ପଶ୍ଚିମବଙ୍ଗ ଓ କେରଳ ବିଧାନସଭାରେ ପ୍ରଚାର କରି ନ ପାରନ୍ତି କହ୍ନେୟା କୁମାର

ନୂଆଦିଲ୍ଲୀ: ଦେଶଦ୍ରୋହ ଅଭିଯୋଗରେ ଛନ୍ଦି ହୋଇ ଗତ ସପ୍ତାହରେ ତିହାର ଜେଲ୍‌ରୁ ମୁକୁଳିଥିବା ଜେଏନ୍‌ୟୁ ଛାତ୍ର ସଂସଦ ନେତା କହ୍ନେୟା କୁମାର ପଶ୍ଚିମବଙ୍ଗ ଓ କେରଳ ବିଧାନସଭା ନିର୍ବାଚନରେ ପ୍ରଚାର କରିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସେ ବୁଧବାର କହିଛନ୍ତି ଯେ, “ମୁଁ ଏହି ରାଜ୍ୟର ନିର୍ବାଚନ ପ୍ରଚାରରେ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛି।” ସେ ଆହୁରି ମଧ୍ୟ କହିଛନ୍ତି,“ରାଜନୀତିକୁ ଆସିବାରେ ମୋର କୌଣସି ଅଭିପ୍ରାୟ ନାହିଁ। ମୁଁ ଜଣେ ଛାତ୍ର ଏବଂ ମୋର […]

kanhaiya-sheila-jnusu-759

Rakesh Mallick
  • Published: Wednesday, 09 March 2016
  • , Updated: 10 March 2016, 04:28 AM IST

ନୂଆଦିଲ୍ଲୀ: ଦେଶଦ୍ରୋହ ଅଭିଯୋଗରେ ଛନ୍ଦି ହୋଇ ଗତ ସପ୍ତାହରେ ତିହାର ଜେଲ୍‌ରୁ ମୁକୁଳିଥିବା ଜେଏନ୍‌ୟୁ ଛାତ୍ର ସଂସଦ ନେତା କହ୍ନେୟା କୁମାର ପଶ୍ଚିମବଙ୍ଗ ଓ କେରଳ ବିଧାନସଭା ନିର୍ବାଚନରେ ପ୍ରଚାର କରିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସେ ବୁଧବାର କହିଛନ୍ତି ଯେ, “ମୁଁ ଏହି ରାଜ୍ୟର ନିର୍ବାଚନ ପ୍ରଚାରରେ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛି।”

ସେ ଆହୁରି ମଧ୍ୟ କହିଛନ୍ତି,“ରାଜନୀତିକୁ ଆସିବାରେ ମୋର କୌଣସି ଅଭିପ୍ରାୟ ନାହିଁ। ମୁଁ ଜଣେ ଛାତ୍ର ଏବଂ ମୋର ପିଏଚ୍‌ଡି ଶେଷ ହେବା ପରେ ଶିକ୍ଷକତା କରିବି। ସେଯାହା ବି ହେଲେ ମୁଁ ଏଥିରେ ସନ୍ତୁଷ୍ଟ। ଏହି ମାମଲାରେ ମୋର ଆଉ ଦୁଇ ଜଣ ବନ୍ଧୁ ଏବେ ବି ଜେଲ୍‌ରେ ରହିଛନ୍ତି। ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗ ଓ ରୋହିତ ଭେମୁଲା ମାମଲାରୁ ଏହି ସମସ୍ୟା ଉପୁଜିଥିଲା। ମୋତେ ଏହି ଛାତ୍ରମାନଙ୍କ ପାଇଁ ବହୁତ କିଛି କରିବାକୁ ଅଛି। ସେଥିପାଇଁ ମୁଁ ମୋର ସମୟକୁ ନିର୍ବାଚନ ପ୍ରଚାରରେ ଅପଚୟ କରିବାକୁ ଚାହୁଁନାହିଁ।”

ସୂଚନାଯୋଗ୍ୟ, ଫେବ୍ରୁଆରୀରେ ଏକ ବିବାଦୀୟ ସଭାରେ ନିଜ ଭୂମିକା ପାଇଁ କହ୍ନେୟା ଜେଏନୟୁରେ ଗିରଫ ହେବା ପରେ ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଥିଲେ ଯେ କେରଳ ଓ ପଶ୍ଚିମବଙ୍ଗରେ ସେ ଦଳ ପାଇଁ ପ୍ରଚାର କରିବେ।

Related story