ରାଞ୍ଚି: ୨୧ ବର୍ଷ ପୁରୁଣା ମାମଲାର ଶୁଣାଣି କରି ଲୋହରଦଗା ନିର୍ବଚନ ମଣ୍ଡଳୀର ଅଜସୁ (ଅଲ ଝାଡଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ) ପାର୍ଟିର ବିଧାୟକ କମଳ କିଶୋର ଭଗତଙ୍କୁ ରାଞ୍ଚିର ଏକ ଅଦାଲତ ମଙ୍ଗଳବାର ୭ ବର୍ଷର ଜେଲ୍ ଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା କରିଛନ୍ତି । ଡାକ୍ତର କେ.କେ. ସିହ୍ନାଙ୍କ ଉପରକୁ ଆକ୍ରମଣ ଓ ମାରପିଟ ଅଭିଯୋଗରେ ବିଧାୟକଙ୍କୁ ଏହି ଦଣ୍ଡ ଦିଆଯାଇଛି । କୋର୍ଟ ସୋମବାର କିଶୋର ଭଗତ ଓ ଅଲେଷ୍ଟିୟର୍ ବେଦରାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ମଙ୍ଗଳବାର ଏହି ଘଟଣାର ସଜ୍ଜା ଶୁଣାଯାଇଥିଲା । କୋର୍ଟଙ୍କ ଶୁଣାଣି ପରେ କମଳ କିଶୋର ଭଗତଙ୍କ ବିଧାନସଭା ସଦସ୍ୟ ପଦ ରଦ୍ଦ ହୋଇଯାଇଛି ।ସୂଚନାଯୋଗ୍ୟ, ୧୯୯୩ ସେପ୍ଟମ୍ୱର ୨୮ରେ ବିଧାୟକ କମଳଙ୍କ ସହ ୩ ଜଣ ସଦସ୍ୟ ବାରିୟାତୁ ରୋଡ ବଡଗାୟୀ ସ୍ଥିତ ଡାକ୍ତର କେ.କେ. ସିହ୍ନାଙ୍କ ଚାମ୍ୱରରେ ପଶି ଆକ୍ରମଣ କରିବା ସହ ଗୁଳି ଫୁଟାଇଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ରେମରୁ ଆରମ୍ଭ ହତ୍ୟାରେ ଶେଷ: ୬ ମାସ ହେବ ଫ୍ରିଜ୍ରେ ରଖିଥିଲା ଲିଭ୍ ଇନ୍ ପାର୍ଟନରଙ୍କ ଶବ
ସଞ୍ଜୟ ପାଟିଦାରଙ୍କ ସହିତ ପ୍ରେମିକା ପିଙ୍କି ପାଞ୍ଚ ବର୍ଷ ହେଲା ଲିଭ୍-ଇନ ସମ୍ପର୍କରେ ଥିଲେ। ସଞ୍ଜୟ ପୂର୍ବରୁ ବିବାହିତ ଥିଲା।
National
ସ୍ୱାମୀର ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ସ୍ତ୍ରୀ
ଶୁକ୍ରବାର ସନ୍ଧ୍ୟାରେ ଉଭୟ ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।
National
ପୁଣି ସାମ୍ବାଦିକଙ୍କୁ ଟାର୍ଗେଟ୍, ପରିବାରକୁ କୁରାଢ଼ିରେ ହାଣି ଦେଲେ
ସାମ୍ବାଦିକଙ୍କ ବାପା-ମା' ଓ ଭାଇକୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
National
ଦିଲ୍ଲୀ ଦଖଲ କସରତ୍: ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି
ଦିଲ୍ଲୀରେ ଆସନ୍ତା ଫେବ୍ରୁଆରୀ ୫ରେ ଭୋଟିଂ ହେବ। ୮ ତାରିଖରେ ଫଳାଫଳ ଆସିବ।