ବର୍ଷା ଯୋଗୁଁ ଜନ୍ କେରୀଙ୍କ ଧାର୍ମିକସ୍ଥଳୀ ପରିଦର୍ଶନ କାର୍ଯ୍ୟକ୍ରମ ବାତିଲ

ନୂଆଦିଲ୍ଲୀ: ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକାର ପରରାଷ୍ଟ୍ର ସଚିବ ଜନ୍ କେରୀ ଆଜି ଦିଲ୍ଲୀର ତିନୋଟି ଧାର୍ମିକସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ପ୍ରବଳ ବର୍ଷା ଯୋଗୁଁ ତାଙ୍କର ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ବୋଲି ଆମେରିକୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଆଜି ସକାଳ ପ୍ରାୟ ୧୧ଟା ବେଳେ କେରୀ ପୁରୁଣା ଦିଲ୍ଲୀ ସ୍ଥିତ ଗୌରୀ ଶଙ୍କର ମନ୍ଦିର, ଜାମା ମସ୍‌ଜିଦ୍‌ ଓ ଗୁରୁଦ୍ୱାର ଶିଶଗଞ୍ଜ ସାହିବ ଯିବାର କାର୍ଯ୍ୟକ୍ରମ ଥିଲା। ସେ […]

john

Rakesh Mallick
  • Published: Wednesday, 31 August 2016
  • , Updated: 31 August 2016, 01:09 PM IST

ନୂଆଦିଲ୍ଲୀ: ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକାର ପରରାଷ୍ଟ୍ର ସଚିବ ଜନ୍ କେରୀ ଆଜି ଦିଲ୍ଲୀର ତିନୋଟି ଧାର୍ମିକସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ପ୍ରବଳ ବର୍ଷା ଯୋଗୁଁ ତାଙ୍କର ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ବୋଲି ଆମେରିକୀୟ ଦୂତାବାସ ପକ୍ଷରୁ କୁହାଯାଇଛି।

ଆଜି ସକାଳ ପ୍ରାୟ ୧୧ଟା ବେଳେ କେରୀ ପୁରୁଣା ଦିଲ୍ଲୀ ସ୍ଥିତ ଗୌରୀ ଶଙ୍କର ମନ୍ଦିର, ଜାମା ମସ୍‌ଜିଦ୍‌ ଓ ଗୁରୁଦ୍ୱାର ଶିଶଗଞ୍ଜ ସାହିବ ଯିବାର କାର୍ଯ୍ୟକ୍ରମ ଥିଲା। ସେ ଗତକାଲି ଏହି ତିନିଟି ଧାର୍ମିକସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ସେଇ କାର୍ଯ୍ୟକ୍ରମକୁ ଆଜିକୁ ଘୁଞ୍ଚା ଯାଇଥିଲା।

ଜନ୍ କେରୀ ଗତ ସୋମବାର ରାତିରେ ନୂଆଦିଲ୍ଲୀରେ ପହଞ୍ଚିବା ପରଠାରୁ ଟ୍ରାଫିକ୍ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସେଦିନ ତାଙ୍କର କାଫିଲା ଦିଲ୍ଲୀର ସତ୍ୟ ମାର୍ଗରେ ପୂରା ଘଣ୍ଟାଏ ଧରି ଫସି ଯାଇଥିଲା।

Related story