ଜେଏନ୍‌ୟୁ ବିବାଦ: ରାହୁଲ, କେଜ୍ରିୱାଲ୍ ଓ ସୀତାରାମଙ୍କ ସମେତ ୯ ନେତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ଜେଏନ୍‌ୟୁ ବିବାଦ ନେଇ ୯ଜଣ ତୁଙ୍ଗ ରାଜନେତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସିପିଆଇ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, କଂଗ୍ରେସ ନେତା ଆନନ୍ଦ ଶର୍ମା, ଅଜୟ ମାକନ୍, ଜେଡିୟୁ ମୁଖପାତ୍ର କେସି ତ୍ୟାଗି, ସିପିଆଇ ନେତା ଡି. ରାଜା, ଜେନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କ ନାଁରେ ଏହି ମାମଲା ରୁଜୁ କରାଯାଇଛି। ହାଇଦ୍ରାବାଦର ମେଟ୍ରୋ ପଲିଟାନ୍ ମାଜିଷ୍ଟ୍ରେଟଙ୍କ କୋର୍ଟରେ […]

jnu

Rakesh Mallick
  • Published: Monday, 29 February 2016
  • , Updated: 29 February 2016, 04:02 AM IST

ନୂଆଦିଲ୍ଲୀ: ଜେଏନ୍‌ୟୁ ବିବାଦ ନେଇ ୯ଜଣ ତୁଙ୍ଗ ରାଜନେତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସିପିଆଇ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, କଂଗ୍ରେସ ନେତା ଆନନ୍ଦ ଶର୍ମା, ଅଜୟ ମାକନ୍, ଜେଡିୟୁ ମୁଖପାତ୍ର କେସି ତ୍ୟାଗି, ସିପିଆଇ ନେତା ଡି. ରାଜା, ଜେନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କ ନାଁରେ ଏହି ମାମଲା ରୁଜୁ କରାଯାଇଛି। ହାଇଦ୍ରାବାଦର ମେଟ୍ରୋ ପଲିଟାନ୍ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏ ନେଇ ମାମଲା ରୁଜୁ ହୋଇଛି।

ଜନାର୍ଦ୍ଦନ ଗୌଡ ନାମକ ଜଣେ ଆଇନଜୀବୀ ହାଇଦ୍ରାବାଦର ମେଟ୍ରୋ ପଲିଟାନ୍ ମାଜିଷ୍ଟ୍ରେଟଙ୍କ  କୋର୍ଟରେ ଏ ନେଇ ମାମଲା ରୁଜୁ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ନେତାମାନଙ୍କ ବିରୋଧରେ ଥାନାରେ ଏତଲା ଦାଏର ହୋଇଥିବା ହାଇଦ୍ରାବାଦର ସରୁରନଗର ପୋଲିସ୍ ସୂଚନା ଦେଇଛି।

ଆବେଦନକାରୀ ଓକିଲ ଦର୍ଶାଇଛନ୍ତି, ଜେଏନ୍‌ୟୁ ଘଟଣାରେ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କୁ ଦେଶଦ୍ରୋହ ଅପରାଧରେ ପୋଲିସ୍ ଗିରଫ କରିଥିଲା। ଏହା ଜାଣି ସୁଦ୍ଧା ରାହୁଲଙ୍କ ସମେତ ଅନ୍ୟ ନେତାମାନେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଯାଇ ତାଙ୍କୁ ସମର୍ଥନ ଜଣାଇଥିବାରୁ ସେମାନେ ମଧ୍ୟ ସମ ପରିମାଣର ଦୋଷୀ ବୋଲି ଆବେଦନରେ ଦର୍ଶାଯାଇଛି।

Related story