ଦେଶଦ୍ରୋହ ଅଭିଯୁକ୍ତ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟାଙ୍କ ଜାମିନ୍ ଆବେଦନ ଶୁଣାଣି ପୁଣି ଘୁଞ୍ଚିଲା

ନୂଆଦିଲ୍ଲୀ: ଦେଶଦ୍ରୋହ ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା  ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କର ଜାମିନ୍ ସଂପର୍କିତ ଶୁଣାଣି ବୁଧବାର ବି ଦିଲ୍ଲୀ ହାଇକୋର୍ଟରେ ଟଳି ଯାଇଛି। ଏ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୯ ତାରିଖରେ ହେବ। ଏହା ପୂର୍ବରୁ କହ୍ନେୟାଙ୍କ ଜାମିନ୍ ସଂପର୍କିତ ଶୁଣାଣି ଗତକାଲି ବି ଦିଲ୍ଲୀ ହାଇକୋର୍ଟରେ ଟଳି ଯାଇଥିଲା। ଦିଲ୍ଲୀ ପୋଲିସ୍ ସଫା ସଫା କହି ଦେଇଛି ଯେ ଏହା ହାଇକୋର୍ଟରେ କହ୍ନେୟାଙ୍କ ଜାମିନ୍ ଆବେଦନକୁ […]

kanheya

Rakesh Mallick
  • Published: Wednesday, 24 February 2016
  • , Updated: 24 February 2016, 07:00 AM IST

ନୂଆଦିଲ୍ଲୀ: ଦେଶଦ୍ରୋହ ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା  ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କର ଜାମିନ୍ ସଂପର୍କିତ ଶୁଣାଣି ବୁଧବାର ବି ଦିଲ୍ଲୀ ହାଇକୋର୍ଟରେ ଟଳି ଯାଇଛି। ଏ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୯ ତାରିଖରେ ହେବ।

ଏହା ପୂର୍ବରୁ କହ୍ନେୟାଙ୍କ ଜାମିନ୍ ସଂପର୍କିତ ଶୁଣାଣି ଗତକାଲି ବି ଦିଲ୍ଲୀ ହାଇକୋର୍ଟରେ ଟଳି ଯାଇଥିଲା।

ଦିଲ୍ଲୀ ପୋଲିସ୍ ସଫା ସଫା କହି ଦେଇଛି ଯେ ଏହା ହାଇକୋର୍ଟରେ କହ୍ନେୟାଙ୍କ ଜାମିନ୍ ଆବେଦନକୁ ବିରୋଧ କରିବ।

ସରକାରୀ ଓକିଲ କହିଛନ୍ତି,“କହ୍ନେୟାଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ଆଣିବାକୁ ଆମେ ଆବେଦନ କରି ସାରିଛୁ। ଫଳରେ ଏହି ମାମଲାରେ ଗିରଫ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସହ ବସାଇ ତାଙ୍କୁ ଜେରା କରାଯାଇପାରିବ।”

ସେ କହିଛନ୍ତି ଯେ ଫେବୃଆରୀ ୨୯ ତାରିଖ ଅପରାହ୍ନ ୨ଟାରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

Related story