ହଷ୍ଟେଲ ସମସ୍ୟାର ସମାଧାନ ପାଇଁ କମିଟି ଗଠନ କଲା ଜେଏନ୍‌ୟୁ

ନୂଆଦିଲ୍ଲୀ: ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ବିଶ୍ୱବିଦ୍ୟାଳୟରେ ଲାଗିରହିଥିବା ହଷ୍ଟେଲ ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରାଯାଇଛି। କର୍ତ୍ତୃପକ୍ଷଙ୍କ ଗଠିତ ଏହି କମିଟି ଛାତ୍ର ପ୍ରତିନିଧିଙ୍କଠାରୁ ପରାମର୍ଶ ନେଇ ହଷ୍ଟେଲ ସମସ୍ୟାର ସମାଧାନ ଦିଗରେ ଚେଷ୍ଟା କରିବ। ଜେଏନ୍‌ୟୁ ପକ୍ଷରୁ ଜାରି କରାଯାଇଥିବା ଏକ ସର୍କୁଲାରରେ କୁହାଯାଇଛି, “ସମସ୍ତଙ୍କ ସୂଚନା ପାଇଁ ଜଣାଇଦିଆଯାଉଛି ଯେ, ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି, ଯାହାକି ଛାତ୍ର ପ୍ରତିନିଧିଙ୍କଠାରୁ ପରାମର୍ଶ ନେବ।” ଏହି କମିଟିରେ ରହିଥିବା […]

jnu

Subrat Kumar Nayak
  • Published: Sunday, 24 November 2019
  • , Updated: 24 November 2019, 06:24 PM IST

ନୂଆଦିଲ୍ଲୀ: ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ବିଶ୍ୱବିଦ୍ୟାଳୟରେ ଲାଗିରହିଥିବା ହଷ୍ଟେଲ ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରାଯାଇଛି। କର୍ତ୍ତୃପକ୍ଷଙ୍କ ଗଠିତ ଏହି କମିଟି ଛାତ୍ର ପ୍ରତିନିଧିଙ୍କଠାରୁ ପରାମର୍ଶ ନେଇ ହଷ୍ଟେଲ ସମସ୍ୟାର ସମାଧାନ ଦିଗରେ ଚେଷ୍ଟା କରିବ।

ଜେଏନ୍‌ୟୁ ପକ୍ଷରୁ ଜାରି କରାଯାଇଥିବା ଏକ ସର୍କୁଲାରରେ କୁହାଯାଇଛି, “ସମସ୍ତଙ୍କ ସୂଚନା ପାଇଁ ଜଣାଇଦିଆଯାଉଛି ଯେ, ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି, ଯାହାକି ଛାତ୍ର ପ୍ରତିନିଧିଙ୍କଠାରୁ ପରାମର୍ଶ ନେବ।”

ଏହି କମିଟିରେ ରହିଥିବା ୭ ଜଣ ସଦସ୍ୟ ହେଉଛନ୍ତି, ପ୍ରଫେସର ରାଣା ପି ସିଂହ, ପ୍ରଫେସର ଅଶ୍ୱିନୀ ମହାପାତ୍ର, ପ୍ରଫେସର ଗିରୀଶ ନାଥ ଝା, ପ୍ରଫେସର ପୱନ କୁମାର ଧର, ପ୍ରଫେସର ଉମେଶ ଏ କଦମ, ପ୍ରଫେସର ବନ୍ଦନା ମିଶ୍ର ଏବଂ ଡକ୍ଟର ନୀରଜ ସମଜଦାର।

Related story