କାବୁଲରେ ଆତଙ୍କୀ ଆକ୍ରମଣ ଶେଷ, ୫ ମୃତ

କାବୁଲ: ଦୀର୍ଘ ୧୧ ଘଣ୍ଟାର ଗୁଳିଗୋଳା ପରେ କାବୁଲରେ ଲାଗି ରହିଥିବା ଆତଙ୍କୀ ଆକ୍ରମଣର ଅବସାନ ଘଟିଛି। ଏହି ଗୁଳିଗୋଳା ଆକ୍ରମଣରେ ୪ ଜଣ ଆତଙ୍କୀ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଗତକାଲି କାବୁଲ ନିକଟ ସେର-ଇ-ନାୱରେ ଆତଙ୍କୀମାନେ ଲାଗ ଲାଗ ୩ଟି ଶକ୍ତିଶାଳୀ ବିସ୍ଫୋରଣ ଘଟାଇଥିଲେ। ଏଥିରେ ୩୫ରୁ ୪୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସୁରକ୍ଷା କର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିଗୋଳା ଆରମ୍ଭ ହୋଇଥିଲା। କାବୁଲ ଗୃହ ମନ୍ତ୍ରାଳୟ ପକ୍ଷରୁ […]

kabul

Rakesh Mallick
  • Published: Tuesday, 06 September 2016
  • , Updated: 04 May 2017, 03:44 PM IST

କାବୁଲ: ଦୀର୍ଘ ୧୧ ଘଣ୍ଟାର ଗୁଳିଗୋଳା ପରେ କାବୁଲରେ ଲାଗି ରହିଥିବା ଆତଙ୍କୀ ଆକ୍ରମଣର ଅବସାନ ଘଟିଛି। ଏହି ଗୁଳିଗୋଳା ଆକ୍ରମଣରେ ୪ ଜଣ ଆତଙ୍କୀ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ଗତକାଲି କାବୁଲ ନିକଟ ସେର-ଇ-ନାୱରେ ଆତଙ୍କୀମାନେ ଲାଗ ଲାଗ ୩ଟି ଶକ୍ତିଶାଳୀ ବିସ୍ଫୋରଣ ଘଟାଇଥିଲେ। ଏଥିରେ ୩୫ରୁ ୪୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସୁରକ୍ଷା କର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିଗୋଳା ଆରମ୍ଭ ହୋଇଥିଲା।

କାବୁଲ ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋମବାର ସେର-ଇ-ନାୱରେ ଲାଗ ଲାଗ ୨ଟି ବିସ୍ଫୋରଣ ଘଟିଥିଲା। ଏହାର କିଛି ସମୟ ପରେ ତୃତୀୟ ବିସ୍ଫୋରଣ ଘଟିଥିଲା। ମାନବ ବୋମା ଦ୍ୱାରା ପ୍ରଥମ ୨ଟି ବିସ୍ଫୋରଣ ଘଟିଥିବା ବେଳେ ତୃତୀୟଟି ବାଇକ୍‌ ବୋମା ଦ୍ୱାରା କରାଯାଇଥିଲା। ମୃତକଙ୍କ ମଧ୍ୟରେ ଏକାଧିକ ସୁରକ୍ଷା କର୍ମୀ ଅଛନ୍ତି।

ତୃତୀୟ ବୋମା ବିସ୍ଫୋରଣ ପରେ ୩ ଜଣ ଆତଙ୍କୀ ସୁରକ୍ଷା କର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ମାଡ ଆରମ୍ଭ କରିଦେଇଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ୧୧ ଘଣ୍ଟା ଧରି ଗୁଳିଗୋଳା ବିନିମୟ ହୋଇଥିଲା। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ଗୁଳି ବିନିମୟ ଆଜି ସକାଳେ ଶେଷ ହୋଇଥିଲା।

ଅନ୍ୟପକ୍ଷରେ ପାମଲାରାନାର ଏକ ଏନ୍‌ଜିଓ ଅଫିସ ଆଗରେ ଏକ କାର୍‌ ବୋମା ଉଦ୍ଧାର କରାଯାଇଥିଲା। ଏହି ସମୟରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀର ମୃତ୍ୟୁ ଘଟିଥିଲା।

Related story