କହ୍ନେୟାଙ୍କୁ ଗୁଳି କଲେ ୧୧ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ପୂର୍ବାଞ୍ଚଳ ସେନାର ଘୋଷଣା

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପରିସରରେ ଦେଶ ବିରୋଧୀ ନାରାବାଜି ଅଭିଯୋଗରେ ଗିରଫ ପରେ ଜାମିନ୍‌ରେ ଫେରିଥିବା ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କ ମୁଣ୍ଡ ଉପରେ ୧୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ପୂର୍ବାଞ୍ଚଳ ସେନା ନାମକ ଏକ ସଂଗଠନ। କହ୍ନେୟାଙ୍କୁ ଯିଏ ଗୁଳି କରି ହତ୍ୟା କରିବ ତାଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଏହି ସଂଗଠନ ଘୋଷଣା କରିଛି। ଏ ନେଇ ଦିଲ୍ଲୀର ପ୍ରେସ୍‌ କ୍ଲବ୍ […]

poster

Rakesh Mallick
  • Published: Saturday, 05 March 2016
  • , Updated: 05 March 2016, 11:52 AM IST

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପରିସରରେ ଦେଶ ବିରୋଧୀ ନାରାବାଜି ଅଭିଯୋଗରେ ଗିରଫ ପରେ ଜାମିନ୍‌ରେ ଫେରିଥିବା ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କ ମୁଣ୍ଡ ଉପରେ ୧୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ପୂର୍ବାଞ୍ଚଳ ସେନା ନାମକ ଏକ ସଂଗଠନ। କହ୍ନେୟାଙ୍କୁ ଯିଏ ଗୁଳି କରି ହତ୍ୟା କରିବ ତାଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଏହି ସଂଗଠନ ଘୋଷଣା କରିଛି। ଏ ନେଇ ଦିଲ୍ଲୀର ପ୍ରେସ୍‌ କ୍ଲବ୍ ନିକଟରେ କିଛି ପୋଷ୍ଟର୍ ମାରିଛି ସଂଗଠନ। ଏହା ଜଣାପଡ଼ିବା ପରେ ଦିଲ୍ଲୀ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପୂର୍ବାଞ୍ଚଳ ସେନାର ସଭାପତି ଆଦର୍ଶ ଶର୍ମାଙ୍କୁ ପୋଲିସ୍ ପଚରାଉଚରା ପାଇଁ ଥାନାରେ ହାଜର ହେବାକୁ କହିଛି।

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶର ବନ୍ଦାୟୁରେ ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚାର ଜିଲ୍ଲା ଅଧ୍ୟକ୍ଷ କୁଲଦୀପ କହିଛନ୍ତି ଯେ ଯିଏ କହ୍ନେୟାଙ୍କ ଜିଭ କାଟି ଦେବ ତାକୁ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। କହ୍ନେୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆରଏସ୍‌ଏସ୍‌ ବିରୋଧରେ ଦେଇଥିବା ମନ୍ତବ୍ୟ ନେଇ ସେ ଅସନ୍ତୋଷ ପ୍ରକାଶ କରି ଏପରି କହିଛନ୍ତି।

Related story