କହ୍ନେୟାଙ୍କ ଭାଷଣ ‘ଜବରଦସ୍ତ’: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଜେଏନ୍‌ୟୁ ଛାତ୍ର ସଭାପତି କହ୍ନେୟା କୁମାର ଜେଲ୍‌ରୁ ମୁକୁଳିବା ପରେ ଗୁରୁବାର ରାତିରେ ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। ଉକ୍ତ ସମ୍ୱର୍ଦ୍ଧିତ ସଭାରେ କହ୍ନେୟା ଦେଇଥିବା ଭାଷଣକୁ ‘ଜବରଦସ୍ତ’ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିୱାଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି ଅରବିନ୍ଦ କେଜ୍ରିୱାଲ୍ ଶୁକ୍ରବାର ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି, ‘ମୁଁ ଅନେକ ଥର କହିଥିଲି, ଛାତ୍ରଛାତ୍ରୀଙ୍କ ବିରୋଧରେ ଯାଆନ୍ତୁ ନାହିଁ, କିନ୍ତୁ ମୋଦି ଶୁଣି ନ ଥିଲେ।’ ସେହିପରି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ […]

Kanhaiya Kumar

Rakesh Mallick
  • Published: Friday, 04 March 2016
  • , Updated: 04 March 2016, 10:42 AM IST

ନୂଆଦିଲ୍ଲୀ: ଜେଏନ୍‌ୟୁ ଛାତ୍ର ସଭାପତି କହ୍ନେୟା କୁମାର ଜେଲ୍‌ରୁ ମୁକୁଳିବା ପରେ ଗୁରୁବାର ରାତିରେ ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। ଉକ୍ତ ସମ୍ୱର୍ଦ୍ଧିତ ସଭାରେ କହ୍ନେୟା ଦେଇଥିବା ଭାଷଣକୁ ‘ଜବରଦସ୍ତ’ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିୱାଲ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି ଅରବିନ୍ଦ କେଜ୍ରିୱାଲ୍ ଶୁକ୍ରବାର ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି, ‘ମୁଁ ଅନେକ ଥର କହିଥିଲି, ଛାତ୍ରଛାତ୍ରୀଙ୍କ ବିରୋଧରେ ଯାଆନ୍ତୁ ନାହିଁ, କିନ୍ତୁ ମୋଦି ଶୁଣି ନ ଥିଲେ।’

ସେହିପରି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କେଜ୍ରିୱାଲଙ୍କୁ ସମର୍ଥନ କରି ନିଜେ ଟ୍ୱିଟରେ ଲେଖିଛନ୍ତି, ‘କହ୍ନେୟା ଓ ଜେଏନ୍‌ୟୁ ଦେଶବାସୀଙ୍କ ମଧ୍ୟରେ ନକଲି ରାଷ୍ଟ୍ରବାଦୀଙ୍କ ବିପଦପୂର୍ଣ୍ଣ ବିଚାରାଧାରା ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢିବାକୁ ଆଶା ସୃଷ୍ଟି କରିଦେଇଛନ୍ତି।

ଜେଲରୁ ମୁକୁଳିବା ପରେ କହ୍ନେୟା ଜେଏନୟୁ ଛାତ୍ରଛାତ୍ରୀଙ୍କୁ ୪୦ ମିନିଟ୍‌ ଧରି ସମ୍ୱର୍ଦ୍ଧିତ କରିଥିଲେ। ଏହି ସମୟରେ ସେ କହିଥିଲେ, “ଦେଶର ସମ୍ୱିଧାନ ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ରହିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି, କେନ୍ଦ୍ର ସରକାର, ବିଜେପି ଓ ଆରଏସ୍‌ଏସକୁ ଖୋଲାଖୋଲି ଟାର୍ଗେଟ୍ କରିବା ସହ ହିଟଲର୍ ସହ ତୁଳନା କରିଥିଲେ।”

Related story