କାଂଶୀରାମଙ୍କୁ ଭାରତରତ୍ନ ଦେବାକୁ ମାୟାବତୀଙ୍କ ଦାବି

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟି(ବସପା) ସୁପ୍ରିମୋ ମାୟାବତୀ ମଙ୍ଗଳବାର ରାଜ୍ୟସଭାରେ କାଂଶୀରାମଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଦାବି କରିଛନ୍ତି। ବସପା ପ୍ରତିଷ୍ଠାତା କାଂଶୀରାମଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ କରାଯାଇଥିବା ପୋଷ୍ଟର ବିଜ୍ଞାପନ ଉପରେ ମାୟାବତୀ ପ୍ରଶ୍ନ ଉଠାଇଛନ୍ତି। ମାୟାବତୀ କହିଛନ୍ତ, “କଂଗ୍ରେସ, ବିଜେପି ଓ ଅନ୍ୟ ଦଳ ଅମ୍ୱେଦକର ଓ କାଂଶୀରାମଙ୍କ ଜୟନ୍ତୀ କେବଳ ଭୋଟ୍ ପାଇଁ ପାଳନ କରିଥାନ୍ତି।” ଆରଏସ୍‌ଏସ୍‌ ଆଉ ଏକ ଜୟନ୍ତୀ ପାଳନ କରିବାକୁ କହୁଥିବା ବେଳେ ସଂରକ୍ଷଣକୁ […]

Chief Minister

Rakesh Mallick
  • Published: Tuesday, 15 March 2016
  • , Updated: 15 March 2016, 07:56 AM IST

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟି(ବସପା) ସୁପ୍ରିମୋ ମାୟାବତୀ ମଙ୍ଗଳବାର ରାଜ୍ୟସଭାରେ କାଂଶୀରାମଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଦାବି କରିଛନ୍ତି। ବସପା ପ୍ରତିଷ୍ଠାତା କାଂଶୀରାମଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ କରାଯାଇଥିବା ପୋଷ୍ଟର ବିଜ୍ଞାପନ ଉପରେ ମାୟାବତୀ ପ୍ରଶ୍ନ ଉଠାଇଛନ୍ତି।

ମାୟାବତୀ କହିଛନ୍ତ, “କଂଗ୍ରେସ, ବିଜେପି ଓ ଅନ୍ୟ ଦଳ ଅମ୍ୱେଦକର ଓ କାଂଶୀରାମଙ୍କ ଜୟନ୍ତୀ କେବଳ ଭୋଟ୍ ପାଇଁ ପାଳନ କରିଥାନ୍ତି।” ଆରଏସ୍‌ଏସ୍‌ ଆଉ ଏକ ଜୟନ୍ତୀ ପାଳନ କରିବାକୁ କହୁଥିବା ବେଳେ ସଂରକ୍ଷଣକୁ ବିରୋଧ କରୁଛି। ଆରଏସ୍‌ଏସ୍‌ ସବୁବେଳେ ସଂରକ୍ଷଣକୁ ବଦଳାଇବାକୁ ଚେଷ୍ଟା କରୁଛି।

ସେ ଦିଲ୍ଲୀ ସରକାରଙ୍କ ବିଜ୍ଞାପନ ପୋଷ୍ଟର ଉପରେ ଆପତ୍ତି ଉଠାଇବା ସହ କୌଣସି ଦଳ ଦଳିତଙ୍କ ପାଇଁ କିଛି କରୁ ନ ଥିବା ଅଭିଯୋଗ କରିଛନ୍ତି। କେବଳ ଭୋଟ୍‌ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Related story