ଜେଏନୟୁ ହିଂସା: 'ୟୁନିଟି ଏଗ୍‌ନେଷ୍ଟ ଲେଫ୍ଟ' ହ୍ୱାଟସ ଆପ୍ ଗ୍ରୁପର ୩୭ ସଦସ୍ୟ ଚିହ୍ନଟ

ନୂଆଦିଲ୍ଲୀ: ଜେଏନୟୁ ହିଂସା ପଛରେ ୩୭ ଜଣଙ୍କୁ ଚିହ୍ନଟ କରିଛି ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍। ଏହି ଚିହ୍ନଟ ପ୍ରକ୍ରିୟା ୬୦ ଜଣିଆ ହ୍ୱାଟସଆପ୍ ଗ୍ରୁପ ‘ୟୁନିଟି ଏଗ୍‌ନେଷ୍ଟ ଲେଫ୍ଟ’ରୁ କରିଛି ପୁଲିସ୍। ଏହା ପୂର୍ବରୁ ଶୁକ୍ରବାର ପ୍ରେସ କନଫରେନସ କରି ଜେଏନୟୁ ହିଂସା ପଛରେ ୯ ଜଣଙ୍କୁ ଚିହ୍ନଟ କରିଥିଲା ପୁଲିସ। ଯେଉଁଥିରେ ଜେଏନୟୁ ଛାତ୍ର ସଂଘର ସଭାପତି ଐଶୀ ଘୋଷ ରହିଛନ୍ତି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୦ ଜଣ ବିଶ୍ୱବିଦ୍ୟାଳୟ ବାହାରର […]

jnu

Subhransu Sekhar
  • Published: Saturday, 11 January 2020
  • , Updated: 11 January 2020, 03:43 PM IST

ନୂଆଦିଲ୍ଲୀ: ଜେଏନୟୁ ହିଂସା ପଛରେ ୩୭ ଜଣଙ୍କୁ ଚିହ୍ନଟ କରିଛି ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍। ଏହି ଚିହ୍ନଟ ପ୍ରକ୍ରିୟା ୬୦ ଜଣିଆ ହ୍ୱାଟସଆପ୍ ଗ୍ରୁପ ‘ୟୁନିଟି ଏଗ୍‌ନେଷ୍ଟ ଲେଫ୍ଟ’ରୁ କରିଛି ପୁଲିସ୍। ଏହା ପୂର୍ବରୁ ଶୁକ୍ରବାର ପ୍ରେସ କନଫରେନସ କରି ଜେଏନୟୁ ହିଂସା ପଛରେ ୯ ଜଣଙ୍କୁ ଚିହ୍ନଟ କରିଥିଲା ପୁଲିସ। ଯେଉଁଥିରେ ଜେଏନୟୁ ଛାତ୍ର ସଂଘର ସଭାପତି ଐଶୀ ଘୋଷ ରହିଛନ୍ତି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୦ ଜଣ ବିଶ୍ୱବିଦ୍ୟାଳୟ ବାହାରର ବୋଲି ଜଣାପଡ଼ିଛି।

ଗତ ଜାନୁଆରୀ ୫ ତାରିଖରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ନିଜେ ଐଶୀ ମଧ୍ୟ ଆହତ ହୋଇଥିଲେ। ତେବେ ଦିଲ୍ଲୀ ପୁଲିସ୍‌ ଆଜି ୯ ଜଣଙ୍କ ନାମ ଘୋଷଣା କରିବା ପରେ ସେ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି।

ଦିଲ୍ଲୀ ପୁଲିସ୍‌ ଯେଉଁ ପ୍ରମାଣ ରଖିଛି ତାହା ସର୍ବସାଧାରଣରେ ପ୍ରକାଶ କରିବା ଉଚିତ ବୋଲି ସେ କହିଛନ୍ତି। ଆମେ ଦିଲ୍ଲୀ ପୁଲିସ୍‌କୁ ଡରୁନାହୁଁ। ଆମେ ଆଇନ୍‌ ସହ ଅଛୁ ଏବଂ ଆମ ଆନ୍ଦୋଳନକୁ ଆମେ ଗଣତାନ୍ତ୍ରିକ ଉପାୟରେ ଓ ଶାନ୍ତିପୂର୍ଣ୍ଣ ଭାବେ ଆଗକୁ ନେବୁ ବୋଲି ଆଈଶି କହିଥିଲେ।

Related story