ହାଇଦ୍ରାବାଦରେ କହ୍ନେୟାଙ୍କୁ ଜୋତାମାଡ଼ ଉଦ୍ୟମ

ହାଇଦ୍ରାବାଦ: ହାଇଦ୍ରାବାଦରେ ଆଜି ସକାଳେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଜେଏନ୍‌ୟୁ ଛାତ୍ର ସଂସଦର ସଭାପତି କହ୍ନେୟା କୁମାରଙ୍କୁ ଦୁଇ ଜଣ ଯୁବକ ଜୋତା ଫୋପାଡ଼ିକୁ ଉଦ୍ୟମ କରିଥିଲେ। ତେବେ ଠିକ୍ ସମୟରେ ପୋଲିସ୍ ସେମାନଙ୍କୁ କବ୍‌ଜାକୁ ନେଇ ଯାଇଥିଲା। ଅଭିଯୁକ୍ତ ଦ୍ୱୟ ହେଲେ ପବନ କୁମାର ରେଡ୍ଡୀ ଓ ନରେଶ କୁମାର। ସେମାନେ ଗାଈଙ୍କ ସୁରକ୍ଷା ଦିଗରେ କାମ କରୁଥିବା ଏକ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ କହ୍ନେୟା କୁମାର […]

kanheya

Rakesh Mallick
  • Published: Thursday, 24 March 2016
  • , Updated: 24 March 2016, 10:22 AM IST

ହାଇଦ୍ରାବାଦ: ହାଇଦ୍ରାବାଦରେ ଆଜି ସକାଳେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଜେଏନ୍‌ୟୁ ଛାତ୍ର ସଂସଦର ସଭାପତି କହ୍ନେୟା କୁମାରଙ୍କୁ ଦୁଇ ଜଣ ଯୁବକ ଜୋତା ଫୋପାଡ଼ିକୁ ଉଦ୍ୟମ କରିଥିଲେ। ତେବେ ଠିକ୍ ସମୟରେ ପୋଲିସ୍ ସେମାନଙ୍କୁ କବ୍‌ଜାକୁ ନେଇ ଯାଇଥିଲା। ଅଭିଯୁକ୍ତ ଦ୍ୱୟ ହେଲେ ପବନ କୁମାର ରେଡ୍ଡୀ ଓ ନରେଶ କୁମାର। ସେମାନେ ଗାଈଙ୍କ ସୁରକ୍ଷା ଦିଗରେ କାମ କରୁଥିବା ଏକ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ କହ୍ନେୟା କୁମାର ଭାଷଣ ଦେବାକୁ ଆରମ୍ଭ କରିବା ମାତ୍ରେ ଏ ଯୁବକ ଦ୍ୱୟ “ଦେଶଦ୍ରୋହୀ”ଙ୍କୁ କହିବାକୁ ଦିଆଯିବ ନାହିଁ ବୋଲି କହି ନାରାବାଜି କରିଥିଲେ। ତା’ପରେ ସେମାନେ ତାଙ୍କ ଉପରକୁ ଜୋତା ଫୋପାଡ଼ିବାକୁ ଉଦ୍ୟମ କରି ଥିଲେ। କହ୍ନେୟାଙ୍କୁ ଲକ୍ଷ୍ୟ କରି ସେମାନେ ତିନିଟି ଜୋତା ଫିଙ୍ଗା ଯାଇଥିଲା। ତେବେ ସେଗୁଡ଼ିକ ତାଙ୍କ ଦେହରେ ବାଜି ନ ଥିଲା   । ଏହି ହଙ୍ଗାମା ପରେ ସେ ଭାଷଣ ଦେଇଥିଲେ।

ବୁଧବାର ହାଇଦ୍ରାବାଦରେ ଆସି ପହଞ୍ଚିଥିଲେ କହ୍ନେୟା। ତେବେ ତାଙ୍କୁ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ଭିତରକୁ ଯିବାକୁ ଅନୁମତି ଦିଆଯାଇ ନ ଥିଲା। ତେଣୁ ସେ କ୍ୟାମ୍ପସ୍ ବାହାରେ ଛାତ୍ରଛାତ୍ରୀମାନଙ୍କୁ କିଛି ସମୟ ପାଇଁ ସମ୍ବୋଧିତ କରିଥିଲେ। ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆତ୍ମହତ୍ୟା କରିଥିବା ରୋହିତଙ୍କ ପରିବାର ଲୋକଙ୍କୁ ବି ସେ ଭେଟିଥିଲେ।

Related story