କାଶ୍ମୀର ଅନେକ ଅଞ୍ଚଳରେ ପୁଣି କର୍ଫ୍ୟୁ ଲାଗିଲା

ଶ୍ରୀନଗର: କାଶ୍ମୀରର ଅନେକ ଅଞ୍ଚଳରେ ପୁଣି ଥରେ ଶୁକ୍ରବାରଠାରୁ କର୍ଫ୍ୟୁ ଜାରି ହୋଇଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ କର୍ଫ୍ୟୁ ଲଗାଇଛି। ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ କହିଛନ୍ତି,“ବଡ଼ଗାମ, ଗାନ୍ଦରବଲ, ବାନ୍ଦିପୋରା ଓ ହନ୍ଦୱାଡା ଅଞ୍ଚଳରେ ପ୍ରତିବନ୍ଧକ ଲଗାଯାଇଛି। ଶ୍ରୀନଗର ଓ ଘାଟିର ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ କର୍ଫ୍ୟୁ ଲଗାଇଛି।” ଘାଟିରେ ଲଗାତାର ୫୬ ଦିନ ହେଲା ଶିକ୍ଷାନୁଷ୍ଠାନ, ମୁଖ୍ୟ ବଜାର ଓ ସାର୍ବଜନୀନ ପରିବହନ ବ୍ୟବସ୍ଥା ବନ୍ଦ ରହିଛି।  ରାଜ୍ୟ ସରକାର କର୍ମଚାରୀଙ୍କ […]

kashmir-curfew

Rakesh Mallick
  • Published: Friday, 02 September 2016
  • , Updated: 02 September 2016, 11:43 AM IST

ଶ୍ରୀନଗର: କାଶ୍ମୀରର ଅନେକ ଅଞ୍ଚଳରେ ପୁଣି ଥରେ ଶୁକ୍ରବାରଠାରୁ କର୍ଫ୍ୟୁ ଜାରି ହୋଇଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ କର୍ଫ୍ୟୁ ଲଗାଇଛି।

ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ କହିଛନ୍ତି,“ବଡ଼ଗାମ, ଗାନ୍ଦରବଲ, ବାନ୍ଦିପୋରା ଓ ହନ୍ଦୱାଡା ଅଞ୍ଚଳରେ ପ୍ରତିବନ୍ଧକ ଲଗାଯାଇଛି। ଶ୍ରୀନଗର ଓ ଘାଟିର ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ କର୍ଫ୍ୟୁ ଲଗାଇଛି।”

ଘାଟିରେ ଲଗାତାର ୫୬ ଦିନ ହେଲା ଶିକ୍ଷାନୁଷ୍ଠାନ, ମୁଖ୍ୟ ବଜାର ଓ ସାର୍ବଜନୀନ ପରିବହନ ବ୍ୟବସ୍ଥା ବନ୍ଦ ରହିଛି।

 ରାଜ୍ୟ ସରକାର କର୍ମଚାରୀଙ୍କ ଦରମା ବନ୍ଦ କରିବାର ନିଷ୍ପତ୍ତିକୁ ଖାରଜ କରି ଦେଇଛନ୍ତି।

ଆତଙ୍କବାଦୀ ବୁରହାନି ୱନି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେବା ପରେ ଘାଟିରେ ଅଶାନ୍ତି ଜାରି ରହିଛି। ହିଜବୁଲ୍ ମୁଜାହିଦ୍ଦିନ୍‌ର କମାଣ୍ଡର ବୁରହାନି ୱନି ଜୁଲାଇ ୮ରେ ଏକ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିଲା।

Related story