ମୋଦିଙ୍କୁ ଭେଟିଲେ ହେମନ୍ତ ସୋରେନ୍

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ଭେଟଘାଟ ବେଳେ ରାଜ୍ୟରେ ଥିବା ସମସ୍ୟା ବାବଦରେ ହେମନ୍ତ ଆଲୋଚନା କରିଥିବା ଜଣାପଡ଼ିଛି। ଏହି ଭେଟଘାଟ ସୌଜନ୍ୟମୂଳକ ସାକ୍ଷାତ ଥିଲା। ଡିସେମ୍ୱର ୨୯ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ହେମନ୍ତ ସୋରେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ବୋଲି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-ଆରଜେଡି-କଂଗ୍ରେସ ମେଣ୍ଟ ୮୧ ଆସନରୁ […]

modi hemanta

Subhransu Sekhar
  • Published: Saturday, 11 January 2020
  • , Updated: 11 January 2020, 03:56 PM IST

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ଭେଟଘାଟ ବେଳେ ରାଜ୍ୟରେ ଥିବା ସମସ୍ୟା ବାବଦରେ ହେମନ୍ତ ଆଲୋଚନା କରିଥିବା ଜଣାପଡ଼ିଛି।

ଏହି ଭେଟଘାଟ ସୌଜନ୍ୟମୂଳକ ସାକ୍ଷାତ ଥିଲା। ଡିସେମ୍ୱର ୨୯ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ହେମନ୍ତ ସୋରେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ବୋଲି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-ଆରଜେଡି-କଂଗ୍ରେସ ମେଣ୍ଟ ୮୧ ଆସନରୁ ୪୭ଟି ଆସନରେ ବିଜୟୀ ହୋଇଛି। ଜେଏମଏମ ମେଣ୍ଟର ନେତୃତ୍ୱ ନେଇ ସରକାର ଗଢ଼ିଛି। ଏହି ବିଧାନସଭା ନିର୍ବାଚନରେ ବିଜେପି ମାତ୍ର ୨୪ଟି ଆସନରେ ବିଜୟୀ ହୋଇଛି।

Related story