ମୁମ୍ୱାଇ: ମହାରାଷ୍ଟ୍ର ରାଜ୍ୟପାଳଙ୍କ ଭଗତ ସିଂହ କୋଶିଆରୀଙ୍କୁ ଭେଟିଛନ୍ତି କଙ୍ଗନା ରଣାଓ୍ୱତ। ରାଜ୍ୟପାଳଙ୍କୁ ସାକ୍ଷାତ କରିଥିବା ନେଇ କଙ୍ଗନା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରୀଙ୍କୁ ମୁଁ ଭେଟିଛି। ଏହି ସମୟରେ ମୋ ସହିତ ହୋଇଥିବା ଅନ୍ୟାୟ ବାବଦରେ ରାଜ୍ୟପାଳଙ୍କୁ ଜଣାଇଛି। ରାଜ୍ୟପାଳ ମୋତେ ତାଙ୍କ ଝିଅ ଭଳି ବ୍ୟବହାର କରିବା ସହିତ ସମସ୍ତ କଥା ମୁଁ ଅବଗତ କରାଇଛି। ମୋତେ ନ୍ୟାୟ ପ୍ରଦାନ କରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛି। ଜଣେ ସାଧାରଣ ନାଗରିକ ଏବଂ ବିଶେଷ କରି ଦେଶର ଝିଅମାନଙ୍କ ଉପରେ ଏହା ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି ସେ କହିଛନ୍ତି।
ଏହି ଭେଟଘାଟ ବେଳେ କଙ୍ଗନାଙ୍କ ସହିତ ତାଙ୍କ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ।
https://twitter.com/KanganaTeam/status/1305114396968939520