ଜେଏନ୍‌ୟୁ ମାମଲା: ଟାମ୍ପରିଂ ହୋଇଛି ୨ଟି ଭିଡିଓ

ନୂଆଦିଲ୍ଲୀ: ଜେଏନ୍‌ୟୁ ବିବାଦକୁ ନେଇ ସାରା ଦେଶରେ ତର୍କ ବିତର୍କ ଚାଲିଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ କଥା ଜଣାପଡିଛି। ଯେଉଁ ଭିଡିଓ ଫୁଟେଜକୁ ନେଇ ଜେଏନ୍‌ୟୁ ଛାତ୍ରନେତାଙ୍କ ବିରୋଧରେ ଦେଶଦ୍ରୋହ ମାମାରେ ରୁଜୁ ହୋଇଛି, ସେଥିମଧ୍ୟରୁ ୨ଟିକୁ ଟାମ୍ପରିଂ କରାଯାଇ ବଦଳା ଯାଇଛି। ହାଇଦ୍ରାବାଦ ସ୍ଥିତ ଫୋରେନସିକ ଲ୍ୟାବ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଫେବୃୟାରୀ ୯ ତାରିଖରେ ଜେଏନୟୁ କ୍ୟାମ୍ପସରେ ଘଟିଥିବା ଘଟଣାର ସତ୍ୟତା ପରୀକ୍ଷା ପାଇଁ ଦିଲ୍ଲୀ ସରକାର ୭ଟି ଭିଡିଓ ଯାଞ୍ଚ ପାଇଁ […]

JNU

Rakesh Mallick
  • Published: Thursday, 03 March 2016
  • , Updated: 03 March 2016, 07:02 AM IST

ନୂଆଦିଲ୍ଲୀ: ଜେଏନ୍‌ୟୁ ବିବାଦକୁ ନେଇ ସାରା ଦେଶରେ ତର୍କ ବିତର୍କ ଚାଲିଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ କଥା ଜଣାପଡିଛି। ଯେଉଁ ଭିଡିଓ ଫୁଟେଜକୁ ନେଇ ଜେଏନ୍‌ୟୁ ଛାତ୍ରନେତାଙ୍କ ବିରୋଧରେ ଦେଶଦ୍ରୋହ ମାମାରେ ରୁଜୁ ହୋଇଛି, ସେଥିମଧ୍ୟରୁ ୨ଟିକୁ ଟାମ୍ପରିଂ କରାଯାଇ ବଦଳା ଯାଇଛି। ହାଇଦ୍ରାବାଦ ସ୍ଥିତ ଫୋରେନସିକ ଲ୍ୟାବ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି।

ଫେବୃୟାରୀ ୯ ତାରିଖରେ ଜେଏନୟୁ କ୍ୟାମ୍ପସରେ ଘଟିଥିବା ଘଟଣାର ସତ୍ୟତା ପରୀକ୍ଷା ପାଇଁ ଦିଲ୍ଲୀ ସରକାର ୭ଟି ଭିଡିଓ ଯାଞ୍ଚ ପାଇଁ ଫୋରେନସିକ ଲ୍ୟାବକୁ ପଠାଇ ଥିଲେ। ଏଥିରୁ ୨ଟି ଭିଡିଓକୁ ଟାମ୍ପରିଂ କରାଯାଇ ବଦଳା ଯାଇଥିବା ଲ୍ୟାବ ପକ୍ଷରୁ କୁହାଯାଇଛି। ପ୍ରକୃତ ଭିଡିଓରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ନ ଥିଲା। ଭିଡିଓର କିଛି ଅଂଶ ଏଡିଟ କରାଯାଇ ସେଥିରେ ପରେ ସ୍ୱର ମିଶ୍ରଣ କରାଯାଇଥିବା ପରୀକ୍ଷାରୁ ଜଣାପଡିଛି।

ସେହିପରି ଗିରଫ ହୋଇ ଜେଲରେ ଥିବା ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କୁ ଜାମିନ ମିଳିଛି। ଦିଲ୍ଲୀ ହାଇକୋର୍ଟ ତାଙ୍କୁ ୬ ମାସ ପାଇଁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିଛନ୍ତି। ଦେଶଦ୍ରୋହ ଅଭିଯୋଗରେ କହ୍ନେୟାଙ୍କୁ ଗିରଫ କରାଯାଇ ତିହାର ଜେଲରେ ରଖାଯାଇଥିଲା।

ସୋମାବାର ଏହି ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ଥିଲା। ହାଇକୋର୍ଟରେ କହ୍ନେୟାଙ୍କ ଜାମିନକୁ ଦିଲ୍ଲୀ ପୋଲିସ ବିରୋଧ କରିଥିଲା। ତେବେ ହାଇକୋର୍ଟ ଗତକାଲି କହ୍ନେୟାଙ୍କୁ ଜାମିନ ପ୍ରଦାନ କରି ତଦନ୍ତରେ ପୋଲିସକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୧୦ ହଜାର ଟଙ୍କାର ବେଲ୍‌ ବଣ୍ଡ ଭରିବାକୁ ମଧ୍ୟ କୋର୍ଟ  ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂସଦ ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡ ପାଇଥିବା ଅଫଜଲ ଗୁରୁ ସ୍ମୃତିରେ ଜେଏନ୍‌ୟୁରେ ଏକ ସଭା ହୋଇଥିଲା। ଏଥିରେ ଦେଶ ବିରୋଧୀ ସ୍ଲୋଗାନ ଦେବା ଅଭିଯୋଗରେ କହ୍ନେୟା କୁମାରଙ୍କୁ ଗିରଫ କରାଯାଇଥିଲା।

Related story