଯଦି ନୀତୀଶ ରାଜନୀତିକ ଗୋଟି ଚଳାଇ ଏନଡିଏରୁ ଓହରିବେ ତାହେଲେ ବିଜେପି ପାଇଁ ବହୁମୂଲ୍ୟ ଦେବାକୁ ପଡ଼ିପାରେ। କାରଣ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟରୁ ଶୀରୋମଣି ଅକାଳୀ ଦଳ, ଶିବସେନା ଆଦି ଦଳ ଓହରିସାରିଛନ୍ତି। ଜେଡିୟୁ ଏବେ ଏନଡିଏର ଏକମାତ୍ର ସହଯୋଗୀ ବଡ଼ ଦଳ। ଆଉ ନୀତୀଶ ଯଦି ବିରୋଧୀ ଦଳରେ ସାମିଲ୍ ହୁଅନ୍ତି ତାହେଲେ କେନ୍ଦ୍ରର ମୋଦି ସରକାର ପାଇଁ ଅଡୁଆ ବଢ଼ିବା ସମ୍ଭାବନା। ସଂସଦରେ ସଂଖ୍ୟା ଯେତିକି ଗୁରୁତ୍ୱ ନୁହଁ ମୋଦି ସରକାରର ଆଗରେ ବିରୋଧୀ ଦଳର ନେତାଙ୍କୁ ସାମ୍ନା କରିବା କାଠିକର ହୋଇଯିବ।

Related story